କାହିଁକି ଟ୍ରେନ ଅପହରଣ କଲେ ବେଲୋଚ୍ ବିଦ୍ରୋହୀ ?
ପାକିସ୍ତାନରେ ବେଲୁଚିସ୍ତାନ ମୁକ୍ତି ବାହିନୀ ବା ବିଏଲଏ ପକ୍ଷରୁ ଏକ ଯାତ୍ରିବାହୀ ଟ୍ରେନ ଅପହରଣ ଘଟଣା ସମଗ୍ର ବିଶ୍ବରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଘଟଣାକୁ ନେଇ ସମଗ୍ର ପାକିସ୍ତାନରେ ଆତଙ୍କ ଖେଳିଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠେ କାହିଁକି ଟ୍ରେନ ଅପହରଣ କଲେ ବେଲୋଚ୍ ବିଦ୍ରୋହୀ ?
କ୍ବେଟା /ନୂଆଦିଲ୍ଲୀ ୧୧-୦୩-୨୦୨୫(ପିପିଏସ ) : ପାକିସ୍ତାନରେ ବେଲୁଚିସ୍ତାନ ମୁକ୍ତି ବାହିନୀ ବା ବିଏଲଏ ପକ୍ଷରୁ ଏକ ଯାତ୍ରିବାହୀ ଟ୍ରେନ ଅପହରଣ ଘଟଣା ସମଗ୍ର ବିଶ୍ବରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଘଟଣାକୁ ନେଇ ସମଗ୍ର ପାକିସ୍ତାନରେ ଆତଙ୍କ ଖେଳିଯାଇଛି । ତେବେ ଏଠାରେ ପ୍ରଶ୍ନ ଉଠେ କାହିଁକି ଟ୍ରେନ ଅପହରଣ କଲେ ବେଲୋଚ୍ ବିଦ୍ରୋହୀ ?ବେଲୁଚିସ୍ତାନ ମୁକ୍ତି ବାହିନୀ ଗତ କିଛି ଦଶନ୍ଧି ହେଲା ବେଲୁଚିସ୍ତାନକୁ ପାକିସ୍ତାନଠାରୁ ମୁକ୍ତ କରିବାକୁ ଉଦ୍ୟମ କରୁଛି । ଏଥିପାଇଁ ଏହି ବାହିନୀ ସଶସ୍ତ୍ର ସଂଗ୍ରାମ ଚଳାଇଛି । ମାତ୍ର ଏହି ବିଦ୍ରୋହକୁ ପାକିସ୍ତାନ ସେନା କଠୋର ଭାବେ ଦମନ କରିବାକୁ ଉଦ୍ୟମ କରୁଛି । ଏଥିପାଇଁ ବେଲୁଚିସ୍ତାନର ସାଧାରଣ ଜନତାଙ୍କୁ ଉପରେ ଅକଥନୀୟ ଅତ୍ୟାଚାର କରାଯାଉଛି । ଅନେକ ଲୋକଙ୍କୁ ହତ୍ୟା କରାଯାଉଛି । ଏହା ସତ୍ତ୍ବେ ବିଏଲଏ ପାକିସ୍ତାନ ସେନା ଉପରେ ନିଜର ଆକ୍ରମଣ ଜାରି ରଖିଛି। ଆଜି କରାଯାଇଥିବା ଟ୍ରେନ ଅପହରଣ ଏହି ସଂଗ୍ରାମର ଏକ ଅଂଶ । ଟ୍ରେନରେ ପାକିସ୍ତାନୀ ସେନାର ଅନେକ ଲୋକ ଥିବାରୁ ଏହି ଅପହରଣ କରାଯାଇଛି ।ବେଲୁଚିସ୍ତାନ ମୁକ୍ତି ବାହିନୀ ଗତ କିଛି ଦଶନ୍ଧି ହେଲା ବେଲୁଚିସ୍ତାନକୁ ପାକିସ୍ତାନଠାରୁ ମୁକ୍ତ କରିବାକୁ ଉଦ୍ୟମ କରୁଛି । ଏଥିପାଇଁ ଏହି ବାହିନୀ ସଶସ୍ତ୍ର ସଂଗ୍ରାମ ଚଳାଇଛି । ମାତ୍ର ଏହି ବିଦ୍ରୋହକୁ ପାକିସ୍ତାନ ସେନା କଠୋର ଭାବେ ଦମନ କରିବାକୁ ଉଦ୍ୟମ କରୁଛି । ଏଥିପାଇଁ ବେଲୁଚିସ୍ତାନର ସାଧାରଣ ଜନତାଙ୍କୁ ଉପରେ ଅକଥନୀୟ ଅତ୍ୟାଚାର କରାଯାଉଛି । ଅନେକ ଲୋକଙ୍କୁ ହତ୍ୟା କରାଯାଉଛି । ଏହା ସତ୍ତ୍ବେ ବିଏଲଏ ପାକିସ୍ତାନ ସେନା ଉପରେ ନିଜର ଆକ୍ରମଣ ଜାରି ରଖିଛି। ଆଜି କରାଯାଇଥିବା ଟ୍ରେନ ଅପହରଣ ଏହି ସଂଗ୍ରାମର ଏକ ଅଂଶ । ଟ୍ରେନରେ ପାକିସ୍ତାନୀ ସେନାର ଅନେକ ଲୋକ ଥିବାରୁ ଏହି ଅପହରଣ କରାଯାଇଛି ।ମିଳିଥିବା ସୂଚନା ଅନୁଯାୟୀ, ଏହି ଟ୍ରେନରେ ପାକିସ୍ତାନୀ ସେନାର ୧୦୦ ଜଣ ଯବାନ ଏବଂ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇର ଅନେକ ଅଧିକାରୀ ଅଛନ୍ତି । ଏହି ଟ୍ରେନରେ ଶହ ଶହ ସାଧାରଣ ଯାତ୍ରୀ ମଧ୍ୟ ଥିଲେ । ଏଥିରେ କ୍ୱେଟାର ସେନା ଅଧିକାରୀମାନେ ବସିଥିବା ସୂଚନା ମିଳିଛି। କ୍ୱେଟା ପାକିସ୍ତାନର ପ୍ରମୁଖ ସାମରିକ ଘାଟି ମଧ୍ୟରୁ ଅନ୍ୟତମ । ପାକିସ୍ତାନ ବାୟୁସେନା ଘାଟି ସାମୁଙ୍ଗଲି କ୍ୱେଟା ଅନ୍ତର୍ଜାତୀୟ ବିମାନବନ୍ଦରର ଅତି ନିକଟରେ ଅବସ୍ଥିତ । ଏଠାରେ ଜେଏଫ-୧୭ ଥଣ୍ଡର ଲଢୁଆ ବିମାନର ଏକ ସ୍କ୍ୱାର୍ଡନ ମୁତୟନ କରାଯାଇଛି । ପାକିସ୍ତାନ ସେନାର ଦ୍ୱାଦଶ କୋର (ଦକ୍ଷିଣ କମାଣ୍ଡ) ମଧ୍ୟ କ୍ୱେଟା ସହରରେ ଅବସ୍ଥିତ । ଏହି କମାଣ୍ଡ ବେଲୁଚିସ୍ତାନ ଅଞ୍ଚଳରେ ସୁରକ୍ଷା ଏବଂ ସାମରିକ ଅପରେସନ୍ ପାଇଁ ଦାୟୀ । ସେନା ପ୍ରାୟତଃ ବେଲୋଚ ବିଦ୍ରୋହୀଙ୍କ ବିରୋଧରେ ଅପରେସନ ଚଳାଇଥାଏ । ତେଣୁ ବେଲୋଚ ଲିବରେସନ୍ ଆର୍ମି ସୈନିକମାନେ ଅନେକ ସମୟରେ ସେମାନଙ୍କ ଉପରେ ଆକ୍ରମଣ କରନ୍ତି ।