ଦୁର୍ଘଟଣାରେ ପ୍ରାଣ ହରାଇଥିବା ତିନି ମୃତକଙ୍କୁ କ୍ୟାଣ୍ଡେଲ ଶୋଭାଯାତ୍ରା କରି ଶ୍ରଦ୍ଧାଞ୍ଜଳି ଜଣାଇଲେ କଳିଙ୍ଗାବାସୀ
1 min read

ଦୁର୍ଘଟଣାରେ ପ୍ରାଣ ହରାଇଥିବା ତିନି ମୃତକଙ୍କୁ କ୍ୟାଣ୍ଡେଲ ଶୋଭାଯାତ୍ରା କରି ଶ୍ରଦ୍ଧାଞ୍ଜଳି ଜଣାଇଲେ କଳିଙ୍ଗାବାସୀ

ଘୁ.ଉଦୟଗିରି/ଭୁବନେଶ୍ୱର ୦୯-୦୩-୨୦୨୫(ପିପିଏସ ) : ଗତ ଦୁଇ ଦିନ ତଳେ ସ୍ଥାନୀୟ ଥାନା ଅନ୍ତର୍ଗତ ଶ୍ରୀକଲା ଘାଟି ନିକଟ ଦାରାମାହା ନିକଟରେ ଓଡି ୧୨ ୭୩୭୪ ନମ୍ବର କାର ଏବଂ ଓଡି ୧୯ ଏଚ ୪୨୯୫ ନମ୍ବର ବାଇକ୍ ମୁହାଁମୁହିଁ ଧକ୍କାରେ କଳିଙ୍ଗା ଗ୍ରାମର ଶୁଭମ ନାୟକ, ଗଦିଙ୍ଗିଆ ଗ୍ରାମର ଶଙ୍କର ପ୍ରଧାନ ଓ ଶ୍ରୀହରି ପ୍ରଧାନ ମୃତ୍ୟୁ ବରଣ କରିଥିଲେ।ଶନିବାର ତିନି ମୃତକଙ୍କ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା।ରବିବାର କଳିଙ୍ଗା ଛକରେ କଳିଙ୍ଗାବାସୀ ଏକତ୍ରିତ ହୋଇ ହାତରେ କ୍ୟାଣ୍ଡେଲ ଧରି ସାରା ଅଞ୍ଚଳ ପରିକ୍ରମା କରି ତିନି ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଶୋକବ୍ୟକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *