ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ନୂଆ ମୋଡ଼
1 min read

ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ନୂଆ ମୋଡ଼

ରିପୋର୍ଟ ସାର୍ବଜନୀନ ହେବ ନାହିଁ: ସରକାରଙ୍କ ସତ୍ୟପାଠ

ହାଇକୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ନୂଆ ମୋଡ଼ ଆସିଛି । ରାଜ୍ୟ ସରକାର ଏନେଇ ଏକ ସତ୍ୟପାଠ ଦାଖଲ କରିଛନ୍ତି । ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ରିପୋର୍ଟ ସାର୍ବଜନୀନ ହେବ ନାହିଁ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି

କଟକ ୦୫-୦୩-୨୦୨୫(ପିପିଏସ) : ହାଇକୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ନୂଆ ମୋଡ଼ ଆସିଛି । ରାଜ୍ୟ ସରକାର ଏନେଇ ଏକ ସତ୍ୟପାଠ ଦାଖଲ କରିଛନ୍ତି । ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ରିପୋର୍ଟ ସାର୍ବଜନୀନ ହେବ ନାହିଁ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି ।ଚାବି ହଜିବା ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ରଘୁବୀର ଦାସ କମିସନ ତଦନ୍ତ ଶେଷ ପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇ ସାରିଛନ୍ତି ।ଆବେଦନକାରୀ ଚାବି କାହିଁକି ହଜିଲା ଓ କେମିତି ହଜିଥିଲା ଏନେଇ ରାଜ୍ୟବାସୀ ଜାଣିବା ଦରକାର ବୋଲି ଆବେଦନରେ ଦର୍ଶାଇଥିଲେ । ସରକାର କମିସନଙ୍କ ରିପୋର୍ଟ ସାର୍ବଜନୀନ କରିବାକୁ ବାଧ୍ୟ ନୁହନ୍ତି ବୋଲି ସତ୍ୟପାଠରେ କୁହାଯାଇଛି । ଆସନ୍ତା ମାର୍ଚ୍ଚ ୧୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ।

Leave a Reply

Your email address will not be published. Required fields are marked *