ଭୁବନେଶ୍ୱର,୨୦-୦୯-୨୦୨୪(ପିପିଏସ) : ଭୁବନେଶ୍ୱର ସ୍ଥିତ ଭରତପୁର ଥାନାରେ ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଓ ଦୁର୍ବ୍ୟବହାର ମାମଲାରେ ନିଲମ୍ବିତ ଥାନା ଅଧିକାରୀ ଦିନକୃଷ୍ଣ ମିଶ୍ର ଓ ଅନ୍ୟ ୪ଜଣ ପୁଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ ହୋଇଛି । ମେଜରଙ୍କ ଲଖିତ ଅଭିଯୋଗ ପରେ କ୍ରାଇମବ୍ରାଞ୍ଚ ଏହି ମାମଲା ରୁଜୁ କରିଛି। କ୍ରାଇମବ୍ରାଞ୍ଚ କେସ୍ ନଂ ୧୧/୨୦୨୪ରେ ଅପରାଧିକ ମାମଲା ରୁଜୁ କରିଥିବା ଜଣାଯାଇଛି।
କିଛି ଦିନ ପୂର୍ବରୁ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ପୁଲିସ ଡିଜି ଡିଜି ୱାଇ.ବି. ଖୁରାନିଆ ନିର୍ଦ୍ଦେଶ ଦେଇଥିଲେ। ପରେ କ୍ରାଇମବ୍ରାଞ୍ଚ ଭରତପୁର ଥାନାକୁ ଯାଇ ଖୋଳତାଡ଼ କରିବା ସହ ନିଲମ୍ବିତ IIC ଓ ୪ ପୁଲିସ କର୍ମଚାରୀଙ୍କୁ ଜେରା କରିଥିଲା। ଏବେ ନିଲମ୍ବିତ IIC ଓ ୪ ପୁଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ ହୋଇଛି। ଖୁବ ଶୀଘ୍ର ଏହାକୁ ନେଇ ତଦନ୍ତ କରାଯିବ l ଉପଯୁକ୍ତ ତଥ୍ୟ ପ୍ରମାଣ ମିଳିଲେ ଅଭିଯୁକ୍ତ ମାନଙ୍କୁ ଗିରଫ ଗିରଫ କରାଯିବ ବୋଲି ସୂଚନା ମିଳିଛି l

















Leave a Reply