ଆଜି ପଙ୍କୋଦ୍ଧାର ଏକାଦଶୀ: ଶ୍ରୀଲୋକନାଥଙ୍କ ପୀଠରେ ଭକ୍ତଙ୍କ ଭିଡ଼
1 min read

ଆଜି ପଙ୍କୋଦ୍ଧାର ଏକାଦଶୀ: ଶ୍ରୀଲୋକନାଥଙ୍କ ପୀଠରେ ଭକ୍ତଙ୍କ ଭିଡ଼

ପୁରୀ/ଭୁବନେଶ୍ୱର ୨୪-୦୨-୨୦୨୫ (ପିପିଏସ) : ଆଜି ହେଉଛି ପଙ୍କୋଦ୍ଧାର ଏକାଦଶୀ। ପୁରୀରେ ଭକ୍ତଙ୍କୁ ସମ୍ପୂର୍ଣ୍ଣ ଦର୍ଶନ ଦେଉଛନ୍ତି ପ୍ରଭୁ ଶ୍ରୀଲୋକନାଥ। ବର୍ଷ ତମାମ ଭକ୍ତଙ୍କ ଦ୍ବାରା ଲାଗି ହୋଇଥିବା ପୂଜା ସାମଗ୍ରୀ ବୁଡ଼ି ରହିଥିବା ଗମ୍ଭୀରା ସଫା କରାଯାଉଛି। ବର୍ଷ ବର୍ଷ ଧରି ଲାଗି ହୋଇଥିବା କ୍ଷୀର, ସର, କଦଳୀ ଓ ବେଲପତ୍ର ଆଦି ସଫା କରାଯାଉଛି। ପୁରୀ ଶ୍ରୀ ଲୋକନାଥଙ୍କ ପୀଠରେ ଆଜିର ଦିନରେ ଭକ୍ତମାନେ ଲୋକନାଥ ଦେବଙ୍କ ସମ୍ପୂର୍ଣ୍ଣ ଦର୍ଶନ କରିବାର ସୁଯୋଗ ପାଇଛନ୍ତି।ସକାଳ ୪ଟାରୁ ୭ ଟା ଭିତରେ ପଙ୍କ କଢ଼ାଯାଇଛି। ପଙ୍କ କଢ଼ାଯିବା ପରେ ମହାପ୍ରଭୁଙ୍କ ସ୍ନାନ ନୀତି ସମ୍ପନ୍ନ ହୋଇଛି। ମାନସିକଧାରୀ ଓ ଶ୍ରଦ୍ଧାଳୁ ମହିଳା ଓ ପୁରୁଷ ଭକ୍ତ ମାନେ ଏହି ପଙ୍କୋଦ୍ଧାରରେ ସାମିଲ ହୋଇଥିଲେ। ସକାଳ ପ୍ରାୟ ୭ ଟାବେଳ ଠାରୁ ଏକାଦଶୀ ଦର୍ଶନର ସୌଭାଗ୍ୟ ପାଇଛନ୍ତି ଭକ୍ତମାନେ। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ନୀତି ଅନୁଯାୟୀ ସକାଳ ୪ଟାରୁ ୭ ଟା ଭିତରେ ପଙ୍କ କଢ଼ାଯାଇଛି। ପଙ୍କ କଢ଼ାଯିବା ପରେ ମହାପ୍ରଭୁଙ୍କ ସ୍ନାନ ନୀତି ସମ୍ପନ୍ନ ହୋଇଛି। ମାନସିକଧାରୀ ଓ ଶ୍ରଦ୍ଧାଳୁ ମହିଳା ଓ ପୁରୁଷ ଭକ୍ତ ମାନେ ଏହି ପଙ୍କୋଦ୍ଧାରରେ ସାମିଲ ହୋଇଥିଲେ। ସକାଳ ପ୍ରାୟ ୭ ଟାବେଳ ଠାରୁ ଏକାଦଶୀ ଦର୍ଶନର ସୌଭାଗ୍ୟ ପାଇଛନ୍ତି ଭକ୍ତମାନେ। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ

Leave a Reply

Your email address will not be published. Required fields are marked *