କଟକ ଏସସିବିରେ ରାଗିଂ ଅଭିଯୋଗ, ତଦନ୍ତ ଆରମ୍ଭ
1 min read

କଟକ ଏସସିବିରେ ରାଗିଂ ଅଭିଯୋଗ, ତଦନ୍ତ ଆରମ୍ଭ

କଟକ,୦୪-୧୧-୨୦୨୪ (ପିପିଏସ) : କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ (ଏସସିବି ମେଡ଼ିକାଲ କଲେଜ)ରେ ରାଗିଂ ଅଭିଯୋଗ ହୋଇଛି। ଏମବିବିଏସ ପ୍ରଥମ ବର୍ଷ ଛାତ୍ର ତାଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ଏସସିବି ମେଡ଼ିକାଲ କଲେଜର ଶେଷ ବର୍ଷ ଛାତ୍ରଙ୍କ ନାମରେ ସେ ରାଗିଂ ଅଭିଯୋଗ ଆଣିଛନ୍ତି। ଛାତ୍ରଙ୍କ ଅଭିଯୋଗକୁ ଗ୍ରହଣ କରିବା ସହ ଏସସିବି ଆଣ୍ଟି ରାଗିଂ କମିଟିର ତଦନ୍ତ ଆରମ୍ଭ କରିଛି। ଅଭିଯୋଗକାରୀ ଛାତ୍ର ଦେଇଥିବା ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ ହୋଇଥିବା ଏସସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *