ପ୍ୟାରିସ ପାରା ଅଲିମ୍ପିକ୍ସ ପୂର୍ବରୁ ଭାରତକୁ ଶକ୍ତ ଧକ୍କା : ଆଣ୍ଟି ଡୋପିଂ ନିୟମ ଉଲ୍ଲଘଂନ ଅଭିଯୋଗରେ ପ୍ରମୋଦ ନିଲମ୍ବିତ
ନୂଆଦିଲ୍ଲୀ/ଭୁବନେଶ୍ୱର,୧୩/୮/୨୪(ପିପିଏସ) : ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ୍ ନିଲମ୍ବିତ । ୧୮ ମାସ ପାଇଁ ନିଲମ୍ବିତ କରିଛି ବିଶ୍ୱ ବ୍ୟାଡମିଣ୍ଟନ ଫେଡେରେସନ । ଆଣ୍ଟି ଡୋପିଂ ନିୟମ ଉଲ୍ଲଘଂନ ଅଭିଯୋଗରେ ପ୍ରମୋଦଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି । ଫଳରେ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେଇପାରିବେନି ପ୍ରମୋଦ । ୨୦୨୦ ଟୋକିଓ ଅଲିମ୍ପିକ୍ସରେ ପ୍ରମୋଦ ସ୍ୱର୍ଣ୍ଣ ଜିତି ଦେଶ ପାଇଁ ଗୌରବ ଆଣିଥିଲେ ।
ଓଡ଼ିଶାର ଗର୍ବ ତଥା ପ୍ରଥମ ଓ ଖେଳାଳି ଭାବରେ ଭାରତର ଶ୍ରେଷ୍ଠ କ୍ରୀଡା ସମ୍ମାନ ‘ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର’ ଲାଭ କରି ସାରିଛନ୍ତି ପାରାଲିମ୍ପିଆନ ପ୍ରମୋଦ ଭଗତ। ମାତ୍ର ବିଡବ୍ଲ୍ୟୁଏଫର ଏଭଳି ନିଷ୍ପତ୍ତି ଆସିବା ପରେ ଓଡ଼ିଶା ତଥା ପୁରା ଦେଶବାସୀଙ୍କ ମଧ୍ୟରେ ନିରାଶା ଭାବ ଖେଳିଯାଇଛି।