ବେଲୁଚିସ୍ତାନରେ ପାକିସ୍ତାନୀ ସେନା ଉପରେ BLAର ବଡ଼ ଆକ୍ରମଣ; ୨୫ ସୈନିକ ମୃତ୍ୟୁ ଦାବି
1 min read

ବେଲୁଚିସ୍ତାନରେ ପାକିସ୍ତାନୀ ସେନା ଉପରେ BLAର ବଡ଼ ଆକ୍ରମଣ; ୨୫ ସୈନିକ ମୃତ୍ୟୁ ଦାବି

ବେଲୁଚିସ୍ତାନ: ପାକିସ୍ତାନର ବେଲୁଚିସ୍ତାନ ଅଞ୍ଚଳରେ ପାକିସ୍ତାନୀ ସେନା ଉପରେ ବଡ଼ ଆକ୍ରମଣ କରିଥିବା ଦାବି କରିଛି ବେଲୁଚିସ୍ତାନ ଲିବରେସନ୍ ଆର୍ମି (BLA)। ଆକ୍ରମଣରେ ୨୫ ଜଣ ପାକିସ୍ତାନୀ ସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଇଛି। ଏଥିସହ ୨ଟି ସାମରିକ ଟ୍ରକ୍‌କୁ ମଧ୍ୟ ଧ୍ୱଂସ କରାଯାଇଥିବା BLA ପକ୍ଷରୁ କୁହାଯାଇଛି।

BLAର ‘ଫତେହ ସ୍କ୍ୱାଡ୍’ ବେଲୁଚିସ୍ତାନର ଦୁଇଟି ସ୍ଥାନରେ ଆକ୍ରମଣ କରିଥିବା ଦାବି କରାଯାଇଛି। ପ୍ରଥମ ଆକ୍ରମଣରେ ସେନାର ଏକ ଦଳକୁ ଟାର୍ଗେଟ କରାଯାଇଥିଲା। ଏଥିରେ ୨ଟି ସାମରିକ ଗାଡ଼ି ନଷ୍ଟ ହୋଇଥିବା ଏବଂ ୧୮ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା BLA ଦାବି କରିଛି।

ଦ୍ୱିତୀୟ ଆକ୍ରମଣରେ ଏକ ରିମୋଟ୍‌-କଣ୍ଟ୍ରୋଲ୍‌ ଚାଳିତ ଗାଡ଼ିକୁ ଟାର୍ଗେଟ କରାଯାଇଥିବା ଦାବି କରାଯାଇଛି। ଏହି ଆକ୍ରମଣରେ ୭ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା BLA କହିଛି। ଘଟଣାସ୍ଥଳରେ ଏକ ସାମରିକ ଟ୍ରକ୍‌ ମଧ୍ୟ ଧ୍ୱଂସ ହୋଇଥିବା ଦାବି କରାଯାଇଛି।

BLA ପକ୍ଷରୁ ଜାରି ଏକ ଭିଡିଓରେ ଆକ୍ରମଣର ଦୃଶ୍ୟ ଥିବା ଦାବି କରାଯାଇଛି। ସଂଗଠନର କହିବା ଅନୁଯାୟୀ, ୨୦୨୬ ଅଗଷ୍ଟ ୯ରୁ ୧୫ ମଧ୍ୟରେ ୨୨ଟି ଆକ୍ରମଣ କରାଯାଇଛି ଏବଂ ଏଥିରେ ୨୬ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଥିବା ଦାବି ରହିଛି।

ତେବେ ଏହି ମୃତ୍ୟୁସଂଖ୍ୟା ଓ ଆକ୍ରମଣ ସମ୍ପର୍କିତ ଦାବିଗୁଡ଼ିକର ସ୍ୱାଧୀନ ଭାବେ ସତ୍ୟାପନ ହୋଇନାହିଁ। ବେଲୁଚିସ୍ତାନରେ ପାକିସ୍ତାନୀ ସେନା ବିରୋଧରେ BLAର ଏଭଳି ଆକ୍ରମଣ ଦୀର୍ଘଦିନ ଧରି ଜାରି ରହିଛି।

Leave a Reply

Your email address will not be published. Required fields are marked *