ଚାମ୍ପିୟନ୍ସ ଟ୍ରଫି : ଭାରତ ଆଗରେ ୨୬୫ ରନର ଲକ୍ଷ୍ୟ ରଖିଲା ଅଷ୍ଟ୍ରେଲିଆ

ଦୁବାଇ /ଭୁବନେଶ୍ୱର ୦୪-୦୩-୨୦୨୫(ପିପିଏସ) : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚରେ ଭାରତ ଆଗରେ  ୨୬୫ ରନର ଲକ୍ଷ୍ୟ ରଖିଛି ଅଷ୍ଟ୍ରେଲିଆ ।ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆକୁ ଆରମ୍ଭରୁ ବଡ଼ ଝଟକା ଦେଇଥିଲେ ଭାରତୀୟ ବୋଲର ମହମ୍ମଦ ସମ୍ମି । ସେ କୁପର କନୋଲିଙ୍କୁ ଶୂନ ରନରେ ପାଭିଲିୟନ ପଠାଇଦେଇଥିଲେ । ତେବେ ଟ୍ରାଭିସ ହେଡ ଓ ଷ୍ଟିଭ ସ୍ମିଥଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ହେଡ୍ ୩୯ ରନ କରିଥିବାବେଳେ ୭୩ ରନ କରିଥିଲେ । ମାର୍ନ ଲାବୁସଚାନ ୨୯ ରନ କରିଥିବାବେଳେ ଆଲେକ୍ସ କେରି ୬୧ ରନ କରିଥିଲେ । ତେବେ ଦଳର ନିମ୍ନକ୍ରମ ବ୍ୟାଟ୍ସମ୍ୟାନମାନେ ବିଶେଷ ଯୋଗଦାନ ଦେଇପାରିନଥିଲେ । ଦଳ ୪୯.୩ ଓଭରରେ ୨୬୪ ରନ କରି ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ସମ୍ମି ୩ଟି ଓ୍ବିକେଟ ନେଇଥିବାବେଳେ ରବୀନ୍ଦ୍ର ଜାଦେଜା ଓ ବରୁଣ ଚକ୍ରବର୍ତ୍ତୀ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

Leave A Reply

Your email address will not be published.