1 min read

୨ ଜଣଙ୍କୁ ଧକ୍କା ଦେଇ ନାଳ ଭିତରକୁ ପଶିଗଲା ପୁଲିସ ଗାଡ଼ି

କଟକ,୧୩-୦୯-୨୦୨୪ (ପିପିଏସ) : ୨ ଜଣଙ୍କୁ ଧକ୍କା ଦେବାପରେ ଭାରସାମ୍ୟ ହରାଇ ନାଳ ଭିତରକୁ ପଶିଗଲା ପୁଲିସ ଗାଡ଼ି। କଟକ ଜିଲ୍ଲା ବିଜୁ ପଟ୍ଟନାୟକ ଛକରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୨ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ଜଣେ ଜୋତା ମରାମତି ଦୋକାନୀ ହୋଇଥିବା ବେଳେ ଅନ୍ୟ ଜଣେ ସାଇକେଲ ଆରୋହୀ ବୋଲି ଜଣାଯାଇଛି । ପୁଲିସ ଗାଡ଼ିଟି ଦ୍ରୁତ ଗତିରେ ଆସି ପ୍ରଥମେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲେ। ପରେ ରାସ୍ତାକଡ଼ରେ ଥିବା […]

1 min read

ପ୍ରଜାତନ୍ତ୍ର ପରିସରରେ “ଡକ୍ଟର ଶଙ୍କର କୁମାର ସାନ୍ୟାଲ୍”

କଟକ,୧୩-୦୯-୨୦୨୪ (ପିପିଏସ) : ଗାନ୍ଧିଜୀଙ୍କ ଦ୍ୱାରା ପ୍ରତିଷ୍ଠିତ ‘ହରିଜନ ସେବକ ସଂଘ’ ର ଜାତୀୟ ସଭାପତି ପ୍ରଫେସର ଡକ୍ଟର ଶଙ୍କର କୁମାର ସାନ୍ୟାଲ୍ ‘ପ୍ରଜାତନ୍ତ୍ର’ ପରିସରରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ଡକ୍ଟର ସାନ୍ୟାଲ୍ ସଂଘର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସାଂସଦ ଶ୍ରୀ ମହତାବଙ୍କୁ ଅବଗତ କରାଇବା ସହ ନୂଆଦିଲ୍ଲୀ ସ୍ଥିତ ସଂଘ ମୁଖ୍ୟ କାର୍ଯ୍ୟାଳୟ ପରିଦର୍ଶନରେ ଆସିବାକୁ ଆମନ୍ତ୍ରଣ କରିଛନ୍ତି ।

1 min read

‘ଗ୍ଲୋବାଲ ବାୟୋ ଇଣ୍ଡିଆ’ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଓଡ଼ିଶା ପାଭିଲିୟନ

ନୂଆଦିଲ୍ଲୀ/ଭୁବନେଶ୍ବର,୧୨-୦୯-୨୦୨୪ (ପିପିଏସ) : ଗ୍ଲୋବାଲ ବାୟୋ ଇଣ୍ଡିଆ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଓଡ଼ିଶା ପାଭିଲିୟନ ଖୋଲାଯାଇଛି । ରାଜ୍ୟର ବିଭିନ୍ନ ବାୟୋ ଟେକ୍ନୋଲୋଜି ଷ୍ଟାର୍ଟଅପ୍ ଅଂଶ ଗ୍ରହଣ କରି ସେମାନଙ୍କ ଅଭିନବ ଜ୍ଞାନକୌଶଳ ଓ ଉତ୍ପାଦକୁ ପ୍ରଦର୍ଶନ କରୁଛନ୍ତି। ବାୟୋ ଟେକ୍ନୋଲୋଜି କ୍ଷେତ୍ର ପାଇଁ ଓଡ଼ିଶାରେ ବିପୁଳ ସମ୍ଭାବନା ରହିଛି। ଘଞ୍ଚ ଜଙ୍ଗଲ, ବିଭିନ୍ନ ଔଷଧୀୟ ବୃକ୍ଷରେ ଭରପୂର ପର୍ବତ, ହେନ୍ତାଳ ବଣ, ଚିଲିକା ହ୍ରଦ, ସୁଦୀର୍ଘ ବେଳାଭୂମି ଭଳି ପ୍ରାକୃତିକ ସମ୍ପଦ ରହିଛି। ଏହାକୁ ଆଧାରକରି ଆଗାମୀ […]

1 min read

ଓଡ଼ିଶାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ନୂଆ ନିୟମ

ଭୁବନେଶ୍ୱର,୧୨-୦୯-୨୦୨୪ (ପିପିଏସ) : ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ରାଜ୍ୟ ସରକାର ନୂଆ ନିୟମ ଆଣିଛନ୍ତି। ପୁନଃ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବେ। ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ନୂଆ ଗାଇଡଲାଇନ୍ ଆସିଛି। ଏଥିରେ ସ୍ବତନ୍ତ୍ର ନିୟମାବଳୀ ରହିଛି। ଉଚ୍ଚସ୍ତରୀୟ କମିଟି ଅବସରପ୍ରାପ୍ତ କର୍ମଚାରୀଙ୍କୁ ଚୟନ କରିବେ। ଅବସରକାଳୀନ ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବେ। କର୍ମଚାରୀଙ୍କୁ କେଉଁ ମାନଦଣ୍ଡରେ ଚୟନ ହେବ। ବିସ୍ତୃତ ଗାଇଡଲାଇନ ଜାରି ହୋଇଛି। ମୁଖ୍ୟ ସଚିବ […]

1 min read

ସୁଭଦ୍ରା ସଚେତନ ରଥକୁ ଶୁଭାରମ୍ଭ କଲେ ବିଧାୟକ

ଢେଙ୍କାନାଳ/ଭୁବନେଶ୍ୱର,୧୨-୦୯-୨୦୨୪ (ପିପିଏସ) : ଗାଁ ଗାଁ ରେ ସୁଭଦ୍ରା ଯୋଜନାକୁ ନେଇ ସଚେତନତା ଓ ସୁଭଦ୍ରା ଯୋଜନାରେ ଅଧିକ ତଥ୍ୟ ଲୋକମାନେ ଜାଣିବା ଲକ୍ଷ୍ୟ ନେଇ ସୁଭଦ୍ରା ରଥ କୁ ଶୁଭାରମ୍ଭ କଲେ ବିଧାୟକ l ଗୁରୁବାର ଅପରାହ୍ନରେ ପର୍ଜଙ୍ଗ ନିର୍ବାଚନ ମଣ୍ଡଳୀର କଙ୍କଡ଼ାହାଡ଼ ବ୍ଲକ କାର୍ଯ୍ୟାଳୟ ପରିସରରେ ବିଧାୟକ ବିଭୁତି ଭୂଷଣ ପ୍ରଧାନ ରଥକୁ ପୂଜାର୍ଚ୍ଚନା କରିବା ପରେ ଲାଲ ରଙ୍ଗ ପତାକା ଦେଖାଇ ଉଦଘାଟନ କରିଥଲେ l ଏହି ଅବସରରେ ବ୍ଲକ ଅଧ୍ୟାକ୍ଷା ଚାରୁଲତା […]

1 min read

ମାଲକାନଗିରିରେ ୪ ନକ୍ସଲଙ୍କ ଆତ୍ମସମର୍ପଣ : ୫ ଲକ୍ଷ ଟଙ୍କା ଲେଖାଏଁ ଥିଲା ପୁରସ୍କାର

ମାଲକାନଗିରି/ଭୁବନେଶ୍ୱର,୧୨-୦୯-୨୦୨୪ (ପିପିଏସ) : ମାଓବାଦୀ ସଂଗଠନ ଏବେ ଦୁର୍ବଳ ହେବାକୁ ଲାଗିଲାଣି। ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ନକ୍ସଲ ଏବେ ଆଗଭର ହେଉଥିବା ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ଆଜି ଛତିଶଗଡର କାଂକେର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଏସଏଫ ଡିଆଇଜି ହରିନ୍ଦର ପାଲ ସିଂ, ପୁଲିସ ଡିଆଇଜି କେ.ଏଲ.ଧ୍ରୁବ, ଏସପି ଇନ୍ଦିରା କଲ୍ୟାଣ ଏଲେସେଲାଙ୍କ ସମ୍ମୁଖରେ ପୁରସ୍କାର ଘୋଷିତ ହାର୍ଡକୋର ୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସଂଗଠନ ଛାଡି […]

1 min read

ମା ସୁଭଦ୍ରା ଙ୍କ ୪୬ ତମ ଶ୍ରାଦ୍ଧବାର୍ଷିକ ପାଳିତ

ପୁରୀ/କଟକ,୧୨-୦୯-୨୦୨୪ (ପିପିଏସ) : ମା ସୁଭଦ୍ରା ଙ୍କ ୪୬ ତମ ଶ୍ରାଦ୍ଧବାର୍ଷିକ ପାଳିତ ହୋଇଯାଇଛି | ଏହି ଅବସରରେ ପୁରୀ ସ୍ଥିତ ସୁଭଦ୍ରା ମହତାବ ଙ୍କ ପାଠଗାର ରେ ଏକ ପ୍ରାର୍ଥନା ସଭା ର ଆୟୋଜନ କରାଯାଇଥିଲା | ଏହି ଅବସରରେ ପୁରୀ ର ଶ୍ରୀ ଜଗନ୍ନାଥ ବାହିନୀ ର ସାଧୁ ମାନେ ଏହି ପ୍ରାର୍ଥନା ସଭା ରେ ଯୋଗ ଦେଇଥିଲେ | ସଭା ରେ ମା ସୁଭଦ୍ରା ଙ୍କ ଜୀବନୀ ସମ୍ପର୍କ ରେ ଆଲୋଚନା କରାଯାଇଥିଲା […]

1 min read

ଜବାହର ନବୋଦୟ ବିଦ୍ୟାଳୟରେ ନବମ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ଅଭିଯୋଗ : ଥାନାରେ ଏତଲା

ନୂଆଦିଲ୍ଲୀ/ଭୁବନେଶ୍ୱର,୧୨-୦୯-୨୦୨୪ (ପିପିଏସ) : କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନ ହଦଗଡ଼ ଜବାହର ନବୋଦୟ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ସିନିୟର ଛାତ୍ରମାନେ ରାଗିଂ କରିଥିବା ଅଭିଯୋଗ ହୋଇଛି। ଛାତ୍ରଙ୍କ ଭଉଣୀ ମନୋଜା ରାଉତଙ୍କ ଅଭିଯୋଗ କ୍ରମେ ସୋସୋ ଥାନାରେ କେସ୍‌ ନଂ ୧୭୧/୨୦୨୪ରେ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ, ସୋସୋ ଥାନା ବାଲିଆ ଗ୍ରାମର ମନ୍ଦରଧର ରାଉତଙ୍କ ପୁଅ ୬ଷ୍ଠ ଶ୍ରେଣୀରେ ପଢିବା ସମୟରୁ […]

1 min read

ଏସିଆନ ଚାମ୍ପିୟନ୍ସ ଟ୍ରଫି : କୋରିଆକୁ ହରାଇ ଅପରାଜେୟ ରହିଛି ଭାରତୀୟ ହକି ଟିମ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୨-୦୯-୨୦୨୪ (ପିପିଏସ) : ଚାଇନାରେ ଚାଲିଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ହକି ଟିମ ଏପର୍ଯ୍ୟନ୍ତ ଅପରାଜେୟ ରହିଛି । ଟୁର୍ଣ୍ଣାମେଣ୍ଟରେ ଆରମ୍ଭରୁ ଅପରାଜେୟ ଥିବା ଭାରତ ଆଜି ୪ର୍ଥ ମୁକାବିଲାରେ କୋରିଆକୁ ୩-୧ ଗୋଲରେ ମାତ ଦେଇଛି। ବୁଧବାର କ୍ରମାଗତ ହ୍ୟାଟ୍ରିକ ବିଜୟ ସହ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରି ସାରିଥିବା ଭାରତ ଆଜି ଆଉ ଏକ ବିଜୟ ସହ ଶୀର୍ଷରେ ନିଜକୁ ଆହୁରି ମଜବୁତ କରିଛି। ଏବେ ଶେଷ ଗୃପ ମ୍ୟାଚ୍‌ରେ(ଶନିବାର) ଭାରତୀୟ […]

1 min read

ବିଦ୍ୟୁତ ତାର ବିଛାଇ ହାତୀକୁ ମାରିଦେଲେ : ତଦନ୍ତ କରୁଛି ବନବିଭାଗ

ବାରିପଦା/ଭୁବନେଶ୍ୱର,୧୨-୦୯-୨୦୨୪ (ପିପିଏସ) : ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଜାମଶୂଳି ଗାଁରେ ଗୁରୁବାର ଭୋର ବିଦ୍ୟୁତ ଆଘାତରେ ଏକ ମାଈହାତୀର ମୃତ୍ୟୁ ଘଟିଛି । ଖବରପାଇ ବନବିଭାଗର କର୍ମଚାରୀମାନେ ପହଂଚି ଘଟଣାର ତଦନ୍ତ କରିବା ସହିତ ଡାକ୍ତରୀ ଦଳ ଶବ ବ୍ୟବଚ୍ଛେଦ କରୁଛନ୍ତି । ସୂଚନା ମୁତାବକ ବେତନଟୀ ରେଞ୍ଜ ଅଧୀନ ବଡାମପୁର ସେକ୍ସନ ଇଲାକାରେ ୧୯ଟି ବଣୁଆ ହାତୀ ବିଚରଣ କରୁଥିଲେ । ବେତନଟୀ ବନବିଭାଗ ପକ୍ଷରୁ ରାତି ତମାମ ପେଟ୍ରୋଲିଂ ଚାଲିଥିବା ବେଳେ ଭୋର […]