ସିରିଜ୍‌ ଦୁର୍ଘଟଣାରେ ୪ମୃତ, ୩ ଆହତ

ରାଇରଙ୍ଗପୁର/ଭୁବନେଶ୍ୱର ୩୦-୧୧-୨୦୨୪ (ପିପିଏସ ) : ରାଞ୍ଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା ଘଟିଛି। ଏହି ଜାତୀୟ ରାଜପଥର ପ୍ରାୟ ୧୫ କିମି ଭିତରେ ଆଜି ୩ଟି ଦୁର୍ଘଟଣା ଘଟିଛି, ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଅଛନ୍ତି। ମୃତକମାନେ ହେଲେ ଲାଖାନ୍ ସୋରେନ (୪୫), ତାଙ୍କ ସ୍ତ୍ରୀ ପାନ ସୋରେନ (୩୫), ଧନୁରାମ ମାର୍ଣ୍ଡି (୩୮)  ଓ ଧର୍ମପଦ ପାଟବନ୍ଧା (୫୦)। ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ଆଜି ସକାଳ ଏକ ଆଇରନ ବଝେଇ ଟ୍ରକ ଝାଡ଼ଖଣ୍ଡରୁ ବିଜୟୱାଡା ଅଭିମୁଖେ ଯିବା ସମୟରେ ବେପରୁଆ ଭାବେ ଚାଳନା ଯୋଗୁଁ ପୃଥକ ପୃଥକ ୩ଟି ସଡ଼କ ଦୁର୍ଘଟଣା ଘଟାଇଥିଲା। ଘଟଣାସ୍ଥଳରେ ହିଁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ହସ୍ପିଟାଲ୍ ଆଉ ଜଣକ ମୃତ୍ୟୁ ଘଟିଥିଲା। ତେବେ ଅନ୍ୟ  ୩ ଜଣ ଗୁରୁତର ଆହତ ହୋଇଥିବା ଥିବା ଜଣାପଡ଼ିଛି। ଦ୍ରୁତଗାମୀ ଟ୍ରକ୍‌ଟି ପ୍ରଥମେ ତିରିଂ ଥାନା ଅନ୍ତର୍ଗତ ଡାଳିମା ଗ୍ରାମର ଧର୍ମପଦ ପାଟବନ୍ଧାଙ୍କ ଉପରେ ମାଡ଼ି ଯାଇଥିଲା। ଦୁର୍ଘଟଣାର ଶିକାର ହେବା ପୂର୍ବରୁ ଧର୍ମପଦ ପ୍ରାନ୍ତଃ ଭ୍ରମଣ କରୁଥିଲେ। ଟ୍ରକ୍‌ ଧକ୍କା ଦେଲା ପରେ ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ତାଙ୍କ ସହିତ ଥିବା  ହରିଶଚନ୍ଦ୍ର ଭୋଇ (୭୦) ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

ତେବେ ଗୁରୁତର ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଆହତଙ୍କ ଚିକିତ୍ସା ବାବଦକୁ ଖର୍ଚ୍ଚ ଦାବି କରି ମୃତକଙ୍କ ପରିବାର ଏବଂ ଭଗାବନ୍ଦୀ ଗାଁର ଲୋକେ ରାସ୍ତା ଅବରୋଧ କରିଥିଲେ। ଏଥି ସକାଶେ ଦୁର୍ଘଟଣା ସ୍ଥାନରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ବହଳଦା ଥାନା ଅଧିକାରୀ ବୀରେନ୍ଦ୍ର କୁମାର ରାଉତ ମୃତକଙ୍କ ପରିବାର ଏବଂ ସଂପର୍କୀୟ ସହ ଆଲୋଚନା ଜାରି ରଖିଛନ୍ତି। ପରେ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ,ବହଳଦା ତହସିଲଦାର ଭକ୍ତବନ୍ଧୁ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଅବରୋଧକାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି।

publive-image

ରେଡକ୍ରସ ପାଣ୍ଠିରୁ ମୃତକଙ୍କ ପରିବାର ସଦସ୍ୟଙ୍କୁ ଆର୍ଥିକ ସହାୟତା ଦିଆଯାଇଛି। ସିରିଜ ଦୁର୍ଘଟଣା ଘଟାଇଥିବା ଟ୍ରକ ମାଲିକଙ୍କ ଦୁର୍ଘଟଣାସ୍ଥଳରେ ଉପସ୍ଥିତ ଅଥବା ମୃତକଙ୍କ ପରିବାରଙ୍କୁ ୨୦ ଲକ୍ଷ ଟଙ୍କା ଓ ତାଙ୍କ ପରିବାର ଜଣଙ୍କୁ ସରକାରୀ ଚାକିରି କ୍ଷତିପୂରଣ ଦାବି କରାଯାଇଛି। ଗୁରୁତର ଭାବେ ଆହତ ହୋଇଥିବା ରୋଗୀଙ୍କର ଆବଶ୍ୟକ ଚିକିତ୍ସା ଖର୍ଚ୍ଚ ଦାବି କରି ଆଜି ସକାଳୁ ରାଞ୍ଚି-ବିଜୟଓ୍ବାଡା ୨୨୦ ନଂଜାତୀୟ ରାଜପଥକୁ ବହଳଦା ଥାନା ଅନ୍ତର୍ଗତ ବାଗଡେଗା ଗ୍ରାମସ୍ଥ ମୁତ୍ରୀନାଳ ପୋଲ ନିକଟରେ ଦୁର୍ଘଟଣାରେ ସଂପୂର୍ଣ କ୍ଷତିଗ୍ରସ୍ତ ହୋଇଥିବା ଅଟୋଟିକୁ ରଖାଯାଇ ଅବରୋଧ କରାଯାଇଥିଲା। ତେବେ  ରିପୋର୍ଟ ଲେଖା ହେବା ସୁଦ୍ଧା କ୍ଷତିପୂରଣ ସଂପର୍କିତ ସମାଧାନ ହୋଇପାରି ନଥିଲ‌ା। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହନ ଅଟକି ରହିଥିବାର ଦେଖିବାକୁ ମିଳିଥିଲା। ତେବେ ଉକ୍ତ ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଉନଥିବାରୁ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.