ଟାଟରାଇ ଗାଁର ଦୁଃଖ: ୩ କିମି ଦୂରରେ ରହିଛି ସ୍କୁଲ, ଅଙ୍ଗନବାଡ଼ି
ମାଲକାନଗିରି/ଭୁବନେଶ୍ୱର ୨୪-୧୧-୨୦୨୪ (ପିପିଏସ) : ମାଲକାନଗିରି ଜିଲ୍ଲାର ବହୁ ଗ୍ରାମ ଆଜି ବି ଅବହେଳିତ ହୋଇ ରହିଛି। ଗୋଟିଏ ପଟେ ନକ୍ସଲ ଗାଁଗୁଡିକର ବିକାଶ ହେବାକୁ ଦେଇନଥିବା ବେଳେ ଅନ୍ୟ ପଟେ ପ୍ରଶାସନ ଏବଂ ସରକାର ଗାଁରେ ମୌଳିକ ସୁବିଧା ପହଞ୍ଚାଇବାରେ ବିଫଳ ହୋଇଛି।ନକ୍ସଲ ଜିଲ୍ଲାକୁ ୨୦ ବର୍ଷ ପଛକୁ ଠେଲି ଦେଇଥିବା ବେଳେ ଗତ ତିନି ଚାରି ବର୍ଷ ହେଲା ଜିଲ୍ଲା ପୁଣି ବିକାଶ ଆଡକୁ ପାଦ ଥାପିଛି।ତେବେ ଗାଁର ବିକାଶ ହେଲେ ହିଁ ଜିଲ୍ଲାର […]
କଟକରୁ ନାବାଳିକା ବାଂଲାଦେଶୀ ଯୁବତୀ ଉଦ୍ଧାର ଘଟଣା, ସଜାଗ ପୁଲିସ
କଟକ/ଭୁବନେଶ୍ୱର ୨୪-୧୧-୨୦୨୪ (ପିପିଏସ) : ବାଂଲାଦେଶରୁ ଓଡ଼ିଶା ଆଣି ନାବାଳିକା ଓ ଯୁବତୀଙ୍କୁ ଅନୈତିକ କାର୍ଯ୍ୟରେ ନିୟୋଜନ କରାଯିବା ଘଟଣାକୁ ନେଇ କମିସନରେଟ୍ ପୁଲିସ ସଜାଗ ଅଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପିନାକ ମିଶ୍ର। ଏଣେ କଟକ ଡିସିପି ଜଗମୋହନ ମୀନା କହିଛନ୍ତି ଯେ ବାଲିଯାତ୍ରା ସହ ବାଂଲାଦେଶୀ ଯୁବତୀମାନଙ୍କର କୌଣସି ସଂପର୍କ ନାହିଁ। ସୂଚନାଯୋଗ୍ୟ, କଟକରୁ ଉଦ୍ଧାର ହୋଇଥିବା ବାଂଲାଦେଶ ଢାକାର ଜଣେ ନାବାଳିକାଙ୍କୁ ଦୁର୍ବୃତ୍ତ ଗୋଟିଏ ଦିନରେ ୧୫ ଥର ଦୁଷ୍କର୍ମ […]
୨ରୁ ୩ ମାସ ମଧ୍ୟରେ ଗଠନ ହେବ ଉତ୍ତର ଓଡ଼ିଶା ବିକାଶ ପରିଷଦ: ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋନହ ଚରଣ ମାଝୀ ରବିବାର କହିଛନ୍ତି ଓଡ଼ିଶା ପାଇଁ ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ ହେବ। ଆଉ ୨ରୁ ୩ ମାସ ମଧ୍ୟରେ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ହେବ। ଏଥିପାଇଁ ସ୍ୱତନ୍ତ୍ର ଟାକ୍ସଫୋର୍ସ ଗଠନ ହୋଇ କାମ ଆରମ୍ଭ ହୋଇଛି। ସୁନ୍ଦରଗଡ/ଭୁବନେଶ୍ୱର ୨୪-୧୧-୨୦୨୪ (ପିପିଏସ) : ମୁଖ୍ୟମନ୍ତ୍ରୀ ମୋନହ ଚରଣ ମାଝୀ ରବିବାର କହିଛନ୍ତି ଓଡ଼ିଶା ପାଇଁ ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ ହେବ। ଆଉ ୨ରୁ ୩ ମାସ ମଧ୍ଯରେ ଉତ୍ତର […]
ବାଂଲାଦେଶୀ ନାବାଳିକା ଉଦ୍ଧାର ମାମଲାରେ ମହିଳା ସମେତ ୨ ଜଣ ଅଟକ
କଟକ ସହରରୁ ବାଲାଂଦେଶୀ ନାବାଳିକା ଉଦ୍ଧାର ମାମଲାରେ ପୁଲିସ ଆକ୍ସନ ମୁଡ଼ରେ ରହିଛି। ନାବାଳିକାକୁ ଉଦ୍ଧାର ପରେ ଏହି ଘଟଣା ସହିତ ସଂପୃକ୍ତି ରଖିଥିବା ଅଭିଯୋଗରେ ଜଣେ ମହିଳାଙ୍କ ସମତେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। କଟକ,୨୪-୧୧-୨୦୨୪ (ପିପିଏସ) : ଜଣେ ବାଂଲାଦେଶୀ ନାବାଳିକାକୁ କଟକ ସହରରୁ ଉଦ୍ଧାର ଘଟଣାରେ ସଦର ପୁଲିସ ଆଜି ଜଣେ ମହିଳାଙ୍କ ସମେତ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ନାବାଳିକାର ଅଭିଯୋଗ କ୍ରମେ ସଦର ଥାନା […]
ଆସନ୍ତାକାଲି ଶ୍ରୀମନ୍ଦିରରେ ପଇତାଲାଗି ନୀତି: ୪ ଘଣ୍ଟା ଜଗାଦର୍ଶନ ବନ୍ଦ
ଆସନ୍ତାକାଲି ଶ୍ରୀମନ୍ଦିରରେ ପଇତାଲାଗି ନୀତି ଅନୁଷ୍ଠିତ ହେଉଥିବା ହେତୁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ। ଶ୍ରୀଜିଉଙ୍କ ପଇତାଲାଗି ନୀତି ଲାଗି ପାଇଁ ସନ୍ଧ୍ୟା ୫ରୁ ରାତି ୯ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ପୁରୀ/ଭୁବନେଶ୍ୱର ୨୪-୧୧-୨୦୨୪ (ପିପିଏସ): ଆସନ୍ତାକାଲି ଶ୍ରୀମନ୍ଦିରରେ ପଇତାଲାଗି ନୀତି ଅନୁଷ୍ଠିତ ହେଉଥିବା ହେତୁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ ରହିବଶ୍ରୀଜିଉଙ୍କ ପଇତାଲାଗି ନୀତି ପାଇଁ ସନ୍ଧ୍ୟା ୫ରୁ ରାତି ୯ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ନୀତି ସଂପନ୍ନ ହେବା ପରେ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ସୁନ୍ଦରଗଡ଼ରେ ମୁଖ୍ୟମନ୍ତ୍ରୀ : ମହିଳାଙ୍କୁ ବାଣ୍ଟିଲେ ସୁଭଦ୍ରା ଟଙ୍କା
ସୁନ୍ଦରଗଡ଼/ଭୁବନେଶ୍ୱର ୨୪-୧୧-୨୦୨୪ (ପିପିଏସ) : ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁନ୍ଦରଗଡ଼ ଗସ୍ତରେ ଆସି ସ୍ଥାନୀୟ ମହାବିଦ୍ୟାଳୟ ନିକଟସ୍ଥ ଯତରା ପଡ଼ିଆରେ ଆୟୋଜିତ ବିଶାଳ ସମାବେଶରେ ଯୋଗ ଦେଇଛନ୍ତି। ସମାବେଶସ୍ଥଳକୁ ପହଞ୍ଚି ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରିଛନ୍ତି। ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ନିଜ ହାତରେ ୧୦ ଜଣ ମହିଳାଙ୍କୁ ତୃତୀୟ ପର୍ଯ୍ୟାୟ ପ୍ରଥମ କିସ୍ତିର ଡମି ଚେକ୍ ଦେଇଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟତୀତ ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ର ଆଦିବାସୀ ବ୍ଯାପାର ମନ୍ତ୍ରୀ […]
ଏସ୍ସିବିରେ ରୋଗୀଙ୍କ ଜୀବନ ସହ ଖେଳ ୬ରୁ ୪ ଷ୍ଟେରିଲାଇଜେସନ୍ ମେସିନ୍ ଅଚଳ
କଟକ ବଡ଼ଡାକ୍ତରଖାନାରେ ଠିକ୍ରେ କାମ କରୁନି ଷ୍ଟେରିଲାଇଜେସନ୍ ବ୍ୟବସ୍ଥା। ଷ୍ଟିମ୍ରେ ଚାଲୁଥିବା ୬ରୁ ୪ଟି ମେସିନ୍ ଅଚଳ ହୋଇପଡ଼ିଛି। ଯେଉଁ ୨ଟି ମେସିନ୍ ଚାଲିଛି, ସେଥିରେ ୧୮ଟି ବିଭାଗର ୫୦ରୁ ଅଧିକ ଅସ୍ତ୍ରୋପଚାର(ଓଟି) ଉପକରଣ ଷ୍ଟେରିଲାଇଜ୍ କରାଯାଉଛି। କଟକ,୨୪-୧୧-୨୦୨୪ (ପିପିଏସ) : କଟକ ବଡ଼ଡାକ୍ତରଖାନାରେ ଠିକ୍ରେ କାମ କରୁନି ଷ୍ଟେରିଲାଇଜେସନ୍ ବ୍ୟବସ୍ଥା। ଷ୍ଟିମ୍ରେ ଚାଲୁଥିବା ୬ରୁ ୪ଟି ମେସିନ୍ ଅଚଳ ହୋଇପଡ଼ିଛି। ଯେଉଁ ୨ଟି ମେସିନ୍ ଚାଲିଛି, ସେଥିରେ ୧୮ଟି ବିଭାଗର ୫୦ରୁ ଅଧିକ ଅସ୍ତ୍ରୋପଚାର(ଓଟି) ଉପକରଣ […]
ସରିଲା କଟକ ବାଲିଯାତ୍ରା: ଶେଷ ଦିନରେ ୧୩ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ
କଟକ,୨୪-୧୧-୨୦୨୪ (ପିପିଏସ) : କଟକର ଐତିହାସିକ ବାଲିଯାତ୍ରା ଉତ୍ସବ ଶେଷ ହୋଇଛି। ଶେଷ ଦିନରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ପ୍ରାୟ ୧୩ ଲକ୍ଷରୁ ଅଧିକ ଲୋକ ବାଲିଯାତ୍ରା ପଡ଼ିଆ ବୁଲିଥିବା ପୁଲିସ-ପ୍ରଶାସନ ପକ୍ଷରୁ ଆକଳନ କରାଯାଉଛି। ଭିଡ଼ ଏଭଳି ଅସମ୍ଭାଳ ହୋଇଥିଲା ଯେ ରାଜପଥରୁ ରିଙ୍ଗବନ୍ଧକୁ ସମସ୍ତ ଗାଡ଼ି ପ୍ରବେଶ ଉପରେ କମିସନରେଟ୍ ପୁଲିସ ପକ୍ଷରୁ କଟକଣା ଜାରି କରାଯାଇଥିଲା। ରିଙ୍ଗବନ୍ଧରେ ଗାଡ଼ି ଗଡ଼ିବା ସମ୍ଭବପର ନହେବାରୁ ରାଜପଥରେ ଗାଡ଼ିଗୁଡ଼ିକୁ ଅଟକାଯାଇଥିଲା। ରାତି ପ୍ରାୟ ୮ଟା […]
ଘୋର ଅବବ୍ୟସ୍ଥାରେ ଏକ ନମ୍ୱର ହାଟ
ରାଜଧାନୀର ସବୁଠାରୁ ଜନବହୁଳ ହାଟ କହିଲେ ୟୁନିଟ୍-୧ ହାଟକୁ ବୁଝାଏ। ଏ ହାଟରେ ଯାବତୀୟ ଜିନିଷ ଶସ୍ତାରେ ମିଳୁଥିବାରୁ ପ୍ରତିଦିନ ହଜାର ହଜାର ଗ୍ରାହକଙ୍କର ସମାଗମ ହୋଇଥାଏ। ସହର ସହ ଉପକଣ୍ଠ ଓ ଆଖପାଖ ଜିଲ୍ଲାର ଗ୍ରାହକମାନେ ଏଠାରୁ ନିୟମିତ କିଣାକିଣି କରନ୍ତି। ଭୁବନେଶ୍ୱର ୨୪-୧୧-୨୦୨୪ (ପିପିଏସ) : ରାଜଧାନୀର ସବୁଠାରୁ ଜନବହୁଳ ହାଟ କହିଲେ ୟୁନିଟ୍-୧ ହାଟକୁ ବୁଝାଏ। ଏ ହାଟରେ ଯାବତୀୟ ଜିନିଷ ଶସ୍ତାରେ ମିଳୁଥିବାରୁ ପ୍ରତିଦିନ ହଜାର ହଜାର ଗ୍ରାହକଙ୍କର ସମାଗମ ହୋଇଥାଏ। […]
ଓଡ଼ିଶାକୁ ମୁଁ ପୂର୍ବ ଭାରତରେ ବିକାଶର ଇଞ୍ଜିନ ଭାବେ ଦେଖୁଛି: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ/ଭୁବନେଶ୍ୱର ୨୪-୧୧-୨୦୨୪ (ପିପିଏସ) : ଓଡ଼ିଆ ସଂସ୍କୃତିର ମହାକୁମ୍ଭ ଓଡ଼ିଶା ପର୍ବ-୨୦୨୫ରେ ଆପଣମାନଙ୍କୁ ଭେଟି ମୁଁ ଆନନ୍ଦିତ। ଏଥର ସ୍ବଭାବ କବି ଗଂଗାଧର ମେହରଙ୍କ ଶତବାର୍ଷିକୀ ଉତ୍ସବ ଅବସରରେ ଶୁଭେଚ୍ଛା ଜଣାଉଛି। ଭକ୍ତ ଦାସିଆ ବାଉରି, ଭକ୍ତ ସାଲବେଗ, ଓଡ଼ିଆ ଭାଗବତର ରଚୟିତା ଜଗନ୍ନାଥ ଦାସଙ୍କୁ ପ୍ରମାଣ ଜଣାଉଛି। ଓଡ଼ିଶା ନିଜର ସାଂସ୍କୃତିକ ବିବିଧତା ଦ୍ବାରା ଭାରତକୁ ଜୀବନ୍ତ ରଖିବାରେ ବହୁତ ବଡ଼ ଭୂମିକା ପ୍ରତିପାଳନ କରିଛି। ଓଡ଼ିଶା ସବୁବେକଳେ ସନ୍ଥ ଓ ବିଦ୍ବାନଙ୍କ ଧରିତ୍ରୀ ରହିଛି। […]
