୫ଦିନ ଯାଏଁ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ହେବାର ସମ୍ଭାବନା: ପାଣିପାଗ ବିଭାଗ
1 min read

୫ଦିନ ଯାଏଁ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ହେବାର ସମ୍ଭାବନା: ପାଣିପାଗ ବିଭାଗ

ଆଜିଠାରୁ ଆସନ୍ତା ୫ ଦିନ ପାଇଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ଡିସେମ୍ବର ୧୭ ଓ ୧୮ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ଉପକୁଳ ଓଡ଼ିଶାରେ ବର୍ଷା ହୋଇପାରେ।

ଭୁବନେଶ୍ୱର ୧୭-୧୨-୨୦୨୪ (ପିପିଏସ ) : ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆଜିଠାରୁ ଆସନ୍ତା ୫ ଦିନ ପାଇଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ଡିସେମ୍ବର ୧୭ ଓ ୧୮ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ଉପକୁଳ ଓଡ଼ିଶାରେ ବର୍ଷା ହୋଇପାରେ। ବଙ୍ଗୋପସାଗରରେ ଲଘୁଚାପର ସକ୍ରିୟତା ସହ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ବାୟୁର ଦିଶା ପରିବର୍ତ୍ତନକୁ ନେଇ ହାଲୁକାରୁ ମଧ୍ୟମଧରଣର ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ଆଜି ଗଂଜାମ ଓ ଗଜପତିରେ ହାଲୁକା ବର୍ଷାର ସମ୍ଭାବନା ଥିବା ବେଳେ ଆସନ୍ତାକାଲି ଗଞ୍ଜାମ ,ଗଜପତି ,କୋରାପୁଟ ,ରାୟଗଡା ଗତ ୨୪ ଘଂଟାରେ ରାଜ୍ୟର ୧୩ଟି ସ୍ଥାନରେ ପାରଦ ୧୦ ଡିଗ୍ରି ତଳକୁ ରହିଥିବା ବେଳେ ରାଉରେକଲାରେ ସର୍ବନିମ୍ନ ତାପମାତ୍ରା ୫.୭ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି।

ପାହାଡ଼ିଆ ଅଂଚଳ ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪.୭ ମିମି ବର୍ଷା ରେକର୍ଡ ହୋଇଛି। କଟକରେ ଭୁବନେଶ୍ୱରରେ ସିମିଲିଗୁଡ଼ାରେ ୬.୫, ନବରଙ୍ଗପୁର,ଝାରସୁଗୁଡ଼ାରେ ୭.୨, ଫୁଲବାଣୀରେ ୭.୫, ସୁନ୍ଦରଗଡ଼ରେ ୮.୬, କେନ୍ଦୁଝର ୮.୯, ଅନୁଗୁଳରେ ୯.୦୦, ଭବାନୀପାଟଣା ୯.୦,  କିରେଇ ଓ ଚିପିଲିମାରେ ୯.୦ ଓ ଭଦ୍ରକରେ ୯.୫  ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।  ଓ ମାଲକାନଗିରିରେ ବର୍ଷା ହେବାର ସମ୍ଭାବନା ରହିଛି।

-ମନୋରମା ମହାନ୍ତି, ନିର୍ଦ୍ଦେଶିକା, ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର 

ସେହିପରି ୧୯ ତାରିଖ ଠାରୁ ବର୍ଷାର ପରିମାଣ ବଢ଼ିବା ସହ ବିଜୁଳି ଘଡ଼ଘଡ଼ି ସହ ହାଲୁକରୁ ମଧ୍ୟମଧରଣର ବର୍ଷାକୁ ନେଇ ଗଂଜାମ, ଗଜପତି, ରାୟଗଡ଼ା, କନ୍ଧମାଳ ,କଳାହାଣ୍ଡି,ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ। ଡିସେମ୍ବର ୨୦ ତାରିଖରେ ପୁରୀ,ଜଗତସିଂହପୁର ,ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ଜଗତସିଂହପୁର, କେନ୍ଦ୍ରାପଡା, ମୟୁରଭଞ୍ଜ , କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା,  ବରଗଡ଼ , ସମ୍ୱଲପୁର,   ସୁବର୍ଣ୍ଣପୁର ଓ  ବଲାଙ୍ଗୀରି ଅଞ୍ଚଳରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ଯୋଗୁଁ ଚାଷୀଙ୍କୁ ସତର୍କ କରାଯାଇଥିବା ବେଳେ ଅମଳ କରିସାରିଥିବା ଧାନକୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ବର୍ଷା ଯୋଗୁଁ ରାତିର ପାରଦ ମଧ୍ୟ ବୃଦ୍ଧି ପାଇବ। ହେଲେ ଶୀତର ପ୍ରଭାବ କମିବନି। ଲୋକେ ଶୀତ ଅନୁଭବ କରିବେ। କାରଣ ଦିନ ତାପମାତ୍ରା ହ୍ରାସ ପାଇବା ସହ ପବନ ମଧ୍ୟ ପ୍ରବାହିତ ହେବ। ବର୍ଷା ଓ କୋହଲା ପାଗ ଦ୍ବାରା ଦିନରେ ଲୋକେ ଅଧିକ ଶୀତ ଅନୁଭବ କରିବେ। ଏହିପରି ସ୍ଥିତି ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି। ରାତିରେ ତାପମାତ୍ର ୩ ରୁ ୫ ଡିଗ୍ରି ବୃଦ୍ଧି ପାଇବ। ୨୨ ରୁ ପୁଣି କମିବ ରାତି ତାପମାତ୍ରା। 

Leave a Reply

Your email address will not be published. Required fields are marked *