କଟକ,୧୭-୦୯-୨୦୨୪(ପିପିଏସ) : ଆକାଶବାଣୀ କଟକ କେନ୍ଦ୍ରର କାର୍ଯ୍ୟକ୍ରମ ମୁଖ୍ୟ ରୂପେ ବରିଷ୍ଠ ସର୍ବଭାରତୀୟ ଲୋକ ପ୍ରସାରଣ ସେବାର ଅଧିକାରୀ ମାନସ ରଞ୍ଜନ ନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ନାୟକ ଏଥିପୂର୍ବରୁ ଆକାଶବାଣୀ ପୁରୀର କେନ୍ଦ୍ର ମୁଖ୍ୟଭାବେ କାର୍ଯ୍ୟକରି ରଥଯାତ୍ରାର ଧାରାବିବରଣୀ ଏବଂ ଅନ୍ୟାନ୍ୟ ପ୍ରସାରଣ କାର୍ଯ୍ୟକୁ ସଫଳତାର ସହିତ ପରିଚାଳନା କରିଥିଲେ ।

ଦୀର୍ଘ ୩୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଶ୍ରୀ ନାୟକ ଆକାଶବାଣୀ ସହ ସଂପୃକ୍ତ ରହି ସହକାରୀ କେନ୍ଦ୍ର ନିଦେ୍ର୍ଦଶକ ପଦକୁ ପଦୋନ୍ନତି ପାଇଥିଲେ । ସିବିଏସ୍ ର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସହ ପରବର୍ତ୍ତୀ ସମୟରେ ଜୟପୁର, ବ୍ରହ୍ମପୁର ଏବଂ କଟକ କେନ୍ଦ୍ରରେ କାର୍ଯ୍ୟକ୍ରମ ନିଷ୍ପାଦକ ଭାବେ କାର୍ଯ୍ୟକରି ବିଭିନ୍ନ ଲୋକପ୍ରିୟ କାର୍ଯ୍ୟକ୍ରମର ପ୍ରସାରଣ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଛନ୍ତି ଶ୍ରୀ ନାୟକ। ଆକାଶବାଣୀ କଟକ ଭଳି ଦେଶର ପ୍ରମୁଖ କେନ୍ଦ୍ରର କାର୍ଯ୍ୟକ୍ରମ ମୁଖ୍ୟଭାବେ ଯୋଗଦାନ କରିବା ନିଶ୍ଚିତରୂପେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଏବଂ ସମସ୍ତଙ୍କ ସହଯୋଗରେ କେନ୍ଦ୍ରର ମର୍ଯ୍ୟଦା ରକ୍ଷା ନିମନ୍ତେ ପ୍ରୟାସ କରିବି ବୋଲି ପ୍ରତିକ୍ରିୟା ରଖିଛନ୍ତି ଶ୍ରୀ ନାୟକ ।
ସୂଚନାଯୋଗ୍ୟ ଯେ କିଛିମାସ ତଳେ କାର୍ଯ୍ୟକ୍ରମ ମୁଖ୍ୟ ଥିବା ଉପ ନିର୍ଦ୍ଦେଶକ ତରୁଣକାନ୍ତି ରାଉତଙ୍କ ଅବସର ପରେ ଏହି ପଦବୀ ଖାଲିପଡ଼ିଥିଲା । କାର୍ଯ୍ୟକ୍ରମ ନିଷ୍ପାଦକ ସୁମିତ୍ରା ମହାପାତ୍ର କାର୍ଯ୍ୟବାହକ ଦାୟିତ୍ୱରେ ରହିଥିଲେ ।













Leave a Reply