ହାତୀ ଆକ୍ରମଣରେ ଆହତ ୩ ବନ କର୍ମଚାରୀଙ୍କ ମଧ୍ୟରୁ ୨ ଜଣ ଗୁରୁତର

ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସରକାର ଓ ପ୍ରଶାସନ ଉଦ୍ୟମ ଜାରି ରଖିଛନ୍ତି। ଏଥି ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହା ସତ୍ତ୍ବେ ଜଙ୍ଗଲର କଳେବର ବଢୁନାହିଁ କି ବନ୍ୟଜନ୍ତୁମାନେ ସୁରକ୍ଷିତ ନାହାନ୍ତି।

କଣ୍ଟାବାଞ୍ଜି/ଭୁବନେଶ୍ୱର ୦୧-୧୨-୨୦୨୪ (ପିପିଏସ ) : ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସରକାର ଓ ପ୍ରଶାସନ ଉଦ୍ୟମ ଜାରି ରଖିଛନ୍ତି। ଏଥି ପାଇଁ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହା ସତ୍ତ୍ବେ ଜଙ୍ଗଲର କଳେବର ବଢୁନାହିଁ କି ବନ୍ୟଜନ୍ତୁମାନେ ସୁରକ୍ଷିତ ନାହାନ୍ତି। ଜଙ୍ଗଲର ଜନ୍ତୁମାନେ ବାଧ୍ୟ ହୋଇ ଗାଁ ଅଭିମୁଖେ ଆସୁଛନ୍ତି। ହାତୀ ଓ ମନୁଷ୍ୟ ମଧ୍ୟରେ ଏକ ପ୍ରକାର ଅଘୋଷିତ ଜାରି ରହିଛି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। କେତେ‌ବେଳେ ହାତୀ ଆକ୍ରମଣରେ ମନୁଷ୍ୟର ଜୀବନ ଯାଉଛି ଅନେକ ସମୟରେ ଗଜରାଜର ମୃତଦେହ ଠାବ ହେଉଛି। କଣ୍ଟାବାଞ୍ଚି ରେଞ୍ଜ ଢୋଲମାନ୍ଦର ସେକ୍ସନ ବାନ୍ଧନପାଲୀ ଗାଁ ନିକଟରେ ହାତୀ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୨ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି। ହାତୀ ଓ ମନୁଷ୍ୟ ମଧ୍ୟରେ ଏକ ପ୍ରକାର ଅଘୋଷିତ ଜାରି ରହିଛି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। କେତେ‌ବେଳେ ହାତୀ ଆକ୍ରମଣରେ ମନୁଷ୍ୟର ଜୀବନ ଯାଉଛି ଅନେକ ସମୟରେ ଗଜରାଜର ମୃତଦେହ ଠାବ ହେଉଛି।ସୂଚନା ଅନୁସାରେ କଣ୍ଟାବାଞ୍ଜି ରେଞ୍ଜ ଢୋଲମାନ୍ଦଲ ସେକ୍ସନ ବାନ୍ଧନପାଲୀ ଗାଁ ନିକଟରେ ଗୋଟିଏ ହାତୀ କିଛି ଦିନ ହେଲା ଆତଙ୍କ କରୁଛି। ଗାଁ ଲୋକେ ହାତୀ ଘଉଡ଼ାଇବାକୁ ଯାଇ ନୟାନ୍ତ ହୋଇସାରିଛନ୍ତି। ଜଙ୍ଗଲରେ ହାତୀ ଥିବା ନେଇ ବନବିଭାଗ ସୂଚନା ପାଇଥିଲେ। ବନବିଭାଗର ପାରା ସ୍କ୍ବାର୍ଡ ପ୍ରଶାନ୍ତ ନାଏକ, ଗଜ ସାଥୀ ରୂପେଶ ଛତ୍ରିଆ ଓ ଡବ୍ଲ୍ୟୁ ସ୍କ୍ବାର୍ଡ ତାରେଶ୍ବର ରଣାଙ୍କ ସମେତ ଅନ୍ୟମାନେ ହାତୀ ଘଉଡ଼ାଇବାକୁ ଯାଇଥିଲେ। ତେବେ ଏହି ତିନି ଜଣ ହାତୀ ଆକ୍ରମଣର ଶିକାର ହୋଇଥିଲେ। ପାରା ଫରେଷ୍ଟର ପ୍ରଶାନ୍ତ ନାୟକ ଓ ସହବନ କର୍ମଚାରୀ ରୁପେଶ ଛତ୍ରିଆ ଗୁରତର ଅଛନ୍ତି। ଏମାନଙ୍କୁ ପ୍ରଥମେ ତୁରେକେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ତିନି ଆହତଙ୍କର ଅବସ୍ଥା ସ୍ଥିର ରହିଛି। 

Leave A Reply

Your email address will not be published.