କେତେ ଚାଷୀ କିସାନ ସମ୍ମାନ ନିଧି ଯୋଜନାରେ ଉପକୃତ ହୋଇଛନ୍ତି: ସରକାର ଦେଲେ ସୂଚନା
ରାଜ୍ୟରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ଅକ୍ଟୋବର ୨୦୨୪ ସୁଦ୍ଧା ୩୧ ଲକ୍ଷ ୫୧ ହଜାର ୭୦୦ ଚାଷୀ ଉପକୃତ ହୋଇଛନ୍ତି । ଏନେଇ ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତି ମନ୍ତ୍ରୀ କେଭି ସିଂ ଦେଓ ଲିଖିତ ଉତ୍ତର ରଖିଛନ୍ତି
ଭୁବନେଶ୍ୱର ୧୯-୦୨-୨୦୨୫(ପିପିଏସ ) : ରାଜ୍ୟରେ ୪୮ ଲକ୍ଷ ୬୫ ହଜାର ୮୫୦ ଜଣ ଚାଷୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୫ ହଜାର ୧୮୪ ଭାଗଚାଷୀ, ୮ ଲକ୍ଷ ୮୭ ହଜାର ୨୭୨ ଜଣ କ୍ଷୁଦ୍ର ଚାଷୀ ଓ ୩୬ ଲକ୍ଷ ୩୬ ହଜାର ୬୫୮ ଜଣ ନାମମାତ୍ର ଚାଷୀ ରହିଛନ୍ତି।ରାଜ୍ୟରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ଅକ୍ଟୋବର ୨୦୨୪ ସୁଦ୍ଧା ୩୧ ଲକ୍ଷ ୫୧ ହଜାର ୭୦୦ ଚାଷୀ ଉପକୃତ ହୋଇଛନ୍ତି । ଏନେଇ ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତି ମନ୍ତ୍ରୀ କେଭି ସିଂ ଦେଓ ଲିଖିତ ଉତ୍ତର ରଖିଛନ୍ତି ।ସେହିଭଳି ସିଏମ୍ କିସାନ ମାଧ୍ୟମରେ ୪୫ ଲକ୍ଷ ୫୭ ହଜାର ୭୩୩ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୩୯ ହଜାର ୩୦୩ ଭୂମିହୀନ କୃଷି ପରିବାର ଉପକୃତ ହୋଇଛନ୍ତି।ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୧୫ ଲକ୍ଷ ୧୭ ହଜାର ଚାଷୀ ଖରିଫ ଋତୁରେ ଓ ୧ ଲକ୍ଷ ୮୩ ହଜାର ଚାଷୀ ରବି ଋତୁରେ ପଞ୍ଜିକରଣ କରିଥିବା ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ସୂଚନା ଦେଇଛନ୍ତି।