January 2025
ଦ୍ଵିତୀୟ ଦିଶା କମିଟି ବୈଠକ ଅନୁଷ୍ଠିତ।
କଟକ ୨୮-୦୧-୨୦୨୫(ପିପିଏସ) : ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଦ୍ଵିତୀୟ ବିକାଶ ସମନ୍ୱୟ ଏବଂ ତଦାରଖ କମିଟି (ଦିଶା ) କମିଟି ବୈଠକ ଆଜି ପୂର୍ବାହ୍ନରେ ଅଂଶୁପା ହ୍ରଦ ନିକଟସ୍ଥ ପୂର୍ତ୍ତ ବିଭାଗ ଅଧୀନସ୍ଥ ବଙ୍ଗଳା ପରିସରରେ ମାନ୍ୟବର ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦଙ୍କ ପ୍ରତ୍ୟକ୍ଷ ତତ୍ୱାବାଧାନରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ପରିଷଦ ସଭାପତି କିଶୋର ଚନ୍ଦ୍ର ମିଶ୍ର, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର […]
ଐତିହାସିକ ଅଭିଯାନରେ ଜୟପୁର ଝିଅ ଡାକ୍ତର ସରିତା ଦାରା
୧୨୪ ମହିଳାଙ୍କ ସହ ଆଣ୍ଟାର୍କଟିକା ଯାତ୍ରା ଆସନ୍ତାକାଲି ଠାରୁ ସପ୍ତାହ ବ୍ୟାପୀ ଦକ୍ଷିଣ ମେରୁ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଆଣ୍ଟାର୍କଟିକା ଗସ୍ତ କରିବେ ବିଶ୍ବର ୧୨୪ଜଣ ମହିଳା। ଏହି ଦଳରେ ସ୍ଥାନ ପାଇଛନ୍ତି କୋରାପୁଟର ପୂର୍ବତନ ସିଡିଏମ୍ଓ ତଥା ଜୟପୁର କୋରାପୁଟ/ଭୁବନେଶ୍ୱର ୨୮-୦୧-୨୦୨୫(ପିପିଏସ) : ଆସନ୍ତାକାଲି ଠାରୁ ସପ୍ତାହ ବ୍ୟାପୀ ଦକ୍ଷିଣ ମେରୁ ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଆଣ୍ଟାର୍କଟିକା ଗସ୍ତ କରିବେ ବିଶ୍ବର ୧୨୪ଜଣ ମହିଳା। ଏହି ଦଳରେ ସ୍ଥାନ ପାଇଛନ୍ତି କୋରାପୁଟର ପୂର୍ବତନ […]
ରାଜଧାନୀରେ କୁହୁଡିର କର୍ଫ୍ୟୁ !
ଭୁବନେଶ୍ୱର ୨୮-୦୧-୨୦୨୫(ପିପିଏସ) : କଲବଲ କଲା କୁହୁଡି । ରାଜଧାନୀରେ ସକାଳୁ ସକାଳୁ କୁହୁଡିର କର୍ଫ୍ୟୁ ଦେଖିବାକୁ ମିଳିଛି । ସାଙ୍ଘାତିକ କୁହୁଡି ପାଇଁ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ତେବେ ଘନ କୁହୁଡିର ମାତ୍ରା ଏତେ ଅଧିକ ଥିଲା ଯେ ଦଶ ପାଦ ଆଗକୁ ବି କିଛି ଦେଖା ଯାଉନଥିଲା । ରାସ୍ତାରେ ଗାଡି ମଟର ଚଳାଚଳ କରିବା ଏକପ୍ରକାର କଷ୍ଟସାଧ୍ୟ ହୋଇଥିଲା । ପ୍ରବଳ କୁହୁଡି ପାଇଁ ଦୁର୍ଘଟଣାର ଆଶଙ୍କା ଥିବାରୁ ଗାଡିର କଣ୍ଟା […]
ବିକଶିତ ଭାରତରେ ଓଡ଼ିଶାର ଯୋଗଦାନ ଗୁରୁତ୍ବପୂର୍ଣ୍ଣ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଖୁବ୍ ଶୀଘ୍ର ବିକାଶର ଶିଖର ଛୁଇଁବ ଓଡ଼ିଶା। ଓଡ଼ିଶା ସଶକ୍ତ ଓ ସମୃଦ୍ଧ ହେବ। ଭାରତକୁ ବୁଝିବା ପାଇଁ ଓଡ଼ିଶା ହେଉଛି ପ୍ରକୃଷ୍ଟ ସ୍ଥାନ। ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟରେ ପରିଣତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫କୁ ଉଦଘାଟନ କରି ଏହା କହିଛନ୍ତି। ଭୁବନେଶ୍ୱର ୨୮-୦୧-୨୦୨୫(ପିପିଏସ) : ଖୁବ୍ ଶୀଘ୍ର ବିକାଶର ଶିଖର ଛୁଇଁବ ଓଡ଼ିଶା। ଓଡ଼ିଶା ସଶକ୍ତ ଓ ସମୃଦ୍ଧ ହେବ। ଭାରତକୁ ବୁଝିବା […]
ଓଡ଼ିଶାରେ ପୁଞ୍ଜି ନିବେଶ କରନ୍ତୁ : ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାରେ ନିବେଶ ପାଇଁ ଆହ୍ୱାନ ଦେଇ କହିଛନ୍ତି, ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି। ସମସ୍ତେ ଆସନ୍ତୁ ଓଡ଼ିଶାରେ ପୁଞ୍ଜି ନିବେଶ କରନ୍ତୁ | ଏହା ପ୍ରକୃଷ୍ଟ ସମୟ | ଭୁବନେଶ୍ୱର ୨୮-୦୧-୨୦୨୫(ପିପିଏସ) : ଉତ୍କର୍ଷ ଓଡ଼ିଶା ମଞ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଆଜି ଆମ ପାଇଁ ଗର୍ବ ଓ ଗୌରବର ଦିନ| ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଉତ୍କର୍ଷ ଓଡ଼ିଶାର ଶୁଭାରମ୍ଭ ହେଉଛି | […]
ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫
‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫’ରେ ସମ୍ବୋଧିକ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫କୁ ଉଦ୍ଘାଟନ କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ପୂର୍ବ ତୁଳନାରେ ୬ ଗୁଣା ଅଧିକ ଶିଳ୍ପପତି ସାମିଲ ହୋଇଛନ୍ତି। ଇତିହାସ ସାକ୍ଷୀ ଅଛି ଗ୍ଲୋବାଲ ଗ୍ରୋଥରେ ଯେତେବେଳେ ଭାରତର ଅଂଶ ରହିଥିଲା ସେତେବେଳେ ପୂର୍ବ ଭାରତର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ପୂର୍ବ ଭାରତରେ ଦେଶର ବଡ଼ବଡ଼ ଇଣ୍ଡଷ୍ଟ୍ରିଆଲ ହବ୍ ଥିଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ କରୁଛନ୍ତି […]
ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଅସୁସ୍ଥ
ହାଇଦ୍ରାବାଦ୍କୁ ସ୍ଥାନାନ୍ତରିତ ଭୁବନେଶ୍ୱର ୨୮-୦୧-୨୦୨୫(ପିପିଏସ) : ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଅସୁସ୍ଥ ଥିବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରୁ ହାଇଦ୍ରାବାଦ୍ ସ୍ଥାନାନ୍ତରିତ କରାଯାଇଛି। ଶ୍ରୀ ହରିଚନ୍ଦନଙ୍କୁ ଏୟାରଲିଫ୍ଟ କରାଯାଇଛି। ହାଇଦ୍ରାବାଦ୍ରେ ପହଞ୍ଚିଲା ପରେ ତାଙ୍କୁ ସେଠାରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯିବ। ଶ୍ରୀ ହରିଚନ୍ଦନଙ୍କ ଅସୁସ୍ଥତା ନେଇ ତାଙ୍କର ପୁଅ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଓଡ଼ିଶାର ବରିଷ୍ଠ ରାଜନେତା ତଥା ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ପୂର୍ବତନ […]
ବ୍ୟାଙ୍କ ଯିବାକୁ ଉପମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
‘ଏନ୍ପିସିଆଇଜନିତ ସମସ୍ୟା ଥିଲେ ବ୍ୟାଙ୍କ ଯାଆନ୍ତୁ ମହିଳା, ମିଳିଯିବ ସୁଭଦ୍ରା ଟଙ୍କା’ ଭୁବନେଶ୍ୱର ୨୮-୦୧-୨୦୨୫(ପିପିଏସ) : ରାଜ୍ୟ ସରକାରଙ୍କ ‘ସୁଭଦ୍ରା’ ଯୋଜନାରେ ଏପର୍ଯ୍ୟନ୍ତ ସାମିଲ ହୋଇପାର ନଥିବା ମହିଳା ଆବେଦନକାରୀଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଙ୍ଗଳବାର ସନ୍ଧ୍ୟାରେ ବଡ଼ ଅପଡେଟ୍ ଦେଇଛନ୍ତି। ଏନ୍ପିସିଆଇ ତ୍ରୁଟି ଯୋଗୁଁ ଯୋଜନାରେ ସାମିଲ ହୋଇପାରି ନଥିବା ମହିଳାମାନେ ବ୍ୟାଙ୍କକୁ ଯାଇ ସମସ୍ୟା ଦୂର କରନ୍ତୁ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ସେ କହିଛନ୍ତି ଯେ, ଏନ୍ପିସିଆଇଜନିତ ସମସ୍ୟା ପାଇଁ ଏପର୍ଯ୍ୟନ୍ତ […]
ଦେଶର ଅଖଣ୍ଡତା ବଜାୟ ରଖିବା ସହ ସୁଶାସନ ଯୋଗାଇବା ଆମର ପରମ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ସାଧାରଣତନ୍ତ୍ର ଦିବସ-୨୦୨୫ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ କଟକ,୨୭-୦୧-୨୦୨୫-(ପିପିଏସ) : ୭୬ ତମ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଆପଣମାନଙ୍କୁ ମୋର ଅଭିନନ୍ଦନ ଜଣାଉଛି । ପ୍ରତ୍ଯେକ ଓଡିଶାବାସୀ, ଦେଶ ତଥା ଦେଶ ବାହାରେ ରହୁଥିବା ପ୍ରତ୍ଯେକ ଭାରତୀୟଙ୍କୁ ଆଜିର ଦିନର ଅନେକ ଅନେକ ଶୁଭେଚ୍ଛା। ଆମେ ଜାଣୁ ଆଧୁନିକ ଭାରତ ଇତିହାସରେ ଦୁଇଗୋଟି ଦିନ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ, ୧୫ ଅଗଷ୍ଟ ୧୯୪୭, ଯେଉଁଦିନ ଆମ ଦେଶ ଭାରତ ଏକ ସ୍ଵାଧୀନ ରାଷ୍ଟ୍ର ଭାବେ ଜନ୍ମ ନେଲା ଏବଂ […]
ଗାନ୍ଧୀମାର୍ଗରେ ଉଡିଲା ତ୍ରିରଙ୍ଗା : ପତାକା ଉତ୍ତୋଳନ କଲେ ରାଜ୍ୟପାଳ,
ଭୁବନେଶ୍ୱର ୨୭-୦୧-୨୦୨୫-(ପିପିଏସ) : ଭୁବନେଶ୍ଵରରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ଏହି ଅବସରରେ ରାଜଧାନୀର ଗାନ୍ଧୀ ମାର୍ଗରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏଥିସହିତ ରାଜ୍ୟସ୍ତରୀୟ ପରେଡରେ ଅଭିବାଦନ କରିଛନ୍ତି। ଆଜି ସକାଳୁ ଜୟ ହିନ୍ଦ୍ ଧ୍ବନୀରେ ପ୍ରକମ୍ପିତ ହୋଇଥିଲା ଗାନ୍ଧୀ ମାର୍ଗ। ଆଜି ମୁଖ୍ୟ ଆକର୍ଷଣ ସାଜିଥିଲା ଶିବ ତାଣ୍ଡବ ଓ ଅଘୋରୀ ନୃତ୍ୟ। ଘୋଡା ନାଚ ସହ ଢେମ୍ସା, ସମ୍ବଲପୁରୀ , ସାନ୍ତାଳୀ […]