1 min read

ସନ୍ଧାନୀ କୁକୁର ଦ୍ୱାରା ୩ ଲ୍ୟାଣ୍ଡ ମାଇନ ଠାବ : ଅଳ୍ପକେ ବର୍ତ୍ତିଲେ ସିଆରପିଏଫ ଯବାନ

ମାଲକାନଗିରି/ଭୁବନେଶ୍ୱର,୩୧-୦୮-୨୪(ପିପିଏସ) : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜପୁର ଜିଲ୍ଲାର ପେଦ୍ଦଗେଲୁର ଅଞ୍ଚଳରେ ବିସ୍ଫୋରଣ ପୂର୍ବରୁ ଉଦ୍ଧାର ହେଲା ଲ୍ୟାଣ୍ଡମାଇନ । ଫଳରେ ଅଳ୍ପକେ ବର୍ତ୍ତିଲେ ଯବାନ । ପେଦ୍ଦଗେଲୁର ଅଞ୍ଚଳରେ ସିଆରପିଏଫ ଯବାନ ସର୍ଚ୍ଚ ଅପେରସନ କରୁଥିଲେ । ଜଙ୍ଗଲରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଭିନ୍ନ ଭିନ୍ନ ସ୍ଥାନରେ ୩ଟି ଲ୍ୟାଣ୍ଡ ମାଇନ ଖଞ୍ଜିଥିଲେ ନକ୍ସଲ। ତେବେ ସିଆରପିଏଫର ସନ୍ଧାନୀ କୁକୁର ଦ୍ୱାରା ଏହି ତିନୋଟି ବୋମାକୁ ଉଦ୍ଧାର କରାଯାଇଥିଲା। ତୁରନ୍ତ ଘଟଣାସ୍ଥଳରେ ବୋମା ନିଷ୍କ୍ରିୟ ଦଳ […]

1 min read

ଛତିଶଗଡ଼ ସୀମାରେ ପୁଲିସ ଏନକାଉଣ୍ଟର : ୩ ମହିଳା ନକ୍ସଲ ନିହତ

ମାଲକାନଗିରି/ଭୁବନେଶ୍ୱର,୩୧-୦୮-୨୪(ପିପିଏସ) : ମାଲକାଗିରି ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଓ କଂକେର ସୀମାବର୍ତ୍ତି ଜଙ୍ଗଲରେ ପୁଲିସ ଏନକାଉଣ୍ଟରରେ ୩ ଜଣ ମହିଳା ନକ୍ସଲ ନିହତ ହୋଇଛନ୍ତି । ମୃତ ମହିଳା ନକ୍ସଲମାନେ ହେଲେ ଲକ୍ଷ୍ମୀ, ସବିତା ଓ ଶାନ୍ତି। ମୃତ ଲକ୍ଷ୍ମୀଙ୍କର ଘର କାଲିମେଳା ତେକଗୁଡ଼ା ଅଞ୍ଚଳରେ ବୋଲି ଜଣାପଡିଛି। ଗତକାଲି ନାରାୟନପୁର ଓ କଂକେର ସୀମାବର୍ତ୍ତୀ ଜଙ୍ଗଲରେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପୁଲିସ ଏନକାଉଣ୍ଟରରେ ୩ ଜଣ ନକ୍ସଲଙ୍କର ମୃତ୍ୟୁ ଘଟିଥିଲା। ଲକ୍ଷ୍ମୀ […]

1 min read

ମାଟି ତଳୁ ମିଳିଲା ମାଓ ଡ଼ମ୍ପ : ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି/ଭୁବନେଶ୍ୱର,୩୧-୦୮-୨୪(ପିପିଏସ) : ସେନା ବାହିନୀ ଦ୍ୱାରା ସର୍ଚ୍ଚ ଅପରେସନ ବେଳେ ମାଟି ତଳେ ଠାବ ହେଲା ମାଓ ଡ଼ମ୍ପ । ମିଳିଲା ପୁଳା ପୁଳା ବିସ୍ଫୋରକ ସାମଗ୍ରୀ। ଏପରି ଘଟଣା ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଭେଜଙ୍ଗୱାଡା ଜଙ୍ଗଲରେ ଘଟିଛି। କାଲିମେଳା ବ୍ଲକ ଅନ୍ତର୍ଗତ ଟେଲରାଇ ପଞ୍ଚାୟତର ଦୟଲଗୁନ୍ତି ଗ୍ରାମ୍ୟ ଜଙ୍ଗଲରେ ଏହି ଡ଼ମ୍ପ ଉଦ୍ଧାର କରାଯାଇଛି। ଏହି ମାଓ ଡ଼ମ୍ପରେ ୩ଟି ଟିଫିନ ବୋମା, ଜିଲୋଟିନ, ବିଦ୍ୟୁତ ତାର, ନକ୍ସଲ ପୋଷାକ, ନକ୍ସଲ ପୁସ୍ତକ […]

1 min read

ପୁଣି ଭିଜିଲାନ୍ସ ସ୍କାନରରେ ଶିକ୍ଷା ବିଭାଗ : ୬ଟି ସ୍ଥାନରେ ଚଢ଼ାଉ

*ଲଗାତାର ତିନି ଦିନରେ ୩ ଶିକ୍ଷା ବିଭାଗ କର୍ମଚାରୀ*ଗୁରୁବାର ଦିନ CHSE ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀ*ଶୁକ୍ରବାର ବାଲେଶ୍ୱର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ପ୍ରଦୀପ ଦାସ ବ୍ରହ୍ମପୁର/ଭୁବନେଶ୍ୱର,୩୧-୦୮-୨୪(ପିପିଏସ) : ବ୍ଲକ ଶିକ୍ଷା ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ସୀତାରାମ ପାତ୍ରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ […]

1 min read

ବରମୁଣ୍ଡା ବସଷ୍ଟାଣ୍ଡରୁ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର : ହତ୍ୟା ନା ଆତ୍ମହତ୍ୟା ?

ଭୁବନେଶ୍ୱର,୩୧-୦୮-୨୪(ପିପିଏସ) : ରାଜଧାନୀର ପ୍ରମୁଖ ଜନଗହଳି ପୂର୍ଣ୍ଣ ସ୍ଥାନ, ବରମୁଣ୍ଡା ବସଷ୍ଟାଣ୍ଡରେ ଜଣେ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି । ମୃତ ମହିଳା ବିବାହିତ ବୋଲି ଜଣାପଡ଼ିଛି । ରାତି ପ୍ରାୟ ସାଢ଼େ ୧୦ଟା ବେଳେ ପୁରୁଣା ବସଷ୍ଟାଣ୍ଡ ଟର୍ମିନାଲ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଖବର ପାଇ ଭରତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମହିଳାଙ୍କ ହାତରୁ ଏକ ବସ ଟିକଟ ଜବତ ହୋଇଛି । ସେଥିରୁ […]

1 min read

ମଦ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି : ବିଷାକ୍ତ ମଦ ପିଇ ଆଉଜଣଙ୍କ ଜୀବନ ଗଲା, ୪ ଚିକିତ୍ସାଧୀନ

ବ୍ରହ୍ମପୁର/ଭୁବନେଶ୍ୱର,୩୧-୦୮-୨୪(ପିପିଏସ) : ବିଷାକ୍ତ ମଦ ପିଇ ଆଉ ଜଣଙ୍କ ମୃତ୍ୟୁ । ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ଘଟିଛି l ମୃତକ ହେଲେ ଚିକିଟି ବ୍ଲକ ଜେନାପୁର ସାହିର ଲକ୍ଷ୍ମଣ ବେହେରା । ଫଳରେ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ତିନିରେ ପହଁଚିଛି । ଏବେ ବି ଆଉ ୪ ଜଣ ଆଉ ଏମେକସିଜିରେ ଚିକିତ୍ସାଧୀନ ଅଛନ୍ତି l ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି । […]

1 min read

ବରିଷ୍ଠ ଓଏଏସ୍ ସ୍ତରରେ ଅଦଳବଦଳ : ଦେବାଶୀଷ ସିଂ ପୌର ପ୍ରଶାସନ ନିର୍ଦ୍ଦେଶକ

ଭୁବନେଶ୍ୱର,୩୦-୦୮-୨୪(ପିପିଏସ) : ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ୍ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି । ଏହାସହିତ ଦୀର୍ଘ ଦୁଇମାସ ପରେ ରାଜ୍ୟ ପୌର ପ୍ରଶାସନ ନିର୍ଦ୍ଦେଶକ ପଦବୀରେ ସ୍ଥାୟୀ ନିଯୁକ୍ତି ମଧ୍ୟ ଦେଇଛନ୍ତି । ବରିଷ୍ଠ ଓଏଏସ୍ ଅଫିସର ଦେବାଶୀଷ ସିଂଙ୍କୁ ରାଜ୍ୟ ପୌର ପ୍ରଶାସନ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଶ୍ରୀ ସିଂ ଗତ ଦେଢ଼ମାସରୁ ଅଧିକ ଦିନ ଧରି ଅତିରିକ୍ତ ଭାବେ ଏହି ଦାୟିତ୍ୱକୁ ତୁଲାଉଥିଲେ । ଆଜି ସାଧାରଣ ପ୍ରଶାସନ […]

1 min read

ସ୍ୱର୍ଣ୍ଣ ପଦକ ସହ ପାରାଲିମ୍ପିକ୍ସରେ ପଦକ ଖାତା ଖୋଲିଲା ଭାରତ : ଶୁଟିଂରେ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ

ନୂଆଦିଲ୍ଲୀ/ଭୁବନେଶ୍ୱର,୩୦-୦୮-୨୪(ପିପିଏସ) : ସ୍ୱର୍ଣ୍ଣ ପଦକ ସହ ପ୍ୟାରିସ ପାରାଲିମ୍ପିକ୍ସ ଯାତ୍ରା ଆରମ୍ଭ କରିଛି ଭାରତ। ଇଭେଣ୍ଟର ଦ୍ୱିତୀୟ ଦିନରେ ଭାରତକୁ ମିଳିଛି ଦୁଇଟି ପଦକ। ମହିଳା ଶୁଟିଂ ପ୍ରତିଯୋଗିତାରେ ଗୋଟିଏ ସ୍ୱର୍ଣ୍ଣ ଏବଂ ଗୋଟିଏ ବ୍ରୋଞ୍ଜ ଜିତିଛି ଭାରତ। ଅବନୀ ଲେଖରା ସ୍ୱର୍ଣ୍ଣ ଜିତି ଥିବାବେଳେ ମୋନା ଅଗ୍ରୱାଲ ବ୍ରୋଞ୍ଜ ବିଜୟୀ ହୋଇଛନ୍ତି। ମହିଳା 10 ମିଟର ଏୟାର ରାଇଫଲ SH1 ଇଭେଣ୍ଟରେ ଉଭୟ ଶୁଟର ପଦକ ହାସଲ କରିଛନ୍ତି। ଟୋକିଓ ପାରାଲିମ୍ପିକ୍ସରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ […]

1 min read

ଶିବାଜୀଙ୍କ ଷ୍ଟାଚ୍ୟୁ ଭୁଶୁଡ଼ିବା ଘଟଣା : କଣ୍ଟ୍ରାକ୍ଟର କୁ ବାନ୍ଧିଲା ପୁଲିସ୍‌

ମୁମ୍ବାଇ/ଭୁବନେଶ୍ୱର,୩୦-୦୮-୨୪(ପିପିଏସ) : ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାରେ ଥିବା ୩୫ ଫୁଟ ଉଚ୍ଚ ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାର ୫ ଦିନ ପରେ ପ୍ରଥମ ଗିରଫଦାରୀ ହୋଇଛି । ଏହି ମାମଲାରେ କଣ୍ଟ୍ରାକ୍ଟର ଚେତନ ପାଟିଲଙ୍କୁ ଆଜି ଭୋରରୁ ବାନ୍ଧିଛି ପୁଲିସ୍‌ । କୋହ୍ଲାପୁର କ୍ରାଇମବ୍ରାଞ୍ଚ ଆଜି ଭୋରରୁ ମାଲବନ ପୁଲିସ୍‌ ସହ ଜଏଣ୍ଟ ଅପରେସନ କରି ଏହି ଗିରଫଦାରୀ କରିଛି । ଏହାପରେ କୋହ୍ଲାପୁର ପୁଲିସ୍‌ ଅଭିଯୁକ୍ତଙ୍କୁ ମାଲବନ ପୁଲିସ୍‌କୁ ହସ୍ତାନ୍ତର କରିଛି। ଏହି ଘଟଣାରେ ପୁଲିସ୍‌ […]

1 min read

ଲେଡିଜ ହଷ୍ଟେଲ ୱାଶରୁମରେ ଗୁପ୍ତ କ୍ୟାମେରା : ଚାଲିଛି ନଗ୍ନ ଚିତ୍ରର ବ୍ୟବସାୟ

*ବିକ୍ରି ହୋଇଛି ୩୦୦ ଫଟୋ-ଭିଡିଓ *ବଏଜ୍ ହଷ୍ଟେଲର ଜଣେ ଛାତ୍ର ଗିରଫ *ନ୍ୟାୟ ଦାବି କରି ଛାତ୍ରୀ ମାନଙ୍କର ଆନ୍ଦୋଳନ ଅମରାବତୀ/ଭୁବନେଶ୍ୱର,୩୦-୦୮-୨୪(ପିପିଏସ) : ମହିଳାଙ୍କ ସୁରକ୍ଷା ନେଇ ଚାଲିଥିବା ଅସନ୍ତୋଷ ମଧ୍ୟରେ ପୁଣି ଏକ ବିବ୍ରତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଆନ୍ଧ୍ର ପ୍ରଦେଶର ଏକ ଇଞ୍ଜିନିୟରିଂ କଲେଜର ଲେଡିଜ ହଷ୍ଟେଲ ୱାଶରୁମରରୁ ମିଳିଛି ଲୁକ୍କାଇତ କ୍ୟାମେରା। ଏହି କ୍ୟାମେରା ଜରିଆରେ ଛାତ୍ରୀଙ୍କ ଭିଡିଓ ରେକର୍ଡିଂ କରାଯାଇ କିଛି ଛାତ୍ରଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। […]