ଫେବୃୟାରୀ ୯ରେ ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ, ଟିକେଟ ମୂଲ୍ୟ ୮୦୦ରୁ ଆରମ୍ଭ
1 min read

ଫେବୃୟାରୀ ୯ରେ ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ, ଟିକେଟ ମୂଲ୍ୟ ୮୦୦ରୁ ଆରମ୍ଭ

କଟକ,୦୩-୧୧-୨୦୨୪(ପିପିଏସ ) : ଆଗାମୀ ଫେବୃୟାରୀ ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ। ଏଥିପାଇଁ ଟିକେଟ ମୂଲ୍ୟ ନିର୍ଦ୍ଧାରଣ କରିଛି ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ)। ଟିକେଟ ମୂଲ୍ୟ ସର୍ବନିମ୍ନ ୮୦୦ ଟଙ୍କାରୁ ଆରମ୍ଭ ହୋଇ ୨୦ ହଜାର ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି।ଷ୍ଟାଡିୟମର ୧ ନମ୍ବର ୩ ନମ୍ବର ଓ ୬ ନମ୍ବର ଗ୍ୟାଲେରୀରେ ବସି ଖେଳ ଦେଖିବା ଲାଗି ଦର୍ଶକଙ୍କ ପାଇଁ ଟିକେଟ ମୂଲ୍ୟ ୧୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି ୨ ଓ ୪ ନମ୍ବର ଗ୍ୟାଲେରୀ ଟିକେଟ ଦାମ ୧୦୦୦ ଟଙ୍କା, ୫ ନଂ. ଗ୍ୟାଲେରୀ ଟିକେଟ ମୂଲ୍ୟ ୧୫୦୦ ଓ ୭ ନମ୍ବର ଗ୍ୟାଲେରୀ ଟିକେଟ ମୂଲ୍ୟ ୮୦୦ ଟଙ୍କା ରଖାଯାଇଛି। ସ୍ଵତନ୍ତ୍ର ଏନକ୍ଲୋଜର ଦାମ ୭୦୦୦ ଟଙ୍କା ଥିବାବେଳେ ଶୀତତାପ ନିୟନ୍ତ୍ରିତ ବକ୍ସ ମୂଲ୍ୟ ୯୦୦୦ ଏବଂ କର୍ପୋରେଟ ବକ୍ସ ଟିକେଟ ଦର ୨୦ ହଜାର ଟଙ୍କା ଧାର୍ଯ୍ୟ ହୋଇଛି। ଏହାବ୍ୟତୀତ ନୂତନ ପାଭେଲିୟନ ଟିକେଟ ଦାମ ୧୦ ହଜାର ଟଙ୍କା ଧାର୍ଯ୍ୟ ହୋଇଛି।

Leave a Reply

Your email address will not be published. Required fields are marked *