ବାଉଁଶୁଣୀ ବାଘନଦୀ ନିକଟରୁ ୯ ଗୋରୁଙ୍କୁ ଉଦ୍ଧାର କଲା ବଜରଙ୍ଗ ଦଳ, ୫ ଚାଲାଣକାରୀ ଅଟକ

0
357095

ବୌଦ୍ଧ, ୨୨/୭ : ମଙ୍ଗଳବାର ବିଳମ୍ବିତ ରାତି ୧.୧୫ ମିନିଟ୍ ସମୟରେ ଜାତୀୟ ରାଜପଥ ନଂ ୫୭ ର ବାଉଁଶୁଣୀ ବାଘନଦୀ ନିକଟ ବଙ୍ଗଳା ସମ୍ମୁଖରୁ ୯ ଗୋରୁଙ୍କୁ ଉଦ୍ଧାର କରିଛି ବଜରଙ୍ଗ ଦଳ l

ଗୋ ଚାଲାଣରେ ସମ୍ପୃକ୍ତ ୫ ଜଣଙ୍କୁ ଧରି ଗୋରୁ ସହ ବାଉଁଶୁଣୀ ପୋଲିସକୁ ଜିମା ଦିଆ ଯାଇଥିବା ସୂଚନା ମିଳିଛି | ମିଳିଥିବା ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ୯ ଗୋଟି ଗୋରୁଙ୍କୁ ଚଲାଇ ଚଲାଇ ମନମୁଣ୍ଡା ଆଡକୁ ନିଆଯାଉଥିବା ବେଳେ ବାଉଁଶୁଣୀ ବଜରଙ୍ଗ ଦଳ କର୍ମୀମାନେ ଦେଖି ଗୋରୁ ସହ ଚାଲାଣକାରୀଙ୍କୁ ଅଟକ ରଖି ବୌଦ୍ଧ ବଜରଙ୍ଗ ଦଳ କର୍ମକର୍ତ୍ତାଙ୍କୁ ଖବର ଦେଇଥିଲେ |

ବୌଦ୍ଧରୁ କର୍ମକର୍ତ୍ତାମାନେ ପହଞ୍ଚି ୭ ଗୋଟି ବଳଦ ଓ ୨ ଗୋଟି ଗାଈ ସହ ୫ ଚାଲାଣକାରୀଙ୍କୁ ବାଉଁଶୁଣୀ ପୋଲିସକୁ ଜିମା ଦେଇଥିଲେ | ବାଉଁଶୁଣୀ ପୋଲିସ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି |

357095

Leave a Reply

Your email address will not be published. Required fields are marked *

You may have missed