ଲାଞ୍ଚ ନେଉଥିଲେ କନିଷ୍ଠ ଯନ୍ତ୍ରୀ : ଭିଜିଲାନ୍ସକୁ ଦେଖି ଚେତା ବୁଡ଼ିଗଲା
1 min read

ଲାଞ୍ଚ ନେଉଥିଲେ କନିଷ୍ଠ ଯନ୍ତ୍ରୀ : ଭିଜିଲାନ୍ସକୁ ଦେଖି ଚେତା ବୁଡ଼ିଗଲା

ରାୟଗଡ଼ା/ଭୁବନେଶ୍ୱର,୩୧-୦୮-୨୪(ପିପିଏସ) : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଜଣେ କନିଷ୍ଠ ଯନ୍ତ୍ରୀ ଅଚେତ ହୋଇଗଲେ। ଆଜି ରାୟଗଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି ଏହି ଘଟଣା।

ଭିଜିଲାନ୍ସ ଜାଲରେ ପଡ଼ିଥିବା ଏହି ଯନ୍ତ୍ରୀଙ୍କ ନାଁ ପୂର୍ଣ୍ଣଚନ୍ଦ୍ର ଚୌଧୁରୀ। ସେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ କାର୍ଯ୍ୟ କରନ୍ତି। ମନରେଗାରେ ହୋଇଥିବା ଏକ କାମର ବିଲ୍ କରିଦେବା ପାଇଁ ସେ ଜଣେ ଠିକାଦାରଙ୍କୁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ସଂପୃକ୍ତ ଠିକାଦାର ରାୟଗଡ଼ା ଭିଜିଲାନ୍ସକୁ ଜଣାଇଥିଲେ।

ଯୋଜନା ପ୍ରକାରେ ଆଜି ଠିକାଦାର ଜଣଙ୍କ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କୁ ୨୫ ହଜାର ଟଙ୍କା ଦେଇଥିଲେ। ଶ୍ରୀ ଚୌଧୁରୀ ରାୟଗଡ଼ା ଡିଏଫଓ କଲୋନୀ ସ୍ଥିତ ନିଜ ବାସଭବନରେ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ତାଙ୍କୁ ଧରିଥିଲେ ଭିଜିଲାନ୍ସ କର୍ମଚାରୀ । ସେତେବେଳେ ସେ ବେହୋସ ହୋଇଯାଇଥିଲେ ବୋଲି ଜଣାପଡ଼ିଛି । ସେ ଦେହ ଖରାପ ଅଛି ବୋଲି କହିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ତେବେ ଏହି ଘଟଣା ସଂପର୍କରେ କାହାର ପ୍ରତିକ୍ରିୟା ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *