ମନୋଜ ଆହୁଜାଙ୍କୁ ଓଡ଼ିଶାର ମୁଖ୍ୟ ଆବାସିକ କମିସନର ଭାବେ ଅତିରିକ୍ତ ଦାୟିତ୍ବ
ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଅହୁଜାଙ୍କୁ ନୂଆଦିଲ୍ଲୀରେ ଓଡ଼ିଶାର ମୁଖ୍ୟ ଆବାସିକ କମିସନରଙ୍କ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଅହୁଜାଙ୍କୁ ଏହି ଅତିରିକ୍ତ ଦାୟିତ୍ୱରେ ରହିବାକୁ ଅନୁମତି ଦିଆଯାଇଛି
ଭୁବନେଶ୍ୱର ୨୭-୦୧-୨୦୨୫-(ପିପିଏସ) : ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଅହୁଜାଙ୍କୁ ନୂଆଦିଲ୍ଲୀରେ ଓଡ଼ିଶାର ମୁଖ୍ୟ ଆବାସିକ କମିସନରଙ୍କ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ୧୯୯୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ ମନୋଜ ଆହୁଜାଙ୍କର ସେବା ଅବଧି ୧ ଜାନୁଆରି ୨୦୨୫ ରୁ ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଥିଲା। ସେ ମଧ୍ୟ ଗତ ବର୍ଷ ୨୦୨୪ ଅଗଷ୍ଟ ୧୩ରୁ ଶ୍ରୀଜଗନ୍ନାଥ ପରିଚାଳନା କମିଟିର ୱାର୍କିଂ ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିଆସୁଛନ୍ତି। ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି, କାର୍ଯ୍ୟରତ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ତଥା ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଅହୁଜାଙ୍କୁ ଏହି ଅତିରିକ୍ତ ଦାୟିତ୍ୱରେ ରହିବାକୁ ଅନୁମତି ଦିଆଯାଇଛି। ଜାନୁଆରୀ ୨୪ରେ ପ୍ରଶାସନ ଏବଂ ଜନ ଅଭିଯୋଗ ବିଭାଗ ଦ୍ବାରା ଏହି ବିଜ୍ଞପ୍ତି ପ୍ରକାଶ ପାଇଥିଲା।ଗତ ଅଗଷ୍ଟ ମାସରେ ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ବିଶାଲ ଗଗନଙ୍କୁ ନୂଆଦିଲ୍ଲୀରେ ଓଡ଼ିଶାର ମୁଖ୍ୟ ଆବାସିକ କମିସନର (ପ୍ରିନ୍ସିପାଲ ରେସିଡେଣ୍ଟ କମିସନର) ଭାବେ ନିଯୁକ୍ତି ଦିଆଯାଇଥିଲା । ଏବେ ମନୋଜ ଆହୁଜା ଏହି ଦାୟିତ୍ବରେ ରହିବେ।ଉଲ୍ଲେଖଯୋଗ୍ୟ, କାଣ୍ଟ, ୧୯୯୮-ବ୍ୟାଚ୍ ଆଇଏଏସ୍ ଅଧିକାରୀ, ଓଡ଼ିଶା ଭବନରେ ରେସିଡେଣ୍ଟ୍ କମିସନର୍ ପଦରେ ପ୍ରଥମ ନିଯୁକ୍ତ ହୋଇଥିଲେ।