ଗାୟିକା ଜସ୍ମିନ୍ ୱାଲିଆଙ୍କୁ ଡେଟ୍‌ କରୁଛନ୍ତି ପାଣ୍ଡ୍ୟା!
1 min read

ଗାୟିକା ଜସ୍ମିନ୍ ୱାଲିଆଙ୍କୁ ଡେଟ୍‌ କରୁଛନ୍ତି ପାଣ୍ଡ୍ୟା!

ନୂଆଦିଲ୍ଳୀ/ଭୁବନେଶ୍ୱର ୧୪-୦୮-୨୪(ପିପିଏସ ): ନିକଟରେ ପତ୍ନୀ ନତାସା ଷ୍ଟାନକୋଭିକଙ୍କଠାରୁ ଅଲଗା ହେବା ଖବର ଘୋଷଣା କରିଥିବା ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଗ୍ରିସରେ ଏବେ ଛୁଟି କାଟୁଛନ୍ତି। ତେବେ ସେ ଛୁଟି କାଟିବାକୁ ଯାଇଥିବା ବେଳେ କିଛି ଫଟୋକୁ ନେଇ ସେ ବ୍ରିଟିଶ ଗାୟକ ତଥା ଟିଭି ବ୍ୟକ୍ତିତ୍ୱ ଜସ୍ମିନ୍ ୱାଲିଆଙ୍କୁ ଡେଟ କରୁଥିବା ଗୁଜବ ସୃଷ୍ଟି ହୋଇଛି।କ୍ରିକେଟରଙ୍କ ପ୍ରଶଂସକମାନେ ତାଙ୍କୁ ଏବଂ ଜସ୍ମିନଙ୍କୁ ସମାନ ବ୍ୟାକ୍‌ଗ୍ରାଉଣ୍ଡ୍‌ରେ ଫଟୋ ଉଠାଇଥିବାର ଦେଖି ସେମାନେ ସାଥୀ ହୋଇ ଛୁଟି କାଟିବାକୁ ଯାଇଥାଇପାରନ୍ତି ବୋଲି ସନ୍ଦେହ କରୁଛନ୍ତି। କିଛି ଦିନ ପୂର୍ବରୁ ଜସ୍ମିନ୍ ଏକ ସୁଇମିଂ ପୁଲ୍ ପାଖରେ ଠିଆ ହୋଇଥିବା ବେଳେ ନୀଳ ବିକିନିରେ ନିଜର ଚିତ୍ର ସେୟାର କରିଥିଲେ। ସୂର୍ଯ୍ୟ କିରଣରୁ ନିଜକୁ ରକ୍ଷା କରିବା ପାଇଁ ସେ ଏକ ଟୋପି ବି ପିନ୍ଧିଥିଲେ।

ପରେ, ହାର୍ଦ୍ଦିକ ସେହି ସୁଇମିଂ ପୁଲରେ ଏକ ପୋଜ୍ ମାରିବାର ଏକ ଭିଡିଓ ସେୟାର କରିଥିଲେ। ସେ ଏକ ପ୍ରି‌ଣ୍ଟେଡ୍‌ ସାର୍ଟ ଏବଂ ବିଜ୍‌ ପ୍ୟାଣ୍ଟରେ ଫଟୋ ଉଠାଇ ପୋଷ୍ଟ୍‌ କରିଥିଲେ। ତେବେ ତାଙ୍କର ସେହି ପୋଷ୍ଟ୍‌କୁ ଜସ୍ମିନ୍‌ ଲାଇକ୍‌ କରିବାରୁ ଚର୍ଚ୍ଚା ଆହୁରି ଜୋର୍‌ ଧରିଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଜସ୍ମିନ୍‌ ପାଣ୍ଡ୍ୟାଙ୍କ ଫଲୋୟର୍ସ ତାଲିକାରେ ବି ଅଛନ୍ତି।
ଜଣେ ଇନଷ୍ଟାଗ୍ରାମ ବ୍ୟବହାରକାରୀ ଜସ୍ମିନଙ୍କ ପୋଷ୍ଟରେ ମନ୍ତବ୍ୟ ଦେଇଛନ୍ତି, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତୁମେ ଏକାଠି, ଗ୍ରିସରେ ନୂତନ ପ୍ରେମ ପକ୍ଷୀ ଦ୍ବୟ ଉପଭୋଗ କରୁଛନ୍ତି ଅନ୍ୟ ଜଣେ ପଚାରିଛନ୍ତି, ହାର୍ଦ୍ଦିକ ପାଣ୍ଡ୍ୟା କେଉଁଠାରେ ଅଛନ୍ତି?

Leave a Reply

Your email address will not be published. Required fields are marked *