ସମିତି ସଭ୍ୟାଙ୍କ ଇସ୍ତଫା
1 min read

ସମିତି ସଭ୍ୟାଙ୍କ ଇସ୍ତଫା

ଚନ୍ଦାହାଣ୍ଡି/ଭୁବନେଶ୍ୱର ୦୩-୦୨-୨୦୨୫( ପିପିଏସ) : ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକ୍ ଅଧିନସ୍ଥ ଧୋଡ଼ିପାଣି ଏବଂ କୁହୁଡି ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଭାନୁମତି ମାଝୀ ସୋମବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ଚନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମକୃଷ୍ଣ ନାୟକଙ୍କୁ ପ୍ରଦାନ କରିଛନ୍ତି।ଇସ୍ତଫା ପତ୍ରରେ ନିଜ ବ୍ୟକ୍ତିଗତ ସମସ୍ୟା ଯୋଗୁ ଇସ୍ତଫା ଦେଉଥିବା ସେ ଉଲ୍ଲେଖ କରିଛନ୍ତି।ପ୍ରକାଶ ଥାଉକି ଶ୍ରୀମତୀ ମାଝୀ ୨୦୨୨ମସିହାରେ ଧୋଡ଼ିପାଣି ଏବଂ କୁହୁଡି ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ।

Leave a Reply

Your email address will not be published. Required fields are marked *