କଟକ,୩୦-୧୦-୨୦୨୪ (ପିପିଏସ ) : ଓଡ଼ିଶାର ସର୍ବବୃହତ କଟକ ଭେଟନାରୀ ହସ୍ପିଟାଲ ଏବେ ଅବ୍ୟବସ୍ଥା ଘେରରେ ରହିଛି। ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦୋସ ବୁଧବାର ବକ୍ସି ବଜାରସ୍ଥିତ ଏହି ସରକାରୀ ପ୍ରାଣୀ ଚିକିତ୍ସାଳୟକୁ ଅଚାନକ ଗସ୍ତ କରି ନବ ନିର୍ମିତ ଅଫିସ୍ ବୁଲିବା ସହ ସେଠାରେ କାର୍ଯ୍ୟରତ କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ। ବିଶେଷ କରି ନବ ନିର୍ମିତ ଅଫିସ୍ କୋଠାରେ ଅଧିକାଂଶ ଘରଗୁଡ଼ିକ ଖାଲି ପଡ଼ିଥିବା ଓ କମ୍ କର୍ମଚାରୀ ଥିବାନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୋଫିଆ। ଯେହେତୁ ବର୍ତ୍ତମାନ ମାତ୍ର ୫ ଜଣ କର୍ମଚାରୀରେ କାର୍ଯ୍ୟ ଚାଲିଛି ଓ ବିଶେଷ କରି ଅତ୍ୟାଧୁନିକ ସେବା ଏପର୍ଯ୍ୟନ୍ତ ହୋଇ ପାରିନାହିଁ ତାହାକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ବିଧାୟିକା ସୋଫିଆ ଫିର୍ଦ୍ଦୋସ। ଅନ୍ୟପଟେ ଷ୍ଟାଫ୍ କମ୍ ଥିବାରୁ ପଶୁମାନଙ୍କୁ ଉଚିତ ମାନର ଚିକିତ୍ସା ମିଳି ପାରୁନାହିଁ। ତେଣୁ ଏହି ସମ୍ବେଦନଶୀଳ ଦିଗ ଉପରେ ସରକାରଙ୍କୁ ଅବଗତ କରାଯଇ ଶୀଘ୍ର ଏହାର ସମାଧାନ କରାଯିବ ବୋଲି ସେ କହିଛନ୍ତି।
ଅବ୍ୟବସ୍ଥା ଘେରରେ ଓଡ଼ିଶାର ସର୍ବବୃହତ କଟକ ପଶୁ ଚିକିତ୍ସାଳୟ













Leave a Reply