ଆଜିର ରାଶିଫଳ
ମେଷ: ଆକସ୍ମିକ ଧନଲାଭର ଯୋଗ ରହିଛି। ସଭାସମିତିରେ ସମ୍ମାନିତ ହୋଇପାରନ୍ତି। ପ୍ରିୟଜନଙ୍କ ସହ ମନୋମାଳିନ୍ୟ ଦୂର ହେବ।
ବୃଷ: ନୂତନ ଗୃହ କିମ୍ବା ଯାନବାହନ କ୍ରୟର ଯୋଜନା କରିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ସ୍ବାସ୍ଥ୍ୟ ଭଲ ରହିବ।
ମିଥୁନ: ବ୍ୟବସାୟରେ ବାକି ପଡ଼ିଥିବା ଅର୍ଥ ଆଦାୟ ହେବ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ସଫଳତା ପାଇବେ। ଯାତ୍ରା ସମୟରେ ସାବଧାନ ରୁହନ୍ତୁ।
କର୍କଟ: ମାନସିକ ଦୁଶ୍ଚିନ୍ତା କମ୍ ହେବ। ଦୀର୍ଘଦିନର ଆଶା ପୂରଣ ହେବାର ସମ୍ଭାବନା ଅଛି। ପାରିବାରିକ ସୁଖଶାନ୍ତି ବଜାୟ ରହିବ।
ସିଂହ: ଶତ୍ରୁମାନେ ପରାଜିତ ହେବେ। ଚାକିରି କ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।
କନ୍ୟା: ଧାର୍ମିକ କାର୍ଯ୍ୟରେ ମନ ନିବେଶ କରିବେ। କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ପ୍ରଶଂସା ମିଳିବ। ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ।
ତୁଳା: କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ କରିବାକୁ ପଡ଼ିବ। ନୂତନ ନିବେଶ ପାଇଁ ଦିନଟି ଶୁଭ ନୁହେଁ। ବନ୍ଧୁଙ୍କ ସାହାଯ୍ୟ ମିଳିବ।
ବିଛା: ବ୍ୟବସାୟରେ ଉନ୍ନତି ଓ ନୂତନ ସୁଯୋଗ ପ୍ରାପ୍ତ ହେବ। ଦାମ୍ପତ୍ୟ ଜୀବନ ମଧୁର ହେବ। ମନରେ ଉତ୍ସାହ ବୃଦ୍ଧି ପାଇବ।
ଧନୁ: ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବ। ପୁରୁଣା ରୋଗରୁ ମୁକ୍ତି ପାଇବେ। ଆର୍ଥିକ ନେଣଦେଣରେ ସଫଳ ହେବେ।
ମକର: ସନ୍ତାନଙ୍କ କୃତିତ୍ୱରେ ମନ ପ୍ରସନ୍ନ ରହିବ। କଳା ଓ ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପାଇଁ ଦିନଟି ବହୁତ ଶୁଭ।
କୁମ୍ଭ: ଗୃହପାଳିତ କାର୍ଯ୍ୟରେ ବ୍ୟସ୍ତ ରହିବେ। ମାତାପିତାଙ୍କ ସ୍ବାସ୍ଥ୍ୟକୁ ନେଇ ସଚେତନ ରୁହନ୍ତୁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ବିଳମ୍ବ କରନ୍ତୁ ନାହିଁ।
ମୀନ: ନିଜର ପରାକ୍ରମ ଓ ଦକ୍ଷତା ବୃଦ୍ଧି ପାଇବ। ସ୍ବଳ୍ପ ଦୂରତା ଯାତ୍ରାର ଯୋଗ ରହିଛି। ସାମାଜିକ ସ୍ତରରେ ଆପଣଙ୍କ ପ୍ରଭାବ ବଢ଼ିବ।
