କାର୍ଯ୍ୟ ରେ ଯୋଗଦେଲେ ଜଗତସିଂହପୁର ଜିଲ୍ଲାର ନୂଆ ଜିଲ୍ଲାପାଳ ଜେ. ସୋନାଲ
1 min read

କାର୍ଯ୍ୟ ରେ ଯୋଗଦେଲେ ଜଗତସିଂହପୁର ଜିଲ୍ଲାର ନୂଆ ଜିଲ୍ଲାପାଳ ଜେ. ସୋନାଲ

ଜଗତସିଂହପୁର, ୯/୮: ଶୁକ୍ରବାର ଅପରାହ୍ନ ରେ ଜଗତସିଂହପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ଶ୍ରୀ ଜେ ସୋନାଲ l ଭାରତୀୟ ପ୍ରସାଶନିକ ସେଵା 2018 ବ୍ଯାଚ ର ଆଇ.ଏ.ଏସ୍. ଶ୍ରୀ ସୋନାଲ ପୂର୍ବରୁ ବୌଦ୍ଧ ଜିଲ୍ଲା ର ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ। ଜିଲ୍ଲାପାଳ ଦାୟିତ୍ଵରେ ଥିବା ଅତିରିକ୍ତ ଜିଲ୍ଲାପାଳ ସମ୍ବିତ୍ କୁମାର ରାଉତଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ (ପାରାଦ୍ୱୀପ) ଲଲିତ ମୋହନ ବେହେରା, ଜିଲ୍ଲାପରିଷଦ ର ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ରବି ନାରାୟଣ ଜେଠୀ, ଉପ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଏବଂ ଜିଲ୍ଲା ର ଅନ୍ୟ ବରିଷ୍ଠ ଅଧିକାରୀ ମାନେ ନୂତନ ଜିଲ୍ଲାପାଳଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଥିଲେ। ଜଗତସିଂହପୁର ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଅନୁପମ ସାହା ଗତ ଜୁଲାଇ 18 ତାରିଖ ରେ ମୁଖ୍ଯମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ ବଦଳି ହୋଇଥିଲେ ।ସେହିଦିନ ଠାରୁ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ରାଉତ ଜିଲ୍ଲାପାଳ ଦାୟିତ୍ୱରେ ଥିଲେ l କାର୍ଯ୍ୟରେ ଯୋଗଦେବା ପୂର୍ବରୁ ଜିଲ୍ଲାପାଳ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କୁ ଦର୍ଶନ କରିଥିଲେ ।

Leave a Reply

Your email address will not be published. Required fields are marked *