1 min read

ସ୍ବତନ୍ତ୍ର ଅଲିମ୍ପିକ୍ସ ଜାତୀୟ ବୋଲିଂ: ଓଡ଼ିଶାକୁ ସ୍ବର୍ଣ୍ଣ ଓ କାଂସ୍ୟ

ଭୁବନେଶ୍ବର/୦୮-୦୯-୨୦୨୪(ପିପିଏସ): ନୂଆଦିଲ୍ଲୀର ରୁବ୍ ମଲ୍ଲ ଜୋରେକୋରେ ଅନୁଷ୍ଠିତ ସ୍ବତନ୍ତ୍ର ଅଲିମ୍ପିକ୍ସ ଖେଳାଳିଙ୍କ ପ୍ରଥମ ଜାତୀୟ ବୋଲିଂ ପ୍ରତିଯୋଗିତାରେ ଓଡ଼ିଶାକୁ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଓ କାଂସ୍ୟ ପଦକ ମିଳିଛି। ଅସୀମା ଐଶ୍ବର୍ଯ୍ୟା ଓ ସଂଗୀତା ନାୟକଙ୍କୁ ନେଇ ଗଠିତ ଓଡ଼ିଶା ମହିଳା ଦଳ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେହିଭଳି ଦେବାଶିଷ ଓ କିରଣ ନାଗଙ୍କୁ ନେଇ ଗଠିତ ଓଡ଼ିଶା ପୁରୁଷ ଦଳ କାଂସ୍ୟ ପଦକ ଜିତିଛନ୍ତି। ଓଡ଼ିଶା ଦଳ ସହ ବିବେକାନନ୍ଦ ମହାନ୍ତି ଓ ଲିଲୁବାଳା ମହାପାତ୍ର […]

1 min read

ପ୍ୟାରିସ୍‌ ପାରାଅଲିମ୍ପିକ୍ସ : ଭାରତକୁ ଆଉ ଏକ ସ୍ୱର୍ଣ୍ଣ

ନୂଆଦିଲ୍ଲୀ/ଭୁବନେଶ୍ୱର,୦୮-୦୯-୨୦୨୪(ପିପିଏସ) : ପ୍ୟାରିସ ପାରାଅଲିମ୍ପିକ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି । ଜାଭେଲିନରେ ନବଦୀପ ସିଂହଙ୍କ ସିଲଭର୍ ଗୋଲ୍ଡ ମେଡାଲ୍‌ରେ ବଦଳିଛି। ଡିସକ୍ୱାଲିଫାଏ ହେଲେ ପୂର୍ବରୁ ସ୍ୱର୍ଣ୍ଣ ଜିତିଥିବା ଇରାନର ସାଦେଘ ବେତ୍ ସୟାହ। ବିବାଦୀୟ ପତାକା ପ୍ରଦର୍ଶନ କରିବାରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି ସାଦେଘ। ଏହାପରେ ପୁରୁଷ ଜାଭେଲିନ୍ ଥ୍ରୋ F41 ଫାଇନାଲରେ ୨ୟ ସ୍ଥାନରେ ଥିବା ନବଦୀପଙ୍କ ରୌପ୍ୟ ପଦକ ସ୍ୱର୍ଣ୍ଣକୁ ପରିବର୍ତ୍ତିତ ହୋଇଛି। ଫାଇନାଲରେ ତୃତୀୟ ଥ୍ରୋରେ ବ୍ୟକ୍ତିଗତ ସର୍ବଶ୍ରେଷ୍ଠ […]

1 min read

ଧୋନି-ସଚିନଙ୍କଠାରୁ ଅଧିକ ଆୟକର ଦେଉଛନ୍ତି ବିରାଟ

ନୂଆଦିଲ୍ଲୀ/ଭୁବନେଶ୍ୱର ୦୬-୦୯-୨୦୨୪(ପିପିଏସ): ଟିମ୍ ଇଣ୍ଡିଆର ରନ୍ ମେସିନ୍ ବିରାଟ କୋହଲି ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ସେ ଶେଷ ଥର ପାଇଁ ଶ୍ରୀଲଙ୍କା ବିପକ୍ଷରେ ଓଡିଆଇ ସିରିଜ୍ ଖେଳିଥିଲେ ଏବଂ ଆଗକୁ ସେପ୍ଟେମ୍ବର ୧୯ରୁ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଭାଗ ନେବେ । ତେବେ ସେ କ୍ରିକେଟଠାରୁ ଦୂରରେ ଥିଲେ ବି ଏବେ ଚର୍ଚ୍ଚାରେ ରହିଛନ୍ତି। ଫର୍ଚୁନ୍ ଇଣ୍ଡିଆ ଦ୍ବ‌ାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ବିରାଟ କୋହଲି ୨୦୨୩-୨୪ ବର୍ଷରେ ୬୬କୋଟି ଟଙ୍କା ଆୟକର […]

1 min read

ପ୍ୟାରିସ ପାରାଲିମ୍ପିକ୍ସ : ୬ଷ୍ଠ ଦିନରେ ଭାରତ ଆଣିଲା ୫ ପଦକ

ନୂଆଦିଲ୍ଲୀ/ଭୁବନେଶ୍ୱର,୦୪-୦୯-୨୪(ପିପିଏସ) : ପ୍ୟାରିସ ପାରାଅଲିମ୍ପିକ୍ସରେ ଜାରି ରହିଛି ମେଡାଲ ବର୍ଷା। ଚମକୁଛନ୍ତି ଭାରତୀୟ ପାରା ଆଥଲେଟ୍‌। ଷଷ୍ଟ ଦିନରେ ଭାରତକୁ ମିଳିଛି ୫ଟି ପଦକ। ଏହାକୁ ମିଶାଇ ଭାରତର ମୋଟ ପଦକ ସଂଖ୍ୟା ୨୦ରେ ପହଞ୍ଚିଛି। ଷଷ୍ଠ ଦିନରେ ଜାଭଲିନ୍‌, ହାଇଜମ୍ପ ଓ ୪୦୦ ମିଟର ଦୌଡରୁ ୨ଟି ରୌପ୍ୟ ଓ ୩ କାଂସ୍ୟ ସହ ୫ ପଦକ ହାତେଇଛି ଭାରତ। ପ୍ରଥମେ ଦୀପ୍ତି ଜୀବନଜୀ ୪୦୦ ମିଟର ଦୌଡ଼ରେ ଫାଇନାଲରେ ଦେଶ ପାଇଁ ଏହି ସଫଳତା […]

1 min read

ପ୍ୟାରିସ ପାରାଲିମ୍ପିକ୍ସ : ଭାରତ ପାଇଁ ବ୍ରୋଞ୍ଜ ଆଣିଲେ ଦୀପ୍ତି

ନୂଆଦିଲ୍ଲୀ/ଭୁବନେଶ୍ୱର,୦୪-୦୯-୨୪(ପିପିଏସ) : ପାରା ଅଲିମ୍ପିକ୍ସର ଦୌଡ଼ କୁଦରୁ ଭାରତକୁ ଆଉ ଏକ ବ୍ରୋଞ୍ଜ ପଦକ ମିଳିଛି । ଭାରତର ଦୀପ୍ତି ଜୀବନଜୀ ୪୦୦ ମିଟର ଟି୨୦ ଫାଇନାଲରେ ଦେଶ ପାଇଁ ଏହି ସଫଳତା ଆଣିଛନ୍ତି। ସେ ୫୫.୮୨ ସେକେଣ୍ଡରେ ୪୦୦ ମିଟର ଦୂରତା ଅତିକ୍ରମ କରି ତୃତୀୟ ସ୍ଥାନରେ ରହିବାକୁ ସକ୍ଷମ ହୋଇଛନ୍ତି। ଏହି ଇଭେଣ୍ଟରେ ୟୁକ୍ରେନର ଶୁଲିଆର ସ୍ୱର୍ଣ୍ଣ ଓ ତୁର୍କୀର ଆୟସେଲ ଓଣ୍ଡେର l ଦୀପ୍ତିଙ୍କ ଠାରୁ ଭାରତ ସ୍ୱର୍ଣ୍ଣ ପଦକର ଆଶା ରଖିଥିଲେ […]

1 min read

ପ୍ୟାରିସ ପାରାଲିମ୍ପିକ୍ସ, ଭାରତକୁ ମିଳିଲା ଆଉ ଏକ ରୌପ୍ୟ : ୨୧ରେ ପହଁଚିଲା ପଦକ ସଂଖ୍ୟା

ନୂଆଦିଲ୍ଲୀ/ଭୁବନେଶ୍ୱର,୦୪-୦୯-୨୪(ପିପିଏସ) : ପ୍ୟାରିସ ପାରାଲିମ୍ପିକ୍ସରେ ବଢିଲା ଭାରତର ଆଉ ଏକ ପଦକ ସଂଖ୍ୟା। ସଟ ପୁଟ୍ (F46) ଇଭେଣ୍ଟରେ ଭାରତକୁ ରୌପ୍ୟ ପଦକ ମିଳିଛି। ବିଶ୍ୱ ଚାମ୍ପିଅନ୍ ସଚିନ ଖିଲାରୀ ଏହି ସଫଳତା ଭେଟି ଦେଇଛନ୍ତି। ସଟ୍ ପୁଟରେ ରୌପ୍ୟ ସହ ଭାରତର ପଦକ ସଂଖ୍ୟା ୨୧ରେ ପହଞ୍ଚିଛି। ଗତକାଲି ଇଭେଣ୍ଟର ଷଷ୍ଠ ଦିନରେ ଭାରତକୁ ପାଞ୍ଚଟି ପଦକ ମିଳିଥିଲା। ଏହି ପଦକ ସହ ଟୋକିଓ ୨୦୨୦ ପାରାଲିମ୍ପିକ ଗେମ୍ସ ଇତିହାସରେ ଭାରତ ପ୍ରଥମ ଥର ପାଇଁ […]

1 min read

ପ୍ୟାରିସ ପାରା ଅଲିମ୍ପିକ୍ସ : ସେମିରେ ମନୀଷା, ଫାଇନାଲରେ ରବି – ନିରାଶ କଲେ ଅବନୀ-ସିଦ୍ଧାର୍ଥ

ନୂଆଦିଲ୍ଲୀ/ଭୁବନେଶ୍ୱର,୧-୦୯-୨୪(ପିପିଏସ) : ପ୍ୟାରିସରେ ଚାଲିଥିବା ପାରା ଅଲିମ୍ପିକ୍ସର ୪ର୍ଥ ଦିନର ମର୍ଣ୍ଣିଂ ସେସନ୍ସରେ ଭାରତକୁ ମିଶ୍ରିତ ରେଜଲ୍ଟ ମିଳିଛି । ୧୦ ମିଟର ଏୟାର ରାଇଫଲ (ଏସଏଚ୍‌ ୧) ମିକ୍ସଡ ଇଭେଣ୍ଟରେ ଅବନୀ ଲେଖାର ଓ ସିଦ୍ଧାର୍ଥ ବାବୁ ନିରାଶ କରିଛନ୍ତି। ଅବନୀ ୧୦ ମିଟର ଏୟାର ରାଇଫଲ(ଏସଏଚ୍‌ ୧) ମହିଳା ବର୍ଗରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିଲେ। ତେଣୁ ସେ ମିକ୍ସଡ ଇଭେଣ୍ଟରେ ମଧ୍ୟ ସିଦ୍ଧାର୍ଥଙ୍କୁ ସାଥୀ କରି ପଦକ ଦୌଡ଼ରେ ନିଜକୁ ସାମିଲ କରିପାରିବେ […]

1 min read

ଶୁଟିଂରେ ବ୍ରୋଞ୍ଜ ପଦକ ଜିତିଲେ ରୁବିନା : ଭାରତର ପଦକ ସଂଖ୍ୟା ୪ ବୃଦ୍ଧି

ନୂଆଦିଲ୍ଲୀ/ଭୁବନେଶ୍ୱର,୩୧-୦୮-୨୪(ପିପିଏସ) : ପ୍ୟାରିସ ପାରା ଅଲିମ୍ପିକ୍ସରେ ଆଜି ଭାରତ ପାଇଁ ୧୦ ମିଟର ଏୟାର ପିସ୍ତଲ (ଏସ୍‌ଏଚ୍‌ ୧) ରେ ପଦକ ଜିତିଛନ୍ତି ରୁବିନା ଫ୍ରାନ୍ସିସ। ସେ ଏହି ଇଭେଣ୍ଟରେ ଦେଶ ପାଇଁ ବ୍ରୋଞ୍ଜ ପଦକ କବଜା କରିଛନ୍ତି । ଏଥିସହ ଶୁଟିଂରେ ଭାରତର ପଦକ ସଂଖ୍ୟା ୪ ଓ ମୋଟ ଉପରେ ପାରା ଅଲିମ୍ପିକ୍ସରେ ପଦକ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ରୁବିନା ୧୦ ମିଟର ଏୟାର ପିସ୍ତଲ (ଏସଏଚ୍‌ ୧)ରେ ଆରମ୍ଭରୁ ଦମ ଦେଖାଇ […]

1 min read

ସ୍ୱର୍ଣ୍ଣ ପଦକ ସହ ପାରାଲିମ୍ପିକ୍ସରେ ପଦକ ଖାତା ଖୋଲିଲା ଭାରତ : ଶୁଟିଂରେ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ

ନୂଆଦିଲ୍ଲୀ/ଭୁବନେଶ୍ୱର,୩୦-୦୮-୨୪(ପିପିଏସ) : ସ୍ୱର୍ଣ୍ଣ ପଦକ ସହ ପ୍ୟାରିସ ପାରାଲିମ୍ପିକ୍ସ ଯାତ୍ରା ଆରମ୍ଭ କରିଛି ଭାରତ। ଇଭେଣ୍ଟର ଦ୍ୱିତୀୟ ଦିନରେ ଭାରତକୁ ମିଳିଛି ଦୁଇଟି ପଦକ। ମହିଳା ଶୁଟିଂ ପ୍ରତିଯୋଗିତାରେ ଗୋଟିଏ ସ୍ୱର୍ଣ୍ଣ ଏବଂ ଗୋଟିଏ ବ୍ରୋଞ୍ଜ ଜିତିଛି ଭାରତ। ଅବନୀ ଲେଖରା ସ୍ୱର୍ଣ୍ଣ ଜିତି ଥିବାବେଳେ ମୋନା ଅଗ୍ରୱାଲ ବ୍ରୋଞ୍ଜ ବିଜୟୀ ହୋଇଛନ୍ତି। ମହିଳା 10 ମିଟର ଏୟାର ରାଇଫଲ SH1 ଇଭେଣ୍ଟରେ ଉଭୟ ଶୁଟର ପଦକ ହାସଲ କରିଛନ୍ତି। ଟୋକିଓ ପାରାଲିମ୍ପିକ୍ସରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ […]

1 min read

ପାରାଅଲିମ୍ପିକ୍ସ: ବିଶ୍ୱ ରେକର୍ଡ ଅଳ୍ପକେ ମିସ୍‌ କଲେ ଭାରତର ହାତ ନଥିବା ତୀରନ୍ଦାଜ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୯-୦୮-୨୪(ପିପିଏସ) : ଭାରତର ତଥା ବିଶ୍ୱର ଏକମାତ୍ର ହାତ ନଥିବା ମହିଳା ତୀରନ୍ଦାଜ ଶୀତଲ ଦେବୀ ପ୍ୟାରିସ ଅଲିମ୍ପିକ୍ସରେ ବିଶ୍ୱ ରେକର୍ଡକୁ ଅଳ୍ପକେ ମିସ୍‌ କରି ଯାଇଛନ୍ତି। ମହିଳା ବ୍ୟକ୍ତିଗତ କମ୍ପାଉଣ୍ଡ ପ୍ରତିଯୋଗିତାରେ ଶୀତଲ କମାଲ କରିଥିଲେ ହେଁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ରାଙ୍କିଙ୍ଗ ରାଉଣ୍ଡରେ ଭାଗ ନେଇଥିବା ଶୀତଲ ୭୦୩ ପଏଣ୍ଟ ସ୍କୋର କରି ପ୍ରଥମେ ପାରା ଗେମ୍ସ ଓ ବିଶ୍ୱ ରେକର୍ଡକୁ ଭାଙ୍ଗି ଦେଇଥିଲେ। କିନ୍ତୁ ସମାନ ପ୍ରତିଯୋଗିତାରେ ଭାଗ ନେଇଥିବା ତାଙ୍କ ପ୍ରତିପକ୍ଷ […]