ଅବସର ପୂର୍ବରୁ ହଟହଟା

କଟକ ଏସ୍‌ଟିଏ କାର୍ଯ୍ୟାଳୟର ଡେପୁଟି କମିସନର୍‌ ପ୍ରଦୀପ ମହାନ୍ତିଙ୍କୁ ଗିରଫ କଲା ଭିଜିଲାନ୍ସ

କଟକ/ଭୁବନେଶ୍ୱର ୦୭-୦୩-୨୦୨୫ (ପିପିଏସ ) : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି କଟକ ଏସ୍‌ଟିଏ କାର୍ଯ୍ୟାଳୟର ଡେପୁଟି କମିସନର୍‌ ପ୍ରଦୀପ ମହାନ୍ତିଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାଯାଇଛି। ଗତକାଲି ପ୍ରଦୀପ ମହାନ୍ତିଙ୍କ ଘର ସମେତ ୯ଟି ଠିକଣାରେ ଭିଜିଲାନ୍‌ସ ଟିମ୍‌ ଚଢ଼ଉ କରିଥିଲା। ଶ୍ରୀ ମହାନ୍ତିଙ୍କ ଭୁବନେଶ୍ବର ମୈତ୍ରୀବିହାରସ୍ଥିତ ଘର, ଖୋର୍ଦ୍ଧା ଟାଙ୍ଗୀସ୍ଥିତ ପୈତୃକଘର, କଟକସ୍ଥିତ ସରକାରୀ କାର୍ଯ୍ୟାଳୟ, ଖୋର୍ଦ୍ଧା, ପୁରୀ ଆଦି ବିଭିନ୍ନ ସ୍ଥାନରେ ଚଢ଼ଉ କରି ପାଖାପାଖି ୧୫କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଛି। ନଗଦ ୧୫ ଲକ୍ଷ ଟଙ୍କା ସହିତ ୭୦୦ ଗ୍ରାମ୍‌ ଓଜନର ସୁନାଗହଣା ମଧ୍ୟ ଜବତ କରାଯାଇଛି। ସେହିଭଳି ତାଙ୍କ ମାଲିକାନାରେ ଚାରିଟି ବିଳାସପୂର୍ଣ୍ଣ ଅଟ୍ଟାଳିକା, ୧୫ ଏକର ଜମିରେ ବିଶାଳ ଫାର୍ମ ହାଉସ୍‌, ୧୨ରୁ ଅଧିକ ଦାମୀ ପ୍ଲଟ୍‌ ଥିବା ଜଶରିବା ପରେ ଭିଜିଲାନ୍ସ ପ୍ରଦୀପ ମହାନ୍ତିଙ୍କୁ ଭିଜିଲାନ୍ସ ଗିରଫ କରିଛି।୧୯୯୦ ମସିହାରେ ଜାମଶୋଳାରେ କନିଷ୍ଠ ଏମ୍‌ଭିଆଇ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ଶ୍ରୀ ମହାନ୍ତି ଚଳିତ ମାସ ୩୧ ତାରିଖରେ ଅବସର ନେଇଥା’ନ୍ତେ। କିନ୍ତୁ ଏତିକିବେଳେ ଭିଜିଲାନ୍‌ସ ହାବୁଡ଼ରେ ପଡ଼ି ହଟହଟା ହୋଇଛନ୍ତି। ୧୯୯୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ ୧୦ବର୍ଷ ଧରି ସେ କନିଷ୍ଠ ଏମ୍‌ଭିଆଇ ଭାବେ କାର୍ଯ୍ୟ ତୁଲାଇବା ପରେ ବାରିପଦା ଏମ୍‌ଭିଆଇ ଭାବେ ଯୋଗ ଦେଇଥିଲେ। ୨୦୦୩ରେ ଜଗତସିଂହପୁର ଜିଲ୍ଲା ଆର୍‌ଟିଓ ଇନ୍‌ଚାର୍ଜ, ୨୦୦୬ ମସିହାରେ କଟକ ଅତିରିକ୍ତ ଆର୍‌ଟିଓ ଏନ୍‌ଫୋର୍ସମେଣ୍ଟ ଅଧିକାରୀ, ୨୦୦୬ରେ ଭୁବନେଶ୍ବର ଏମ୍‌ଭିଆଇ, ୨୦୦୯ରେ ଚଣ୍ଡିଖୋଲ ଏମ୍‌ଭିଆଇ, ୨୦୧୦ରେ ଅନୁଗୁଳ ଏମ୍‌ଭିଆଇ, ୨୦୧୨ରେ ପୁଣି କଟକ ଏମ୍‌ଭିଆଇ, ୨୦୧୪ରେ ନୟାଗଡ଼ ଆରଟିଓ ଓ ୨୦୧୬ରେ ଭୁବନେଶ୍ବର ଆର୍‌ଟିଓ ଭାବେ କାର୍ଯ୍ୟ ତୁଲାଇଥିଲେ। ୨୦୨୨ରେ ପଦୋନ୍ନତି ପାଇ ଦକ୍ଷିଣ ମଣ୍ଡଳ ଡେପୁଟି କମିସନର ଭାବେ ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ଯୋଗଦେଇଥିଲେ। ୨୦୨୨ ମସିହାରେ ଭୁବନେଶ୍ବର ଡ୍ରାଇଭିଂ ଇନ୍‌ଷ୍ଟିଚ୍ୟୁଟ୍‌ର ଜଏଣ୍ଟ କମିସନର ଭାବେ ଯୋଗ ଦେଇଥିଲେ। ୨୦୨୩ରୁ କଟକସ୍ଥିତ ଏସ୍‌ଟିଏ କାର୍ଯ୍ୟାଳୟରେ ଡେପୁଟି କମିସନର ଭାବେ କାର୍ଯ୍ୟରତ ଥିଲେ।ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏକଦା କନିଷ୍ଠ ଏମ୍‌ଭିଆଇ ଭାବେ ସରକାରୀ ଚାକିରି ଆରମ୍ଭ କରିଥିବା ଶ୍ରୀ ମହାନ୍ତି ଅବସର ପୂର୍ବରୁ ଏତେ ପରିମାଣର ସମ୍ପତ୍ତି ଠୁଳ କରିଥିବା ଦେଖି ଭିଜିଲାନ୍‌ସ ଟିମ୍‌ ମଧ୍ୟ ଚକିତ ହୋଇଛି। ତଦନ୍ତରୁ ଜଣାପଡ଼ିଛି ଯେ ରାଜଧାନୀରେ ତାଙ୍କର ୩ଟି ‌ବିଳାସପୂର୍ଣ୍ଣ ଅଟ୍ଟାଳିକା ରହିଛି। ଭୁବନେଶ୍ବର, ପୁରୀ, କଟକ, ଖୋର୍ଦ୍ଧା ଓ ନୟାଗଡ଼ରେ ୧୨ରୁ ଅଧିକ ପ୍ଲଟ୍‌ ରହିଛି। ଖୋର୍ଦ୍ଧା ଓ ପୁରୀରେ ଦୁଇଟି ନିର୍ମାଣାଧୀନ କୋଠା ଠାବ ହୋଇଛି। ମୈତ୍ରୀବିହାର ଅଞ୍ଚଳରେ ୨୪୦୦ ବର୍ଗଫୁଟରେ ନିର୍ମିତ ୩ମହଲା ଅଟ୍ଟାଳିକାର ମୂଲ୍ୟ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହେବ। ଖୋର୍ଦ୍ଧା ‌ଗୋବିନ୍ଦପ୍ରସାଦ ଅଞ୍ଚଳରେ ଥିବା ଅର୍ଦ୍ଧନିର୍ମିତ ୫ମହଲା କୋଠାର ମୂଲ୍ୟ ୩କୋଟିରୁ ଊର୍ଦ୍ଧ୍ବ ଟଙ୍କା ଓ ପୁରୀ ବାଲୁଖଣ୍ଡ ଅଞ୍ଚଳରେ ୭୫୦୦ ବର୍ଗଫୁଟରେ ଅର୍ଦ୍ଧନିର୍ମିତ ୩ମହଲା କୋଠାର ମୂଲ୍ୟ ୨କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି। ଖୋର୍ଦ୍ଧା ଟାଙ୍ଗୀ ଅଞ୍ଚଳରେ ମଧ୍ୟ ଏକ କୋଠା ରହିଛି।ଭୁବନେଶ୍ବର ରଘୁନାଥପୁର ଅଞ୍ଚଳରେ ଏକ ପ୍ରତିଷ୍ଠିତ ଆପାର୍ଟମେଣ୍ଟରେ ୪ ବିଏଚ୍‌କେ ଫ୍ଲାଟ୍‌ ପାଇଁ ସେ ଅଗ୍ରିମ ଆକାରରେ ୧କୋଟି ଟଙ୍କା ଦେଇଥିବା ଜଣାପଡ଼ିଛି। ଠାବ ହୋଇଥିବା ୧୨ଟି ପ୍ଲଟ୍‌ ମଧ୍ୟରୁ ଭୁବନେଶ୍ବରରେ ୨ଟି, ଖୋର୍ଦ୍ଧାରେ ୬ଟି ଓ ନୟାଗଡ଼ରେ ୪ଟି ରହିଛି। ଏସବୁର ମୂଲ୍ୟ ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେହିଭଳି ନୟାଗଡ଼ କୁଶୁପଲ୍ଲାରେ ପାଖାପାଖି ୧୫ଏକର ଜମିରେ ଏକ ବିଶାଳ ଫାର୍ମ ହାଉସ୍‌ ରହିଛି। ଏହାଛଡ଼ା ବିପୁଳ ପରିମାଣର ଟଙ୍କା ଥିବା ବୀମା ଓ ବଣ୍ଡ୍‌ ମଧ୍ୟ ଠାବ କରାଯାଇଛି। ଘରୁ ଜବତ ହୋଇଥିବା ୭୦୦ ଗ୍ରାମ୍‌ର ସୁନାଗହଣା ମଧ୍ୟରେ ୩ଟି ବିସ୍କୁଟ୍‌ ରହିଛି। ପ୍ରତି ବିସ୍କୁଟ୍‌ର ଓଜନ ୧୦୦ ଗ୍ରାମ ଲେଖାଏଁ ବୋଲି ଜଣାପଡ଼ିଛି। ଘରୁ ଦାମୀ ଆସବାବପତ୍ର ସହିତ ୩ଟି କାର୍‌ ଓ ଗୋଟିଏ ବାଇକ୍‌ ଠାବ କରାଯାଇଛି। ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍‌ସ କୋର୍ଟ ବିଚାରପତିଙ୍କ ୱାରେଣ୍ଟ ବଳରେ ୨ଜଣ ଅତିରିକ୍ତ ଏସ୍‌ପି, ୧୩ ଡିଏସ୍‌ପି, ୧୨ଇନ୍‌ସ୍ପେକ୍ଟର, ୨୫ ଏଏସ୍‌ଆଇଙ୍କ ନେତୃତ୍ୱରେ ଏହି ଚଢ଼ଉ କରାଯାଇଛି।

ଅବସର ପୂର୍ବରୁ ହଟହଟା
୧୯୯୦ ମସିହାରେ ଜାମଶୋଳାରେ କନିଷ୍ଠ ଏମ୍‌ଭିଆଇ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ଶ୍ରୀ ମହାନ୍ତି ଚଳିତ ମାସ ୩୧ ତାରିଖରେ ଅବସର ନେଇଥା’ନ୍ତେ। କିନ୍ତୁ ଏତିକିବେଳେ ଭିଜିଲାନ୍‌ସ ହାବୁଡ଼ରେ ପଡ଼ି ହଟହଟା ହୋଇଛନ୍ତି। ୧୯୯୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ ୧୦ବର୍ଷ ଧରି ସେ କନିଷ୍ଠ ଏମ୍‌ଭିଆଇ ଭାବେ କାର୍ଯ୍ୟ ତୁଲାଇବା ପରେ ବାରିପଦା ଏମ୍‌ଭିଆଇ ଭାବେ ଯୋଗ ଦେଇଥିଲେ। ୨୦୦୩ରେ ଜଗତସିଂହପୁର ଜିଲ୍ଲା ଆର୍‌ଟିଓ ଇନ୍‌ଚାର୍ଜ, ୨୦୦୬ ମସିହାରେ କଟକ ଅତିରିକ୍ତ ଆର୍‌ଟିଓ ଏନ୍‌ଫୋର୍ସମେଣ୍ଟ ଅଧିକାରୀ, ୨୦୦୬ରେ ଭୁବନେଶ୍ବର ଏମ୍‌ଭିଆଇ, ୨୦୦୯ରେ ଚଣ୍ଡିଖୋଲ ଏମ୍‌ଭିଆଇ, ୨୦୧୦ରେ ଅନୁଗୁଳ ଏମ୍‌ଭିଆଇ, ୨୦୧୨ରେ ପୁଣି କଟକ ଏମ୍‌ଭିଆଇ, ୨୦୧୪ରେ ନୟାଗଡ଼ ଆରଟିଓ ଓ ୨୦୧୬ରେ ଭୁବନେଶ୍ବର ଆର୍‌ଟିଓ ଭାବେ କାର୍ଯ୍ୟ ତୁଲାଇଥିଲେ। ୨୦୨୨ରେ ପଦୋନ୍ନତି ପାଇ ଦକ୍ଷିଣ ମଣ୍ଡଳ ଡେପୁଟି କମିସନର ଭାବେ ଗଞ୍ଜାମ ଜିଲ୍ଲାର ଛତ୍ରପୁରରେ ଯୋଗଦେଇଥିଲେ। ୨୦୨୨ ମସିହାରେ ଭୁବନେଶ୍ବର ଡ୍ରାଇଭିଂ ଇନ୍‌ଷ୍ଟିଚ୍ୟୁଟ୍‌ର ଜଏଣ୍ଟ କମିସନର ଭାବେ ଯୋଗ ଦେଇଥିଲେ। ୨୦୨୩ରୁ କଟକସ୍ଥିତ ଏସ୍‌ଟିଏ କାର୍ଯ୍ୟାଳୟରେ ଡେପୁଟି କମିସନର ଭାବେ କାର୍ଯ୍ୟରତ ଥିଲେ।

Leave A Reply

Your email address will not be published.