ମାର୍ଚ୍ଚ ୩୧ ପରେ ଧାନ ନେବେନି ସରକାର
1 min read

ମାର୍ଚ୍ଚ ୩୧ ପରେ ଧାନ ନେବେନି ସରକାର

ଧାନକିଣା ପାଇଁ ଧାର୍ଯ୍ୟ ଲକ୍ଷ୍ୟର ୯୦ ପ୍ରତିଶତ ଧାନ ନେଇସରିଲାଣି ରାଜ୍ୟ ସରକାର: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର ୨୫-୦୨-୨୦୨୫ (ପିପିଏସ) : ମାର୍ଚ୍ଚ ୩୧ ତାରିଖ ପରେ ଆଉ ଚାଷୀଙ୍କଠାରୁ ଧାନ ନେବେନି ସରକାର। ମଣ୍ଡିରେ ଧାନକିଣା ପ୍ରସଙ୍ଗରେ ଏହି କଥା କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି,  ଧାନକିଣା ପାଇଁ ମାର୍ଚ୍ଚ ୩୧ ଯାଏ ଡେଡ୍‌ଲାଇନ୍ ଧାର୍ଯ୍ୟ କରିଛନ୍ତି ସରକାର। ମନ୍ତ୍ରୀ କହିଛନ୍ତି, ମାର୍ଚ୍ଚ ୩୧ ପରେ ମଣ୍ଡିରୁ ଆଉ ଧାନ କିଣା ହେବ ନାହିଁ। ବର୍ତ୍ତମାନ ସୁଦ୍ଧା ୬୫ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ କରାଯାଇସାରିଛି। ଟାର୍ଗେଟର ୯୦% ଧାନ ସଂଗ୍ରହ ହୋଇସାରିଲାଣି। 

Leave a Reply

Your email address will not be published. Required fields are marked *