ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି ୨୦୨୪’ ଅନୁଷ୍ଠିତ
ବାରିପଦା/ଭୁବନେଶ୍ୱର ୦୪-୧୧-୨୦୨୪ (ପିପିଏସ) : ପାଠପଢା ସହିତ ବିଦ୍ୟାଳୟ ଛାତ୍ରଛାତ୍ରୀ ଙ୍କର ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ଆରମ୍ଭ ହୋଇଥିବା ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି”ର ଉଦ୍ଘାଟନ ଉତ୍ସବ ମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ କର କମଳ ରେ ସ୍ଥାନୀୟ ସହିଦ ସ୍ମୃତି ଭବନରେ ହୋଇଯାଇଅଛି l
‘ଓଡିଶାର ଲୋକକଳା’ ପ୍ରସଙ୍ଗ ଉପରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ୨୬ ଗୋଟି ବ୍ଲକ ରୁ ପ୍ରାୟ ୯୦୦ରୁ ଉର୍ଦ୍ଧ୍ଵ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶଶୀଧର ସିଂହ ଓ ଦୀପ୍ତି ନାଏକ ପ୍ରମୁଖ ଯୋଗଦାନ କରିଥିଲେ ।
ସେହିପରି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା ଓ ବାରିପଦା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରକାଶ ସୋରେନ ପ୍ରମୁଖ ଯୋଗଦାନ କରିଥିଲେ । ଉଦଘାଟନୀ ଓ ଉଦଯାପନୀ ସଭାକୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶଶୀଧର ସିଂହ ଓ ଭିନ୍ନକ୍ଷମ ଓ ଗଣମାଧ୍ୟମ ସଂଯୋଜକ, ନିରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲାର ସମସ୍ତ ୨୬ ଗୋଟି ବ୍ଲକ ମଧ୍ୟରୁ ଅଂଶଗ୍ରହଣ କରିଥିବା ୯୦୦ପ୍ରତିଯୋଗୀ ୨୯ ଟି ବିଭାଗରେ ଅଂଶଗ୍ରହଣ କରିଥିଲେ ଓ ସେଥି ମଧ୍ୟରୁ ପ୍ରତ୍ୟେକ ବିଭାଗର ଶ୍ରେଷ୍ଠ ତିନି ଜଣ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ସେହିପରି ପ୍ରତ୍ୟେକ ବିଭାଗରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନେ ଆସନ୍ତା ନଭେମ୍ବର ୧୪ ତାରିଖରେ ଭୁବନେଶ୍ଵରଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି ରେ ଅଂଶ ଗ୍ରହଣ କରିବେ ବୋଲି ସୂଚନା ମିଳିଛି।
ଚତୁର୍ଥ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାର ବିଭିନ୍ନ ବର୍ଗ ଯଥା–ଏକାଦଶ ରୁ ଦ୍ଵାଦଶ ବରିଷ୍ଠ ଉଚ୍ଚ ମାଧ୍ୟମିକ ବର୍ଗର ବିତର୍କରେ ଲକ୍ଷ୍ମୀପ୍ରିୟା ଖିଲାର, ଖୁଣ୍ଟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଖୁଣ୍ଟା, ପ୍ରବନ୍ଧରେ ଚାନ୍ଦନୀ ବିନ୍ଧାଣି, ଡି. ଏଲ. ମହାବିଦ୍ୟାଳୟ, ବହଳଦା, ଚିତ୍ରାଙ୍କନରେ ସୌମ୍ୟା ସୁରେଖା ପୃଷ୍ଟି, ଓଡିଶା ଆଦର୍ଶ ବିଦ୍ୟାଳୟ, ଗୋରୁଡବସ।, ବେତନଟୀ, ଚିତ୍ରାଙ୍କନ (ଦିବ୍ୟାଙ୍ଗ) ରେ ରସିଦ। ପରୱିନ, ଓଡିଶା ଆଦର୍ଶ ବିଦ୍ୟାଳୟ, ମହୁଲିଆ, ରାସଗୋବିନ୍ଦପୁର, କୁଇଜରେ ସମିତ ଗିରି, ଓଡିଶା ଆଦର୍ଶ ବିଦ୍ୟାଳୟ, ଝାଡଗାଁ, ବହଳଦା, ସୃଜନଶୀଳ ଲିଖନରେ କୃଷ୍ଣା ପଣ୍ଡା ସାରସ୍ଵତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଆମରା, ଗୋପବନ୍ଧୁ ନଗର, ବକ୍ତୃତାରେ, ବନାନୀ ବେହେରା, ଏମ. ଜି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବୈଶିଙ୍ଗା, ବେତନଟୀ, ସଙ୍ଗୀତରେ ସାଗର ହେମ୍ବ୍ରମ, ରାଇରଙ୍ଗପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଇରଙ୍ଗପୁର, ସଙ୍ଗୀତ (ଦିବ୍ୟାଙ୍ଗ) ରେ ଗୁରୁବାରି ମୁର୍ମୁ, ବାବା ଜଟେଶ୍ଵର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନୂଆଗାଁ, ଛୋୟରାୟପୁର, ମୋରଡା ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେହିପରି ଅଷ୍ଟମ ରୁ ଦଶମ ବରିଷ୍ଠ ବର୍ଗର ବିତର୍କରେ ଅର୍ଚିତା ନାୟକ, ଓଡିଶା ଆଦର୍ଶ ବିଦ୍ୟାଳୟ, ବଡଦେଉଳି, କରଞ୍ଜିଆ, ପ୍ରବନ୍ଧରେ ପାୟଲ ପ୍ରିୟଦର୍ଶିନୀ ପୃଷ୍ଟି, ଏଫ. ଏମ. ଏକାଡେମି, ତାରାଣା , ବହଳଦା, ଚିତ୍ରାଙ୍କନ ରେ ଆଶିଷ ବିଶ୍ଵାଳ, ସରକରୀ ଉଚ୍ଚ ବିଦ୍ୟାଳୟ, ଉଦଳା, ଚିତ୍ରାଙ୍କନ (ଦିବ୍ୟାଙ୍ଗ) ରେ ଆକାଶ ଟୁଡୁ, ଶ୍ରବଣ ବାଧିତ ସ୍ଵତନ୍ତ୍ର ବିଦ୍ୟାଳୟ, ବାରିପଦା, କୁଇଜ ରେ ଦୀପସିତା ମିଶ୍ର, ସରକାରୀ ଉଚ୍ଚ ବିଦ୍ୟାଳୟ, ପଶୁଦା , ଗୋପବନ୍ଧୁ ନଗର, ସୃଜନଶୀଳ ଲିଖନ ରେ ଦୀପିକା ମୁର୍ମୁ, ପି. ସି. ପୁର ଆଶ୍ରମ ବିଦ୍ୟାଳୟ, ଉଦଳା, ବକ୍ତୃତା ରେ ଦୀପଙ୍କର ବେହେରା, ବାପୁଜୀ ଉଚ୍ଚ ବିଦ୍ୟାଳୟ, ସାନବେଲାକୁଟି, ଗୋପବନ୍ଧୁ ନଗର, ସଙ୍ଗୀତରେ ଶ୍ରଦ୍ଧା ସ୍ମୃତି ଦାସ ଏମ. ପି. କେ. ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବାରିପଦା, ସଙ୍ଗୀତ (ଦିବ୍ୟାଙ୍ଗ) ରେ ପବିତ୍ର କୁମାର ମୁର୍ମୁ, ବୀର୍ସାମୁଣ୍ଡା ଉଚ୍ଚ ବିଦ୍ୟାଳୟ, ବାରିପଦା ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେହିପରି ଚତୁର୍ଥ ରୁ ସପ୍ତମ କନିଷ୍ଠ ବର୍ଗର ଚିତ୍ରାଙ୍କନ ରେ ଜ୍ୟୋତିପ୍ରଭା ଦେବୀ, ଓଡିଶା ଆଦର୍ଶ ବିଦ୍ୟାଳୟ, ଟିଟିଆ, ଗୋପବନ୍ଧୁ ନଗର, ଚିତ୍ରାଙ୍କନ (ଦିବ୍ୟାଙ୍ଗ) ରେ ଯାଉନା ଟୁଡୁ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଇନ୍ଦଖୋଳି, କୁଇଜ ରେ ନିତେଶ ଗୋଚ୍ଛାୟତ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଠାଣିନୂଆଗାଁ, ବଡସାହି, ସୃଜନଶୀଳ ଲିଖନରେ ଶୁଭଶ୍ରୀ ଦଳାଇ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବଲକା, ବେତନଟୀ, ବକ୍ତୃତାରେ ପ୍ରତ୍ୟାଶା ହାତି, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପରସିବଣି, କପ୍ତିପଦା, ସଙ୍ଗୀତରେ ଆୟୁଷ ମଣ୍ଡଳ, ଓଡିଶା ଆଦର୍ଶ ବିଦ୍ୟାଳୟ, ସାନମୌଦା, ରାଇରଙ୍ଗପୁର, ସଙ୍ଗୀତ (ଦିବ୍ୟାଙ୍ଗ) ରେ ଯମୁନା ମଣ୍ଡଳ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଶ୍ୟାମାନନ୍ଦପୁର, ରାସଗୋବିନ୍ଦପୁର, ଓଡିଆ ହସ୍ତାକ୍ଷର ଓ ଶ୍ରୁତି ଲିଖନ ରେ ସ୍ନେହାସିନୀ ବେହେରା, ସରକାରୀ ଉଚ୍ଚ ବିଦ୍ୟାଳୟ, ଧାନଘେରା , ଖୁଣ୍ଟା, ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ପି. ଏମ. ପୋଷଣ ଚିତ୍ରକଳା ରେ ବାସନ୍ତୀ ସିଂ, ଏସ. ଏସ. ଡି. ବାଳିକା ଉଚ୍ଚ ବିଦ୍ୟାଳୟ, ବଡସିମୁଳିଆ, କପ୍ତିପଦା, ପି. ଏମ. ପୋଷଣ ଶିଳ୍ପକଳା ରେ ଅଙ୍କିତା ବାରିକ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଝାରପୋଖରିଆ, ସାରସକଣା ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସୁରଭି ର ସବୁଠାରୁ ଆକର୍ଷଣୀୟ ସାଂସ୍କୃତିକ ପ୍ରତିଯୋଗିତାରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଚିଙ୍ଗୁଡ଼ି ପୋଖରୀ, କୁସୁମି ପ୍ରଥମ ସ୍ଥାନ ଅଧିକାର କରିବାର ସୌଭାଗ୍ୟ ଅର୍ଜନ କରିଥିଲେ ।