December 2024
ଲୁଟିଆଙ୍କ ଟେର ପାଉନି କାକଟପୁର ଅସ୍ତରଙ୍ଗ ପୁଲିସ
ବାଇକିରେ ଆସିଲେ ମହିଳାଙ୍କ ଠାରୁ ସୁନା ଚେନ ଲୁଟିଲେ ଅସ୍ତରଙ୍ଗ/ଭୁବନେଶ୍ୱର ୨୯-୧୨-୨୦୨୪ (ପିପିଏସ ) : ଦିନକୁ ଦିନ ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳ ରେ ଲୁଟପାଟ ଏବଂ ରାହାଜାନି ବଢ଼ିବାରେ ଲାଗିଛି। ଲୁଟ ଘଟାଇ ଆଖି ପିଛୁଳାରେ ଚମ୍ପଟ ମାରୁଛନ୍ତି ଅପରାଧୀ।ଦିନ ଦ୍ବିପ୍ରହରରେ ଘର ନିକଟରୁ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ। ବାଇକିରେ ଆସି ହେଲମେଟ ପିନ୍ଧି ଅଜଣା ଯୁବକ ଅନ୍ୟ ଲୋକଙ୍କ ପରିଚୟ ପଚାରି କେହି ନଥିବାର ସୁଯୋଗ ଦେଖି […]
ଧାନ ବିଲରେ ଉପ ମୁଖ୍ୟମନ୍ତ୍ରୀ
ପଚା ନଡ଼ା,ଗଜାଧାନ ଦେଖାଇ କାନ୍ଦିଲେ ଚାଷୀ ଧାମନଗର ,୨୯-୧୨-୨୦୨୪ (ପିପିଏସ ) : ଗତ କିଛି ଦିନ ତଳେ ଲଗାତର ୬ ଦିନ ଧରି ଅଦିନିଆ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ହୋଇଛି ପାଚିଲା ଧାନ। ଉଜୁଡ଼ି ଯାଇଛି ଚାଷୀର ବର୍ଷକର ମେହେନତ।ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ମତେ ମନ୍ତ୍ରୀ ଓ ବିଧାୟକ ମାନେ ବିଭିନ୍ନ ଜିଲ୍ଲାର ଗ୍ରାମାଞ୍ଚଳକୁ ଯାଇ କ୍ଷତିଗ୍ରସ୍ତ ଫସଲ ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଏହି କ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା […]
ନୟାଗଡ ଜିଲ୍ଲାରେ କୃଷକ ଙ୍କ ପାଖରେ ପହଁଚିଲେମୁଖ୍ୟ ମନ୍ତ୍ରୀ
ଧାନ ଫସଲ କ୍ଷୟ କ୍ଷତିର କଲେ ଆକଳନ ନୟାଗଡ/ଭୁବନେଶ୍ୱର ୨୯-୧୨-୨୦୨୪ (ପିପିଏସ ) : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏବଂ ମାନ୍ୟବର ମନ୍ତ୍ରୀ ରାଜସ୍ଟ ଏବଂ ବିପର୍ଯ୍ୟୟ ପରିଚାଳନା ଶ୍ରୀଯୁକ୍ତ ସୁରେଶ ପୂଜାରୀ ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକ୍ ମଝିଆଖଣ୍ଡ ଓ କାଣ୍ଡପଡା ପଞ୍ଚାୟତରେ ଅଦିନିଆ ବର୍ଷା ଦ୍ବାରା ହୋଇଥିବା ଫସଲ କ୍ଷୟକ୍ଷତି ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତ ଚାଷୀ ଭାଇ ମାନଙ୍କୁ ସମବେଦନା […]
ବଣ୍ଡାଘାଟିରେ ‘ପଟ୍ଟା ପରବ‘ ପାଳିତ
ଖଇରପୁଟ ବ୍ଲକର ବଣ୍ଡାଘାଟିରେ ସ୍ଥାନୀୟ ବଣ୍ଡା ସଂପ୍ରଦାୟର ଲୋକେ ଜଂଗଲ ଜମି ପଟ୍ଟା ପାଇଥିବାରୁ ସେମାନଙ୍କର ଖୁସି କହିଲେ ନସରେ। ଗତ କିଛି ଦିନ ତଳେ ବଣ୍ଡାଘାଟିକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗସ୍ତ କରି ବସୁନ୍ଧରା, ଗୋଷ୍ଠୀଗତ ଏବଂ ବ୍ୟକ୍ତିଗତ ପଟ୍ଟା ପ୍ରଦାନ କରିଥିଲେ। ମାଲକାନଗିରି/ଭୁବନେଶ୍ୱର ୨୯-୧୨-୨୦୨୪ (ପିପିଏସ ) : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକର ବଣ୍ଡାଘାଟିରେ ସ୍ଥାନୀୟ ବଣ୍ଡା ସଂପ୍ରଦାୟର ଲୋକେ ଜଂଗଲ ଜମି ପଟ୍ଟା ପାଇଥିବାରୁ ସେମାନଙ୍କର ଖୁସି କହିଲେ ନସରେ। ଗତ […]
ନିଗମାନନ୍ଦ ଭକ୍ତ ସମ୍ମିଳନୀ: ଆଖି ବୁଜିଲେ ୨ ଭକ୍ତ
ପୁରୀ-କୋଣାର୍କ ରୋଡ୍ ବାଲିଘାଇ ଛକସ୍ଥିତ ନିଗମାନନ୍ଦ ସାର୍ବଭୌମ ଭକ୍ତ ସମ୍ମିଳନୀରେ ଅଘଟଣ ଘଟିଛି। ସମ୍ମିଳନୀ ଚାଲିଥିବା ବେଳେ ଦୁଇଜଣ ଭକ୍ତଙ୍କର ମୃତ୍ୟୁ ହୋଇଛି। ସେମାନେ ହେଲେ ପଶ୍ଚିମବଙ୍ଗ ପଶ୍ଚିମ ମେଦିନୀପୁରର ରବୀନ୍ଦ୍ରନାଥ ପାଲ(୫୫) ଓ କଟକ ଜିଲ୍ଲା ସାଆନ୍ତସାହିର ଜଗନ୍ନାଥ ସାମଲ (୫୭)। ପୁରୀ/ଭୁବନେଶ୍ୱର ୨୯-୧୨-୨୦୨୪ (ପିପିଏସ ) : ପୁରୀ-କୋଣାର୍କ ରୋଡ୍ ବାଲିଘାଇ ଛକସ୍ଥିତ ନିଗମାନନ୍ଦ ସାର୍ବଭୌମ ଭକ୍ତ ସମ୍ମିଳନୀରେ ଅଘଟଣ ଘଟିଛି। ସମ୍ମିଳନୀ ଚାଲିଥିବା ବେଳେ ଦୁଇଜଣ ଭକ୍ତଙ୍କର ମୃତ୍ୟୁ ହୋଇଛି। ସେମାନେ ହେଲେ […]
‘ମନ୍ କି ବାତ୍’ରେ କଳାହାଣ୍ଡିର ଯୁବଚାଷୀ କୃଷ୍ଣଚନ୍ଦ୍ର ନାଗ
ଧର୍ମଗଡ଼/ଭୁବନେଶ୍ୱର ୨୯-୧୨-୨୦୨୪ (ପିପିଏସ ) : ଆଜିର ଆଧୁନିକ ଯୁଗରେ ଯୁବ ଗୋଷ୍ଠୀ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁନଥିବା ବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଜଣେ ଯୁବଚାଷୀ ଟମାଟୋ ଚାଷ କରି ନିଜେ ସ୍ୱାବଳମ୍ବୀ ହେବା ସହିତ ଅଞ୍ଚଳର ୧୫୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ନିଜ ବଗିଚାରେ କାମ ଯୋଗଇ ଦେଇ ସ୍ବାବଳମ୍ବୀ ହେବାର ରାସ୍ତା ଦେଖାଇଛନ୍ତି। ତାଙ୍କର ଏହି ପ୍ରୟାସକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କି ବାତ୍ କାର୍ଯ୍ୟକ୍ରମରେ ସ୍ଥାନ କହିଛନ୍ତି। […]
ଚାକିରି ନୁହେଁ, ନିଯୁକ୍ତିଦାତା ହେବାକୁ ପଡ଼ିବ: ଧର୍ମେନ୍ଦ୍ର
ଜଟଣୀ/ଭୁବନେଶ୍ୱର ୨୯-୧୨-୨୦୨୪ (ପିପିଏସ ) : ଆଇଆଇଟି ଭୁବନେଶ୍ୱରକୁ ଗବେଷଣା ଓ ସୃଜନଶୀଳତାର ପେଣ୍ଠସ୍ଥଳୀ କରିବାକୁ ହେବ। ତେବେ ଯାଇ ଭାରତର ଅର୍ଥନୀତି ୫ରୁ ୭ଟ୍ରିଲିୟନ ଆମେରିକୀୟ ଡଲାର ହେବାର ଲକ୍ଷ୍ୟ ପୂରଣ ହୋଇପାରିବ। ଏହାଦ୍ୱାରା ଆଇଆଇଟି ଛାତ୍ରଛାତ୍ରୀମାନେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଗଠନରେ ନିଜର ଦାୟିତ୍ୱ ନିର୍ବାହ କରିପାରିବେ। ଆଇଆଇଟି ଭୁବନେଶ୍ୱରର ଛାତ୍ରଛାତ୍ରୀମାନେ ୨୦୩୬ ସୁଦ୍ଧା ଓଡ଼ିଶା ତଥା ୨୦୪୭ ସୁଦ୍ଧା ଦେଶର ଅଭିବୃଦ୍ଧି ପ୍ରକ୍ରିୟାକୁ ବଢ଼ାଇବା ପାଇଁ ଷ୍ଟାର୍ଟଅପ୍ ଏବଂ ଉଦ୍ୟୋଗୀ […]
ଏମକେସିଜିରୁ ୪ ଡାକ୍ତର ବହିଷ୍କୃତ
ପିଜି ଛାତ୍ରଙ୍କୁ ହଷ୍ଟେଲରେ ଆକ୍ରମଣ ଘଟଣା ବ୍ରହ୍ମପୁର/ଭୁବନେଶ୍ୱର ୨୯-୧୨-୨୦୨୪ (ପିପିଏସ ) : ବ୍ରହ୍ମପୁର ଏମକେସିଜିରୁ ୪ଜଣ ଡାକ୍ତର ବହିଷ୍କୃତ ହୋଇଥିବା ଜଣାଯାଇଛି। ଏନେଇ ଡିଏମଇଟିଙ୍କ ନିର୍ଦ୍ଦେଶରେ ବିଧିବଦ୍ଧ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଶିଶୁରୋଗ ବିଭାଗର ପିଜି ଛାତ୍ରଙ୍କୁ ହଷ୍ଟେଲରେ ଆକ୍ରମଣ ଘଟଣାରେ ଉପରୋକ୍ତ ଚାରିଜଣ ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ ଜଣେ ପିଜି (୨ୟ ବର୍ଷ)ଅର୍ଥପେଡିକ ଡାକ୍ତର ପ୍ରିୟଜିତ ସାହୁଙ୍କୁ ୬ମାସ ଯାଏ ହଷ୍ଟେଲ […]
କେନ୍ଦୁଝର କାରାଗାରରୁ କଏଦୀ ଚମ୍ପଟ
କେନ୍ଦୁଝର/ଭୁବନେଶ୍ୱର ୨୯-୧୨-୨୦୨୪ (ପିପିଏସ ) : ଦୀର୍ଘଦିନରୁ ସୁଯୋଗ ଖୋଜୁଥିଲା କଏଦୀ। ଗତକାଲି ଏହି ଅବସର ମିଳିବା ପରେ ଜେଲର ବିରାଟ କାନ୍ଥ ଡ଼େଇଁ ଖସିଯାଇଛି। କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରରୁ କଅଦୀ ଚମ୍ପଟ ହେବା ନେଇ ଥାନାରେ ଅଭିଯୋଗ ହୋଇଛିl କଏଦୀର ନାମ ହେଲା ପରେଶ ମୁଣ୍ଡା। ଜେଲ କର୍ତ୍ତୁପକ୍ଷଙ୍କ ଏତଲା ଆଧାରରେ କେନ୍ଦୁଝର ଟାଉନ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।ସୂଚନା ଅନୁସାରେ ପରେଶ ମୁଣ୍ଡା ଏକ ହତ୍ୟା ମାମଲାରେ […]
ଟ୍ରାଙ୍କୁଲାଇଜ ହେଲା ‘ଜୀନତ’
ବାରିପଦା/ଭୁବନେଶ୍ୱର ୨୯-୧୨-୨୦୨୪ (ପିପିଏସ ) : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରୁ ଖସି ଯାଇ ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗରେ ପହଞ୍ଚି ଥିବା ୩ ବର୍ଷର ବାଘୁଣୀ ‘ଜୀନତ’ ରବିବାର ଟ୍ରାଙ୍କୁଲାଇଜ ହୋଇଛି। ପଶ୍ଚିମବଙ୍ଗର ବାଙ୍କୁଡ଼ା ଜିଲ୍ଲାରେ ବନ ବିଭାଗ ଟ୍ରାଙ୍କୁଲାଇଜ୍ କରିବାରେ ସଫଳ ହୋଇଛି। ଏନେଇ ବନ୍ୟପ୍ରାଣୀ ଆରସିସିଏଫ୍ ପ୍ରକାଶ ଚାନ୍ଦ ଗୋଗିନେନୀ ସୂଚନା ଦେଇଛନ୍ତି। ବାଘୁଣୀ ଜୀନତଙ୍କୁ ଆଲିପୁରସ୍ଥିତ ଚିଡ଼ିଆଖାନାକୁ ନିଆଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ସେଠାରେ ସଂପୂର୍ଣ୍ଣ ରୂପେ ପ୍ରକ୍ରିୟା ଶେଷ ହେଲା […]