ରାଜ୍ୟରେ ସୁଭଦ୍ରା ଶୋଭାଯାତ୍ରା
1 min read

  ରାଜ୍ୟରେ ସୁଭଦ୍ରା ଶୋଭାଯାତ୍ରା

ଆଜି ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସୁଭଦ୍ରା ଶୋଭାଯାତ୍ରାର ଆୟୋଜନ କରାଯାଇଛି।ଶୋଭାଯାତ୍ରା ମାଧ୍ୟମରେ କଥା ଦେଇ କଥା ରଖିଥିବା ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ମହିଳା।

ଭୁବନେଶ୍ୱର ୦୫-୦୩-୨୦୨୫(ପିପିଏସ) : ଆଜି ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସୁଭଦ୍ରା ରାଲିର ଆୟୋଜନ କରାଯାଇଛି। ରାଜଧାନୀରେ ଆୟୋଜିତ ସୁଭଦ୍ରା ଶୋଭାଯାତ୍ରାରେ ଏକାମ୍ର ବିଧାୟକ ବାବୁ ସିଂ ଓ ମେୟର ସୁଲୋଚନା ଦାସ ପ୍ରମୁଖ ଯୋଗ ଦେଇଛନ୍ତି। ଖଣ୍ଡଗିରିରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଏହି ଅବସରରେ ବିଧାୟକ ବାବୁ ସିଂ କହିଛନ୍ତି, କଥା ଦେଇ କଥା ରଖିଥିବା ସରକାରଙ୍କୁ ଧନ୍ୟବାଦ। ଏବେ ଘରେ ବି ଚାଲିବ ଡବଲ ଇଞ୍ଜିନ। ଉଭୟ ପୁରୁଷ ଓ ମହିଳା ଏବେ ରୋଜଗାର କରିବେ। ମହିଳାମାନଙ୍କୁ ଓଡ଼ିଶାର ବିଜେପି ସରକାର ସବୁଠାରୁ ଅଧିକ ଗୁରୁତ୍ବ ଦେଉଛନ୍ତି। ଏଣେ ଏଥିରେ ସାମିଲ ହୋଇଥିବା ମହିଳାମାନେ ମୋହନ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। 

ମହିଳାମାନଙ୍କୁ ସଶକ୍ତିକରଣ କରିବା ଲକ୍ଷରେ ହୋଇଥିବା ସୁଭଦ୍ରା ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଲକ୍ଷରେ ଏହି ଶୋଭାଯାତ୍ରା କରାଯାଇଛି। ଶୋଭାଯାତ୍ରା ମାଧ୍ୟମରେ କଥା ଦେଇ କଥା ରଖିଥିବା ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ମହିଳା। ଆଜିଠୁ ରାଜ୍ୟର ସବୁ ପଞ୍ଚାୟତାରେ ହେବ ସୁଭଦ୍ରା ରାଲି ।  ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଓ ଛାତ୍ରୀ ଏହି ରାଲିରେ ସାମିଲ ହେବେ।   ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ପର୍ଯ୍ୟନ୍ତ ଏହି ରାଲି ଚାଲିବ। ମହିଳା ସଶକ୍ତିକରଣ ଓ ସାମାଜିକ କଲ୍ୟାଣ ବାର୍ତ୍ତା ଆଧାରରେ ଏହି ରାଲି ଅନୁଷ୍ଠିତ ହେଉଛି। ରାଜ୍ୟର ୬ ହଜାର ୪୯୪ଟି ସ୍ଥାନରେ ସୁଭଦ୍ରା ରାଲିର ଆୟୋଜନ କରାଯାଇଛି।

ତେଣେ ବ୍ରହ୍ମପୁରରେ ମଧ୍ୟ ସୁଭଦ୍ରା ଶୋଭାଯାତ୍ରା ଆୟୋଜନ କରାଯାଇଛି। ସୁନ୍ଦରଗଡ଼ରେ ବି ସୁଭଦ୍ରା ଶୋଭାଯାତ୍ରା ଆୟୋଜିତ ହୋଇଛି। ଏଥିରେ ସାମିଲ ହୋଇଥିବା ମହିଳାମାନେ କହିଛନ୍ତି ୫ ହଜାର ଟଙ୍କା ବହୁତ ଉପକାର କରୁଛି। ଏଥିଲାଗି ଓଡ଼ିଶାର ବିଜେପି ସରକାରଙ୍କୁ ଧନ୍ୟବାଦ।
 xc

ସୂଚନାଯୋଗ୍ୟ, ମହିଳାମାନଙ୍କୁ ସଶକ୍ତିକରଣ କରିବା ଲକ୍ଷରେ ହୋଇଥିବା ସୁଭଦ୍ରା ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଲକ୍ଷରେ ଏହି ଶୋଭାଯାତ୍ରା କରାଯାଇଛି। ଶୋଭାଯାତ୍ରା ମାଧ୍ୟମରେ କଥା ଦେଇ କଥା ରଖିଥିବା ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ମହିଳା। ଆଜିଠୁ ରାଜ୍ୟର ସବୁ ପଞ୍ଚାୟତାରେ ହେବ ସୁଭଦ୍ରା ରାଲି ।  ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଓ ଛାତ୍ରୀ ଏହି ରାଲିରେ ସାମିଲ ହେବେ।  ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ପର୍ଯ୍ୟନ୍ତ ଏହି ରାଲି ଚାଲିବ। ମହିଳା ସଶକ୍ତିକରଣ ଓ ସାମାଜିକ କଲ୍ୟାଣ ବାର୍ତ୍ତା ଆଧାରରେ ଏହି ରାଲି ଅନୁଷ୍ଠିତ ହେଉଛି। ରାଜ୍ୟର ୬ ହଜାର ୪୯୪ଟି ସ୍ଥାନରେ ସୁଭଦ୍ରା ରାଲିର ଆୟୋଜନ କରାଯାଇଛି।

ସୁଭଦ୍ରା ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ପଥପ୍ରାନ୍ତ ସଭାର ମଧ୍ୟ ଆୟୋଜନ କରାଯିବ। ଯୋଜନାକୁ ବ୍ୟାପକ କରିବାକୁ ଲକ୍ଷ୍ୟ ରହିଛି ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। 

Leave a Reply

Your email address will not be published. Required fields are marked *