ପ୍ରଜାତନ୍ତ୍ର ନ୍ୟୁଜ୍

ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

Advertisement

 ଆହାର କେନ୍ଦ୍ରରେ ଦୃନୀତି ଏବଂ ଅନିମୟତା 

ରାଉରକେଲା /ଭୁବନେଶ୍ୱର ୦୪-୧୧-୨୦୨୪ (ପିପିଏସ) : ରାଜଗାଙ୍ଗପୁର ସ୍ଥିତ  ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରେ ସ୍ଥାପିତ ଆହାର କେନ୍ଦ୍ର ରେ ଗତ କିଛି ବର୍ଷ ତଳେ 400 ଜଣଙ୍କ ପାଇଁ 5 ଟଙ୍କା ମୂଲ୍ୟରେ ଆହାର ଜନତାଙ୍କପାଇଁ ବ୍ୟବସ୍ଥା  ଗତ ରାଜ୍ୟ ସରକାର ଙ୍କ ନିର୍ଦ୍ଧେଶରେ  ଅକ୍ଷୟ ପାତ୍ର ଫାଉଣ୍ଡେସନ ପ୍ରଦାନ କରି ଆସୁ ଥିଲା ଗତ 6 ବର୍ଷ ହେବ ଜୟ ଜଗନ୍ନାଥ ଏସ ଏଚ ଜି ଗ୍ରୁଫ କୁ ବିନା ଟେଣ୍ଡର ରେ ଦିନ ବେଳେ 300 ଜଣ ରାତ୍ର ରେ 100 ଜଣ ଙ୍କ ପାଇଁ ଆହାର ପ୍ରଦାନ କରିବା ପାଇଁ ଦିଆ ଯାଇ ଥିଲା  ଏହି ଏସ ଏଚ ଜି ଗ୍ରୁଫ ର ସଭାପତି ଙ୍କ ସ୍ୱାମୀ ପୌର ପାଳିକା ର ଜଣେ ଚତୃର୍ଥ ଶ୍ରେଣୀର କର୍ମଚାରୀ ଥିବା ଏବଂ ସେ ଆହାର କେନ୍ଦ୍ରର ଦେଖା ଶୁଣା ଦାୟିତ୍ୱ ଦିଆ ଯାଇଥିବା ଅଭିଯୋଗ ହେବା ଜଣା ଯାଇଛି ଏବଂ ସେଠାରେ ସୁରକ୍ଷା କର୍ମୀ ନିୟୋଜିତ କରିବା ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ୍ୟ ବହୁ ମାସ ହେବ ସେଠା ରେ ସୁରକ୍ଷା କର୍ମଚାରୀ ନିୟୋଜିତ ନଥାଇ ବିଲ ହେବା କରା ଯାଉ ଥିବା ଜଣା ଯାଇଛି l ପୌର ପରିଷଦ ରେ ନୂତନ ଭାବେ ଜଣେ କର୍ମଚାରୀ ଦାୟିତ୍ୱ ନେବା ପରେ ସେ ଜାଣି ପାରିଥିଲେ ଯେ ଈଶ୍ୱର ପ୍ରସାଦ ସଂସ୍ଥା ବିନା ସୁରକ୍ଷା କର୍ମୀ ନିୟୋଜିତ ନ ଥାଇ ଆଠ ମାସ ର  ବିଲ ପ୍ରଦାନ କରିବା ପରେ ସେ ଜାଣିବା ପାରି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭିକ୍ଟୋର ସୋରଙ୍ଗଙ୍କ

ଦୃଷ୍ଟି ଆକର୍ଷଣ  କରିବା ପରେ ବିଲ କୁ ଅଟକ କରି ତଦନ୍ତ କରୁଥିବା ଜଣା ଯାଇଛି l ସୁରକ୍ଷା ଯୋଗାଣ ସଂସ୍ଥାର ସୁରକ୍ଷା  ଯୋଗାଣ କେଉଁ ଭିତ୍ତି ରେ କାର୍ଯ୍ୟ ଆଦେଶ ଦିଆ ଯାଇଛି ତାର ସମସ୍ତ ନଥି ପତ୍ର ଠିକ ଅଛି କି ନାହିଁ ତାକୁ ବ୍ୟାଙ୍କ ପେମେଣ୍ଟ ନ କରି କିପରି ନଗଦ ଟଙ୍କା ପ୍ରଦାନ କରା ଯାଉ ଥିଲା ଏହା ରାଜ୍ୟ ଗୋଇନ୍ଧା ବିଭାଗ ଦ୍ଵାରା ତଦନ୍ତ କରିବା ପାଇଁ ସାଧାରଣରେ ଦାବୀ ହେଉଛି ଏପରି ଦିନକୁ 400 ଜଣଙ୍କୁ ଆହାର ନିର୍ମାଣ ନ କରା ଯାଇ କମ ଲୋକଙ୍କ ପାଇଁ ଖାଦ୍ୟ ତିଆରି ହେବା ଅଭିଯୋଗ ହେଉଥିବା ଜଣା ଯାଇଛି ଉଚ୍ଚକୃତ ପକ୍ଷରୁ ତଦନ୍ତ କରିବା ସାଧାରଣ ରେ ଦାବୀ କରୁଛନ୍ତି l 

Leave a Reply

Your email address will not be published. Required fields are marked *