କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଶାରଦୀୟ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ
କଟକ,୨୦-୦୯-୨୦୨୪(ପିପିଏସ) : ଆସନ୍ତା ପାର୍ବଣ ଉପଲକ୍ଷେ କଟକ ସାରଳା ଭବନ ଠାରେ କଟକ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ” ଶାରଦୀୟ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ- ୨୦୨୪ “ଉକ୍ତ ବୈଠକରେ କଟକ ଲୋକସଭା ସାଂସଦ ଶ୍ରୀଯୁକ୍ତ ଭର୍ତ୍ତୃହରି ମହତାବ,ମାନ୍ୟବର ଚୌଦ୍ବାର କଟକ ବିଧାୟକ, କଟକ ଜିଲ୍ଲାପାଳ, କଟକ ମହାନଗର ନିଗମ ର ମାନ୍ୟବର ମେୟର ସୁଭାଷ ଚନ୍ଦ୍ର ସିଂହ, କଟକ ମହାନଗର ଏବଂ କଟକ ପୂର୍ବଞ୍ଚଳ ଶାନ୍ତି କମିଟି ର ସଭାପତି, ସମ୍ପାଦକ ଓ ସଦସ୍ୟବୃନ୍ଦ, କଟକ ସହରର ବିଭିନ୍ନ ରାଜନୀତିକ ଦଳର ବରିଷ୍ଠ ନେତୃବୃନ୍ଦ ଏବଂ ବିଭିନ୍ନ ପୂଜା କମିଟି ର ସଭାପତି ସମ୍ପାଦକ ଓ ସଦସ୍ୟବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।