ଭାରତ ସେବାଶ୍ରମ ପକ୍ଷରୁ ଗୀତା ଜୟନ୍ତୀ ଉତ୍ସବ

ଯୁଦ୍ଧ ପ୍ରମତ୍ତ ବିଶ୍ଵକୁ ଭାରତ ହିଂ ଗୀତା ଜରିଆରେ ଦିଗଦର୍ଶନ ଦେଇପାରିବ :ବିଶ୍ବଭୂଷଣ ହରିଚନ୍ଦନ |
ଭୁବନେଶ୍ୱର ୧୨-୧୨-୨୦୨୪(ପିପିଏସ ) : ଯୁଦ୍ଧ ପ୍ରମତ୍ତ ବିଶ୍ଵକୁ ଭାରତ ହିଂ ଗୀତା ଜରିଆରେ ଦିଗଦର୍ଶନ ଦେଇପାରିବ | ସେ ଦୃଷ୍ଟିରୁ ଗୀତା ପଠନର ଆବଶ୍ୟକତା ରହିଛି |ଭାରତ ହିଂ ସମଗ୍ର ବିଶ୍ଵରେ ଶାନ୍ତି ସ୍ଥାପନ କରିପାରିବ ବୋଲି ଆନ୍ଧ୍ର ପ୍ରଦେଶ ଓ ଛତିଶିଗଡର ପୂର୍ବତନ ରାଜ୍ୟପାଳ ଶ୍ରୀ ବିଶ୍ବଭୂଷଣ ହରିଚନ୍ଦନ କହିଛନ୍ତି |ଗତ ସନ୍ଧ୍ୟାରେ ଭାରତ ସେବକ ସମାଜ ସଙ୍ଘର 109 ତମ ଶତାଦ୍ଧୀ ପାଳନ ତଥା ଗୀତା ଜୟନ୍ତୀ ଉତ୍ସବ ଭାରତ ସେବକ ସଙ୍ଘର ଭୁବନେଶ୍ୱର ଶାଖାର ଆନୁକୂଲ୍ୟରେ ସ୍ଥାନୀୟ ବୁଦ୍ଧମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା |ଶ୍ରୀମଦ ଭାଗବତ ଗୀତାର ଶିକ୍ଷା ଓ ଆଜିର ପ୍ରାସଙ୍ଗିକତା ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା |ଭୁବନେଶ୍ୱର ଓ ବୃନ୍ଦାବନ ଶାଖାର ସଂଘ ସମ୍ପାଦକ ସ୍ୱାମୀ ଜଗନ୍ନାଥ ନନ୍ଦ ମହାରାଜ ସ୍ୱାଗତ ଭାଷଣ ଦେଇ ଗୀତା ଜୟନ୍ତୀ ପାଳନ ଓ ସଂଘର କାର୍ଯ୍ୟାବଳୀ ସମ୍ପର୍କରେ ସୂଚନା ଦେଇଥିଲେ |ଏହି ଉତ୍ସବକୁ ଉଦ୍ଘାଟନ କରି ଶ୍ରୀ ହରିଚନ୍ଦନ କହିଥିଲେ ଯେ ରୁଷ -ୟୁକ୍ରେନ ଯୁଦ୍ଧ ପାଇଁ ବିଶ୍ଵ ଏବେ ଦୁଇ ଭାଗରେ ବିଭକ୍ତ ହୋଇ ଆସନ୍ନ ବିଶ୍ଵଯୁଦ୍ଧ ଆଡକୁ ମୁହଁଯାଇ ଥାନ୍ତା |ମାତ୍ର ଭାରତ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟସ୍ଥତା ଯୋଗୁ ଯୁଦ୍ଧ ଖୋର ବିଶ୍ଵରେ ଶାନ୍ତି ସ୍ଥାପନ ଲାଗି ଉଦ୍ୟମ ଆରମ୍ଭ ହୋଇଛି |ଏହା ଶ୍ରୀମଦ ଗୀତାର ପ୍ରଭାବ ବୋଲି ମନେହୁଏ |ବିଶ୍ଵଯୁଦ୍ଧ ଆରମ୍ଭ ହୋଇଥିଲେ ଆମ ଅର୍ଥନୀତି ଉପରେ ମଧ୍ୟ ପ୍ରଭାବ ପଡିଥାନ୍ତା ବୋଲି ସେ କହିଥିଲେ |ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କପ୍ରତିମୃତ୍ତି ଓ ଭାରତ ସେବା ସଂଘର ପ୍ରତିଷ୍ଠାତା ଗୁରୁଦେବ ପ୍ରାଣବନ୍ଦ ଜୀଙ୍କ ଫଟୋଚିତ୍ରରେ ମୁଖ୍ୟଅତିଥି ଓ ଅନ୍ୟ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ |ସ୍ୱାମୀ ସାସ୍ୱତାନନ୍ଦ ସରସ୍ୱତୀ ସଂଘ ପ୍ରଚାରକ ,ମଙ୍ଗଳାଚରଣ ଗାନ କରିଥିଲେ |

ଅନ୍ୟମାନଙ୍କ ମଧ୍ୟରେ ସଂଘର ରାୟପୁର ଶାଖାର ଅଧକ୍ଷ ସ୍ୱାମୀ ଶିବପୁରାନନ୍ଦଜୀ ମହାରାଜ ,ଘାଟାସିକା(ଝାଡ଼ଖଣ୍ଡ )ସ୍ୱାମୀ ସିଦ୍ଧାର୍ଥନନ୍ଦଜୀ ମହାରାଜ,ସ୍ୱାମୀ ପ୍ରଭାକରାନନ୍ଦଜୀ ମହାରାଜ,ସ୍ୱାମୀ ଭଗବତ ନନ୍ଦ ସରସ୍ୱତୀ ,ଭୁବନେଶ୍ୱର ,ଭାଗବତଃଚାର୍ଯ୍ୟ ଶ୍ରୀ ନବୀନ ପଟ୍ଟନାୟକ ,ସମାଜର ଡିଜିଟାଲ ସମ୍ପାଦକ ଶ୍ରୀ ଗୋପାଳ ମହାପାତ୍ର ,ପ୍ରଭୁତି ଗୀତା ସମ୍ପର୍କରେ ମୂଲ୍ୟବାନ ମତାମତ ରଖିଥିଲେ ଶ୍ରୀ ଗୁରୁକଲ୍ୟାଣ ମହାପାତ୍ର ଏହି ଉତ୍ସବରେ ଅଧ୍ୟକ୍ଷତା କରି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୄର୍ମୁ ଓ ଓଡିଶା ବିଧାନ ସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ଶୁଭେଚ୍ଛା ବାର୍ତ୍ତାମାନ ପାଠ କରିଥିଲେ |ଗୀତା ବିଷୟବସ୍ତୁ ଉପରେ ସ୍କୁଲ ପିଲାମାନେ ନୃତ୍ୟ ଓ ଗୀତ ପରିବେଷଣ କରିଥିଲେ |ଏହାକୁ ଧିରେନ ରଥ ପରିଚାଳନା କରିଥିଲେ |ରଣପୁର ଶ୍ରୀ ନାରାୟଣ ପାଣ୍ଡେ ଓ ଶ୍ରୀ ଅଭିଜିତ ଦେବଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା | ଶେଷରେ ଇଂ ବିଜୟ ପ୍ରସାଦ ମହାନ୍ତି ଧନ୍ୟବାଦ ଦେଇଥିଲେ |

Leave A Reply

Your email address will not be published.