ସାରାରାଜ୍ୟରେ ଶୀତର ଲହରୀ

ଓଡ଼ିଶାରେ ପ୍ରବଳ ଥଣ୍ଡା, ୧୦ ଡିଗ୍ରି ତଳେ ରହିଛି ରାଜ୍ୟର ୧୧ ସହର

ସାରା ରାଜ୍ୟରେ ଶୀତର ଲହରି, ଥଣ୍ଡାରେ ଥରହର ସାରା ଓଡ଼ିଶା ।  ଆଜି ୧୦ ଡିଗ୍ରି ତଳେ ରହିଛି ରାଜ୍ୟର ୧୧ ସହର । ଝାରୁସୁଗୁଡ଼ାରେ ୭.୧ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ରାଉରକେଲାରେ ୫.୭ ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

ଭୁବନେଶ୍ୱର ୧୬-୧୨-୨୦୨୪ (ପିପିଏସ) : ସାରା ରାଜ୍ୟରେ ଶୀତର ଲହରି, ଥଣ୍ଡାରେ ଥରହର ସାରା ଓଡ଼ିଶା ।  ଆଜି ୧୦ ଡିଗ୍ରି ତଳେ ରହିଛି ରାଜ୍ୟର ୧୧ ସହର । ଭୁବନେଶ୍ବର,  କଟକ,ପାରାଦୀପ ସମେତ ଉପକୂଳ ଓଡ଼ିଶାରେ ତାପମାତ୍ରା ସ୍ବାଭାବିକଠୁ ୨ରୁ ୪ ଡିଗ୍ରି କମ୍ ତାପମାତ୍ରା ରେକର୍ଡ ହୋଇଛି। ଏଣେ ଦାରିଙ୍ଗାବାଡ଼ି ଓ ଫୁଲବାଣୀରେ ୮.୫ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।ଝାରସୁଗୁଡ଼ା ଓ ରାଉରକେଲା ସହରରେ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହେଉଛି ।  ଝାରୁସୁଗୁଡ଼ାରେ ୬.୧ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ରାଉରକେଲାରେ ମଧ୍ୟ ୫.୬ଡିଗ୍ରି ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି କେନ୍ଦୁଝରରେ ୮.୮ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ଦାରିଙ୍ଗବାଡ଼ିରେ ୮.୫ ଡିଗ୍ରି, ଅନୁଗୁଳରେ ୯ ଡିଗ୍ରି, କେନ୍ଦୁଝରରେ୯.୨ ଡିଗ୍ରି, ସୁନ୍ଦରଗଡ଼ରେ ୯.୪ ଡିଗ୍ରି, ଭବାନୀପାଟଣାରେ ରାତିର ତାପମାତ୍ରା ୯.୪ ଡିଗ୍ରି ସେଲସିୟସ ତାପମାତ୍ରା ରହିଛି।ତେଣେ ଝାରସୁଗୁଡ଼ା ଓ ରାଉରକେଲା ସହରରେ ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହେଉଛି।  ରାଉରକେଲା ୫.୭, ଝାରସୁଗୁଡ଼ା ୭.୧,  କେନ୍ଦୁଝର ୮.୮ ଡିଗ୍ରି, ଫୁଲବାଣୀରେ ୭, ଦାରିଙ୍ଗବାଡ଼ିରେ ୭.୫, ଭବାନୀପାଟଣାରେ ୭.୮, ଅନୁଗୁଳ ୮, ସୁନ୍ଦରଗଡ଼ ୯, ଜଗତସିଂହପୁର ୯.୫ ଡିଗ୍ରି  ତାପମାତ୍ରା ରେକର୍ଡ ହୋଇଛି । କଟକରେ ତାପମାତ୍ରା ୧୧.୫ ଓ ଭୁବନେଶ୍ୱରରେ ୧୦.୯ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।

Leave A Reply

Your email address will not be published.