ପ୍ରଜାତନ୍ତ୍ର ନ୍ୟୁଜ୍

ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ

ବାରିପଦା/ଭୁବନେଶ୍ୱର,୩୧-୦୮-୨୪(ପିପିଏସ) : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାରିପଦା ଟାଉନ ଥାନା ଏଏସ୍‌ଆଇ ରାମଚନ୍ଦ୍ର ସୋରେନ। ତାଙ୍କଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି।

ଏକ ମାମଲାରେ ଜଣେ ଅଭିଯୁକ୍ତଙ୍କୁ ସହାୟତା ଦେବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଏଏସ୍‌ଆଇ ରାମଚନ୍ଦ୍ର ସୋରେନ। ଅଭିଯୁକ୍ତ ଏ ସଂପର୍କରେ ଭିଜିଲାନ୍ସକୁ ଜଣାଇଥିଲେ।

ଯୋଜନା ପ୍ରକାରେ ଆଜି ଏଏସ୍‌ଆଇ ରାମଚନ୍ଦ୍ର ସୋରେନ ଅଭିଯୁକ୍ତଙ୍କଠାରୁ ଲାଞ୍ଚ ଅର୍ଥ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ ଧରିଥିଲେ। ଏହା ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କର ଦୁଇଟି ଠିକଣାରେ ଚଢ଼ାଉ କରାଯାଇଥିଲା । ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି ।

Leave a Reply

Your email address will not be published. Required fields are marked *