September 2024
କାନ୍ଥ ପଡ଼ି ଅଢେଇ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ : ବାପାମା’ ଗୁରୁତର
ବ୍ରହ୍ମପୁର/ଭୁବନେଶ୍ୱର,୧-୯-୨୪(ପିପିଏସ) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବାଇବାଲି ଗ୍ରାମ ନିକଟ ତୋଟା ସାହିରେ ଅଘଟଣ l କାନ୍ଥ ପଡ଼ି ଚାଲିଗଲା ଅଢେଇ ବର୍ଷର ଶିଶୁ ପୁତ୍ରର ଜୀବନ। ଏଥିସହିତ ତାର ବାପାମା’ଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି । ବର୍ଷା ଯୋଗୁ ଏହି ଅଘଟଣ ଘଟିଛି ବୋଲି କୁହାଯାଉଛି l ମୃତ ଶିଶୁ ଜଣକ ହେଉଛନ୍ତି ବସନ୍ତ ପ୍ରଧାନଙ୍କ ପୁଅ ରିଷି ପ୍ରଧାନ। ବାପା ଓ ମା ଉଭୟ ଗୁରୁତର ହୋଇ ଭଞ୍ଜନଗର ମେଡ଼ିକାଲରେ […]
ବାଙ୍ଗାଲୋରରେ ଓଡ଼ିଆ ଶ୍ରମିକ ମୃତ୍ୟୁ ଘଟଣା : ଗାଁରେ ପହଞ୍ଚିଥିଲା ମୃତଦେହ
କନ୍ଧମାଳ/ଭୁବନେଶ୍ୱର,୧-୦୯-୨୪(ପିପିଏସ) : ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ଓଡ଼ିଶା ଶ୍ରମିକ। ମୃତ ଶ୍ରମିକ ଜଣଙ୍କ ହେଲେ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଦଡି଼ଙ୍ଗିଆ ଗ୍ରାମର ଲେମନ ଦିଗାଲ। ଲେମନ ଜଣକ କିଛି ଦିନ ତଳେ ତାଙ୍କ ଗ୍ରାମର କିଛି ସାଙ୍ଗ ସାଥିଙ୍କ ସହିତ ମିଶି ବାଙ୍ଗାଲୋରକୁ କାମ କରିବାକୁ ଯାଇଥିଲେ। ବାଙ୍ଗାଲୋରର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ତେବେ ଗତ ଗୁରୁବାର ଦିନ ହଠାତ୍ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ସହଯୋଗୀମାନେ ତାଙ୍କୁ […]
୨୪ବର୍ଷର ରେକର୍ଡ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ : ଖର୍ଚ୍ଚଦାବି ଉପରେ ଦେଢ଼ ଘଣ୍ଟା ଉପସ୍ଥାପନା
ଭୁବନେଶ୍ୱର,୧-୦୯-୨୪(ପିପିଏସ) : ରାଜ୍ୟରେ ବିଜେଡି ସରକାର ଦ୍ୱାରା ଲାଗୁ କରାଯାଇଥିବା ନୂଆ ହୋମଗାର୍ଡ ନିଯୁକ୍ତି ଉପରେ କଟକଣାକୁ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହଟାଇ ଦେଇଛନ୍ତି। ଏହାସହିତ ନକ୍ସଲ କିମ୍ବା ଅନ୍ୟାନ୍ୟ ଘଟଣାରେ ହୋମଗାର୍ଡଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ନିଯୁକ୍ତି ମିଳିବ ବୋଲି ଘୋଷଣା କରିଛନ୍ତି । ଆଜି ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନାବେଳେ ଗୃହ ବିଭାଗର ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ […]
ଲଗାଣ ବର୍ଷରେ ଭୁଶୁଡ଼ିଲା କାନ୍ଥ : ଅଜା, ଆଈ ଓ ୪ବର୍ଷର ନାତି ଗୁରୁତର
ପୁରୀ/ଭୁବନେଶ୍ୱର,୧-୦୯-୨୪(ପିପିଏସ) : କାନ୍ଥ ପଡ଼ି ଅଜା, ଆଈ ସମେତ ୪ବର୍ଷର ନାତି ଗୁରୁତର ଆହତ ହୋଇଛନ୍ତି। ପୁରୀ ଜିଲ୍ଲା ଇପିଙ୍ଗ ବାଉରୀପଲ୍ଲୀ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାତିରେ ଅଜା, ଆଈ ସମେତ ୪ବର୍ଷର ନାତି ଘରେ ଶୋଇଥିଲେ। ଏହି ସମୟରେ ମାଟି କାନ୍ଥଟି ସେମାନଙ୍କ ଉପରେ ଭୁଷୁଡି ପଡ଼ିଥିଲା । ପ୍ରଚଣ୍ଡ ଶବ୍ଦ ହେବାରୁ ପାଖ ପଡ଼ୋଶୀ ଦୌଡ଼ି ଆସିଥିଲେ । ସେମାନଙ୍କ ଉପରେ କାନ୍ଥ ପଡ଼ିଥିବା ଦେଖିଥିଲେ। […]
ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ
କଟକ,୩୧-୦୮-୨୪(ପିପିଏସ) : ସ୍ୱାୟତ୍ତ ଶାସନ ଦିବସରେ ବକ୍ସିବଜାର ଠାରେ ଐତିହାସିକ ପାଇକ ବିଦ୍ରୋହର ମହାନ ସଂଗ୍ରାମୀ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ, ସ୍ୱାଧୀନତା ସଂଗ୍ରାମୀଙ୍କ ମୂର୍ତ୍ତି ଉନ୍ମୋଚନ କରିଥିଲେ । ସ୍ୱାଧୀନତା ସଂଗ୍ରାମରେ ଐତିହାସିକ କଟକ ସହରର ଭୂମିକା ବେଶ୍ ଗୁରୁତ୍ଵ ପୂର୍ଣ୍ଣ । ସେହି ଦୃଷ୍ଟିରୁ ବକ୍ସି ଜଗବନ୍ଧୁଙ୍କ ମୂର୍ତ୍ତି କଟକ ସହରର ମଧ୍ୟରେ ଓଡ଼ିଆ ଜାତିର ବୀରତ୍ୱର ପ୍ରତୀକ […]