August 2024
ଅଗ୍ନିକାଣ୍ଡ ଗୁଜବ:ଚଳନ୍ତା ଟ୍ରେନ୍ରେ ଦଳାଚକଟା
ଲକ୍ଷ୍ନୌ/ଭୁବନେଶ୍ୱର: ୧୧-୦୮-୨୪(ପିପିଏସ ) ଉତ୍ତରପ୍ରଦେଶର ଶାହାଜାହାନପୁରରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି। ହଠାତ୍ ୫୦ ବେଗରେ ଚାଲୁଥିବା ପଞ୍ଜାବ ମେଲ୍ ଏକ୍ସପ୍ରେସରେ ଯାତ୍ରୀଙ୍କ ଚିତ୍କାର ଶୁଣାଯାଇଥିଲା। ବଞ୍ଚାଅ ବଞ୍ଚାଅ ଚିତ୍କାର ସହିତ ଲୋକେ ନିଜ ନିଜ ଜୀବନ ବଞ୍ଚାଇବା ପାଇଁ ଦଳାଚକଟା ଆରମ୍ଭ କରିଥିଲେ।ଯାତ୍ରୀମାନେ ଚଳନ୍ତା ଟ୍ରେନରୁ ଡେଇଁବା ଆରମ୍ଭ କରିଥିଲେ। ତେବେ ଟ୍ରେନକୁ ତୁରନ୍ତ ବନ୍ଦ କରାଯାଇଥିଲା। ପାଇଲଟମାନେ ଯାତ୍ରୀମାନଙ୍କୁ ବିଶୃଙ୍ଖଳାର କାରଣ ପଚାରିଥିଲେ। ଯାତ୍ରୀମାନେ କହିଥିଲେ ଯେ ଟ୍ରେନରେ ନିଆଁ ଲାଗିଯାଇଛି। […]
ସାଂସଦ ସୁପ୍ରିୟା ସୁଲେଙ୍କ ଫୋନ୍ ହ୍ବାଟସ୍ ଆପ୍ ହ୍ୟାକ୍
ମୁମ୍ବାଇ/ଭୁବନେଶ୍ୱର : ୧୧-୦୮-୨୪(ପିପିଏସ ) ଲୋକସଭା ସାଂସଦ ସୁପ୍ରିୟା ସୁଲେଙ୍କ ଫୋନ୍ ଏବଂ ହ୍ବାଟସ୍ ଆପ୍ ହ୍ୟାକ୍ ହୋଇଛି। ସେ ତାଙ୍କର ଏକ୍ସ ହ୍ୟାଣ୍ଡେଲରେ ସାଙ୍ଗ ଏବଂ ଦଳୀୟ ନେତାଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ମୋତେ କଲ୍ କିମ୍ବା ମେସେଜ୍ କରନ୍ତୁ ନାହିଁ ।ସାଇବର ସେଲକୁ ଏହି ବିଷୟରେ ସୂଚନା ଦିଆଯାଇଛି। ପୁଲିସ୍ ଥାନାରେ ମଧ୍ୟ ଅଭିଯୋଗ କରାଯାଇଛି। ପୁଲିସ୍ ଏବଂ ସାଇବର ସେଲ ତାଙ୍କ ଫୋନ ରିକଭରି କରିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି। ଯେଉଁ ବ୍ୟକ୍ତି ଫୋନ୍-ହ୍ବାଟସ୍ […]
ପ୍ରବେଶ ପଥ ବିପର୍ଯ୍ୟସ୍ତ:ସିଲ୍ଭର ସିଟି ବୋଟ୍ କ୍ଲବ୍ରୁ ମୁହଁ ଫେରାଉଛନ୍ତି ପର୍ଯ୍ୟଟକ
କଟକ: ୧୧-୦୮-୨୪(ପିପିଏସ ) କଟକ ସହରକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ମହାନଦୀ କୂଳରେ ସିଲ୍ଭର ସିଟି ବୋଟ୍ କ୍ଲବ୍କୁ ନୂଆ ରୂପ ଦିଆଯାଇଥିଲା। ୨୦୨୩ ସେପ୍ଟେମ୍ବର ୧୬ରେ ଏହାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ଉଦ୍ଘାଟନର ବର୍ଷେ ନପୂରୁଣୁ ଏହାର ପ୍ରବେଶ ପଥ ଏବେ ବିପର୍ଯ୍ୟସ୍ତ ହୋଇପଡ଼ିଛି। କ୍ଲବ୍କୁ ଯିବା ପାଇଁ ନିର୍ମାଣ ହୋଇଥିବା ପେଭର୍ ବ୍ଲକ୍ ରାସ୍ତାର ବିପର୍ଯ୍ୟସ୍ତ ସ୍ଥିତି ଯୋଗୁଁ ପର୍ଯ୍ୟଟକ ଭିତରକୁ ଯିବାକୁ ବି ପଛଘୁଞ୍ଚା ଦେଉଛନ୍ତି। ବିଶେଷ […]
ବିଦେଶ ଗସ୍ତ ଶେଷ କରି ନୂଆଦିଲ୍ଲୀ ଅଭିମୁଖେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ/ଭୁବନେଶ୍ୱର : ୧୧-୦୮-୨୪(ପିପିଏସ ) ଫିଜି, ନ୍ୟୁଜିଲାଣ୍ଡ ଓ ତିମୋର ଲେଷ୍ଟେ ଗସ୍ତ ଶେଷ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ତାଙ୍କ ଗସ୍ତର ଶେଷ ପର୍ଯ୍ୟାୟରେ ରାଷ୍ଟ୍ରପତି ତିମୋର-ଲେସ୍ତେ ଗସ୍ତ କରିଥିଲେ, ଯେଉଁଠାରେ ତାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ – ଗ୍ରାଣ୍ଡ କଲାର ଅଫ୍ ଦି ଅର୍ଡର ଅଫ୍ ତିମୋର-ଲେସ୍ତେ ପ୍ରଦାନ କରାଯାଇଥିଲା। ରାଷ୍ଟ୍ରପତି ମୁର୍ମୁ ଗତକାଲି ରାଜଧାନୀ ଡିଲିରେ ତିମୋର-ଲେସ୍ତେର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା […]
ସିଂହଦ୍ୱାର ସମ୍ମୁଖରେ ଆରମ୍ଭ ହେଲା ରଥ ଭଙ୍ଗା କାର୍ଯ୍ୟ
ପୁରୀ ୧ ୧/୮ (ପିପିଏସ) : ନବଦିନାତ୍ମକ ଯାତ୍ରା ସାରି ମହାପ୍ରଭୁ ରତ୍ନସିଂହାସନରେ ବିରାଜମାନ କରିଛନ୍ତି । ହେଲେ ଚତୁର୍ଦ୍ଧାବିଗ୍ରହ ଯାତ୍ରା କରିଥିବା ତିନିରଥ ସିଂହଦ୍ୱାର ସମ୍ମୁଖରେ ରହିଥିବା ବେଳେ ଆଜିଠାରୁ ଭଙ୍ଗା ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସନର ଚିଠି ପାଇବା ପରେ ଆଜି ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ରଥଭଙ୍ଗା କାର୍ଯ୍ୟ । ଆଜିଠାରୁ ତିନି ରଥ ଭଙ୍ଗା କାର୍ଯ୍ୟ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି । ନିୟମ ଅନୁଯାୟୀ ଆଜି ପ୍ରଥମେ […]
ଜଣେ ମାଫିଆ ଗୁରୁତର ୨ ପୋଲିସ କର୍ମଚାରୀ ଆହତ: ୩ ପିକ୍ଅପ୍ ଭ୍ୟାନ ଜବତ ୫ ଅଟକ
କେନ୍ଦୁଝର,୧ ୧/୮ (ପିପିଏସ) : କେନ୍ଦୁଝରରେ ଗୋରୁ ମାଫିଆ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ । ପୋଲିସ ଉପରକୁ ଗୁଳିମାଡ଼ କଲେ ଗୋରୁମାଫିଆ। ଜଣେ ଗୋରୁ ଚାଲାଣକାରୀ ଗୁରୁତର ହୋଇଥିବାବେଳେ ୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ରବିବାର ଭୋର ସମୟରେ ବେଆଇନ ଗୋରୁ ଚାଲାଣ ନେଇ ପୋଲିସ ଖବର ପାଇ ହରିଚନ୍ଦନପୁର ଥାନା ଅଞ୍ଚଳର କୁଲାଢାଙ୍କୁଣି ନିକଟରେ ଗୋରୁ ଚଳାଣ ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଗୋଚାଲାଣକାରୀ […]
ପରଲୋକରେ ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ କେ. ନଟୱର ସିଂ
ନୂଆଦିଲ୍ଲୀ/ଭୁବନେଶ୍ୱର (ପିପିଏସ) ୧୧/୮: ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ କେ. ନଟୱର ସିଂହଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ଅସୁସ୍ଥତା କାରଣରୁ କିଛି ଦିନ ହେଲା ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିଲେ । ତେବେ ଶନିବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି । ନଟୱର ସିଂହ ରାଜସ୍ଥାନ ଭରତପୁରର ବାସିନ୍ଦା । ନଟୱର […]
ଗଞ୍ଜାମ ଜିଲ୍ଲାରେ ଚାଞ୍ଚଲ୍ୟ : ଜଙ୍ଗଲରୁ ମିଳିଲା ମଣିଷ ଖପୁରୀ
ଗଞ୍ଜାମ,୧୧/୮(ପିପିଏସ) : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପଦ୍ମପୁର ପଞ୍ଚାୟତ ବୃନ୍ଦାବନପୁର ଗାଁ ଜଙ୍ଗଲରୁ ମଣିଷ ଖପୁରୀ, ହାଡ଼ ସାଇକେଲ ଜବତ ହୋଇଛି। ଜଙ୍ଗଲରେ ମଣିଷ ଖପୁରୀ ଓ ହାଡ଼ ଦେଖି ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି। ଏ ନେଇ ଅଧିକ ତଥ୍ୟ ଲାଗି ଛାନ୍ବିନ୍ ଚଲାଇଛି। ଘଟଣାକୁ ନେଇ ଗୁଣି ଗାରେଡ଼ି ସନ୍ଦେହ କରାଯାଉଛି । ଜବତ ଖପୁରି,ହାଡ଼ ଗୁଡ଼ିକୁ ଫରେନ୍ସିକ୍ ଲାବୋରେଟୋରୀକୁ ପଠାଯିବ ବୋଲି ଥାନା […]
ପୁଲିସ୍ – ଗୋରୁ ମାଫିଆ ମୁହାଁମୁହିଁ : ଜଣେ ଗୁରୁତର ୨ ଅଭିଯୁକ୍ତ ଫେରାର
କେନ୍ଦୁଝର,11/9(ପିପିଏସ) : ପୁଲିସ୍ ଉପରକୁ ଗୋରୁ ମାଫିଆଙ୍କ ଗୁଳିମାଡ। କେନ୍ଦୁଝର ପଣ୍ଡାପଡା ଥାନା ଅଞ୍ଚଳରେ ପୁଲିସ୍ ଓ ଗୋରୁ ମାଫିଆ ମୁହାଁମୁହିଁ ହୋଇଛନ୍ତି। ଗୋରୁ ଗାଡିକୁ ଅଟକାଇବାବେଳେ ଦୁର୍ବୃତ୍ତମାନେ ଗୁଳିମାଡ କରିଛନ୍ତି । ପୁଲିସ୍ ର ପାଲଟା ଗୁଳିରେ ଜଣେ ଗୋରୁ ମାଫିଆ ଗୁରୁତର ହୋଇଛି। ୩ଟି ଗୋରୁ ଭର୍ତ୍ତି ପିକଅପ୍ ଜବତ ହୋଇଛି। ଏବଂ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଘଟଣାରେ ପୁଲିସ୍ ଅଧିକ ଛାନଭିନ୍ ଜାରି ରଖିଛି।
ଅଗଷ୍ଟ ୧୫ ତାରିଖରେ ସୁଭଦ୍ରା ଯୋଜନାର ଏସଓପି
ଭୁବନେଶ୍ୱର,10/8 (ପିପିଏସ) : ଅଗଷ୍ଟ ୧୫ ତାରିଖରେ ଆସିବ ସୁଭଦ୍ରା ଯୋଜନା SOP । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ଏଥିରେ କିଏ ପାଇବେ ଓ କିଏ ପାଇବେନି ତାର ସ୍ପଷ୍ଟ ଚିତ୍ର ରହିବ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ଏହାର ମୋଡାଲିଟି କଣ ରହିବ ଓ ଫର୍ମାଟ ବାବଦରେ ଜଣାପଡ଼ିବ । ତେଣୁ ମହିଳାଙ୍କୁ ଭ୍ରମିତ ନ ହେବାକୁ ଅପିଲ୍ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ସେପ୍ଟେମ୍ବର ୧୭ରେ […]
