ବାତ୍ୟା ପରେ ଦାଉ ସାଧିଲା କୋକିଶିଆଳ
1 min read

ବାତ୍ୟା ପରେ ଦାଉ ସାଧିଲା କୋକିଶିଆଳ

ସୋର/ଭୁବନେଶ୍ୱର ୨୫-୧୦-୨୦୨୪(ପିପିଏସ) : କୋକିଶିଆଳ ଆକ୍ରମଣରେ ୩ ଜଣ ଲୋକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗଛ ପଡ଼ି ରାସ୍ତା ଅବରୋଧ ଥିବାରୁ ୩ ଘଣ୍ଟା ପରେ ତାଙ୍କୁ ଉଦ୍ଧାର କରି ଅଞ୍ଚଳବାସୀ ମେଡିକାଲକୁ ବାଇକରେ ନେଇଛନ୍ତି। ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ମିରିପୁର ଖଇରା ଗ୍ରାମରେ ୮୦ ବର୍ଷ ବୃଦ୍ଧା ଗୋଦାବରୀ ପଣ୍ଡା ଘରବାଡ଼ି କୁ ଯାଇଥିବା ବେଳେ କୋକିଶିଆଳ ଆକ୍ରମଣ କରି ଥିଲାl ସେ ଗୁରୁତର ଅବସ୍ଥାରେ ଥିବା ବେଳେ ରାସ୍ତାରେ ଗଛ ଥିବାରୁ ୩ ଘଣ୍ଟା ପରେ ବାଇକରେ ମେଡିକାଲ ନେଲେ ଅଂଚଳବାସୀl ସେହିପରି ଉକ୍ତ ଗ୍ରାମର ମହେନ୍ଦ୍ର ବାରିକ ଓ ମଣ୍ଟୁ ବାରିକ ମଧ୍ୟ କୋକିଶିଆଲ ଆକ୍ରମଣ ଶିକାର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।ବାତ୍ୟା ପରେ ବର୍ଷା ଉତ୍ତର ଓଡ଼ିଶାରେ ତାଣ୍ଡବ ରଚିଛି। ଗତକାଲି ଠାରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ଆଜି ମଧ୍ୟ ଦିନ ତମାମ ବର୍ଷା ଲାଗି ରହିଛି। ଗତକାଲି ଠାରୁ ହୋଇଥିବା ବର୍ଷା ଓ ପବନ ଯୋଗୁଁ ଅନେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି। ଫଳରେ ରାସ୍ତା ଅବରୋଧ ହୋଇଛି। 

Leave a Reply

Your email address will not be published. Required fields are marked *