ବିଧବା ଭତ୍ତା ପାଇଁ ୬ ମାସ ହେଲା ଦୌଡୁଛନ୍ତି ଆଦିବାସୀ ଅସହାୟ ମହିଳା
1 min read

ବିଧବା ଭତ୍ତା ପାଇଁ ୬ ମାସ ହେଲା ଦୌଡୁଛନ୍ତି ଆଦିବାସୀ ଅସହାୟ ମହିଳା

ଘୁ.ଉଦୟଗିରି/ଭୁବନେଶ୍ୱର ୨୫-୧୦-୨୦୨୪(ପିପିଏସ) : ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ରୋଜଗାର ପନ୍ଥା ନଥିବା ହେତୁ ଗରିବୀ ହଟିବାର ନାଁ ନେଉ ନାହିଁ। ଗରିବଙ୍କ ପାଇଁ ସରକାର ଯୋଜନା କାର୍ଯ୍ୟକାରୀ କରୁଛନ୍ତି ସତ, କିନ୍ତୁ ପ୍ରକୃତରେ ଏଥିରୁ ଅନେକ ଗରିବ ପରିବାର ଅଧିକାର ପାଇବାରୁ ବଞ୍ଚିତ ହେଉଥିବା ଦୃଶ୍ୟ ଦେଖୁବାକୁ ମିଳୁଛି। ଏହିଭଳି ଏକ ଗରିବ ଅସହାୟ ବିଧବା ମହିଳା ହେଉଛନ୍ତି କ ନୂଆଗାଁ ବ୍ଲକ ସାଇନପଡ଼ା ପଞ୍ଚାୟତ ତିଲକାପାଙ୍ଗା ଗ୍ରାମର ପଦ୍ମିନୀ ମଲ୍ଲିକ।

ହରିଶ୍ଚନ୍ଦ୍ର ଯୋଜନା ଟଙ୍କା ମଧ୍ୟ ସେ ପାଇ ନାହାଁନ୍ତି। ତେଣୁ ପ୍ରଶାସନ ଏଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେଇ ଯାଥା ଶୀଘ୍ର ବିଧବା ଭତ୍ତା ଓ ହରିଶ୍ଚନ୍ଦ୍ର ଯୋଜନା ଟଙ୍କା ପ୍ରଦାନ ନିମନ୍ତେ ଗ୍ରାମବାସୀ ନିବେଦନ କରିଛନ୍ତି।

ପଦ୍ମିନୀଙ୍କ ସ୍ଵାମୀ ରିମା ମଲ୍ଲିକଙ୍କ ମୃତ୍ୟୁକୁ ଛ ମାସ ବିତିଯାଇଥିଲେ ମଧ୍ୟ ସେ ବିଧବା ଭତ୍ତାରୁ ବଞ୍ଚିତ ହୋଇଛନ୍ତି। ବିଧବା ଭତ୍ତା ନିମନ୍ତେ ସେ ଅନେକ ଥର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ିଦୌଡ଼ି ନିରାଶ ହୋଇଛନ୍ତି। ଏମିତିରେ ମଧ୍ୟ ତାଙ୍କୁ ହରିଶ୍ଚନ୍ଦ୍ର ଯୋଜନା ଟଙ୍କା ମଧ୍ୟ ସେ ପାଇ ନାହାଁନ୍ତି। ତେଣୁ ପ୍ରଶାସନ ଏଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେଇ ଯାଥା ଶୀଘ୍ର ବିଧବା ଭତ୍ତା ଓ ହରିଶ୍ଚନ୍ଦ୍ର ଯୋଜନା ଟଙ୍କା ପ୍ରଦାନ ନିମନ୍ତେ ଗ୍ରାମବାସୀ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *