August 2024
୧୦ବର୍ଷର ପ୍ରେମ ସମ୍ପର୍କ ପରେ ଝିଆରୀକୁ ବିବାହ କଲେ ବେଗୁସରାଇ ଡେପୁଟି କମିଶନର
ବେଗୁସରାଇ/ଭୁବନେଶ୍ୱର ୨୨-୦୮-୨୪ (ପିପିଏସ ): ୧୦ବର୍ଷର ପ୍ରେମ ସମ୍ପର୍କ ପରେ ଝିଆରୀକୁ ବିବାହ କଲେ ବେଗୁସରାଇ ମ୍ୟୁନିସିପାଲିଟି କର୍ପୋରେସନର ଡେପୁଟି କମିଶନର ଶିବ ଶକ୍ତି କୁମାର(୩୧)। ଏହି ବିବାହକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ବିବାଦ ଆରମ୍ଭ ହୋଇଥିବା ବେଳେ ଯାହା କରିଛୁ ଠିକ୍ କରିଛୁ ବୋଲି କହିଛନ୍ତି ଝିଆରୀରୁ ପତ୍ନୀ ହୋଇଥିବା ସଜଲ ସିନ୍ଧୁ(୨୪)। ଦୁହେଁ ଅଗଷ୍ଟ ୧୪ରେ ବିହାରର ଖଗରିଆରେ ଥିବା କାତ୍ୟାୟନୀ ମନ୍ଦିରରେ ବିବାହ କରିଥିଲେ। ଏବେ ବିବାହ ପରେ ପରିବାର ତରଫରୁ […]
ଶିଶୁଭବନ ପରିସରରେ ନର୍ସିଂ କର୍ମଚାରୀ ସଂଘର ଧାରଣା ଆରମ୍ଭ
କଟକ,୨୨ -୮-୨୪ (ପିପିଏସ ) : ନର୍ସିଂ କର୍ମଚାରୀ ସଙ୍ଘ ନିଜର ୧୦ ଦଫା ଦାବି ନେଇ ଗୁରୁବାର ଠାରୁ କଟକ ଶିଶୁ ଭବନ ପରିସରରେ ଧାରଣାରେ ବସିଛନ୍ତି l ରୋଗୀ ସେବାରେ କୌଣସି ବାଧା ସୃଷ୍ଟି ନକରି ଆନ୍ଦୋଳନ ଚାଲିଥିବା ବେଳେ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ l ଏହାପରେ ମଧ୍ୟ ସରକାର ଯଦି ଦାବି ପୁରଣ ନକରିବେ, ତେବେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ଶିଶୁଭବନ ନର୍ସିଂ ସଙ୍ଘ […]
ଲଗାଇଲେ ଠୁମକା ହେଲେ ନିଲମ୍ବିତ ୪ ପୁଲିସ କର୍ମଚାରୀ
ନୂଆଦିଲ୍ଲୀ/ଭୁବନେଶ୍ବର,୨୨ -୮-୨୪ (ପିପିଏସ ) : ଅଗଷ୍ଟ ୧୫ ସ୍ୱାଧୀନତା ଦିବସକୁ ଦେଶରେ ଧୁମଧାମରେ ପାଳନ କରାଯାଇଥିଲା। ସ୍ୱାଧୀନତା ଦିବସ ପାଳନ ଅବସରରେ ମହାରାଷ୍ଟ୍ରର ନାଗପୁର ଜିଲ୍ଲାର ତହସିଲ ପୁଲିସ ଷ୍ଟେସନରେ ନୃତ୍ୟ କରିଥିବା ୪ଜଣ ପୁଲିସ କର୍ମଚାରୀଙ୍କୁ ଏହା ମହଙ୍ଗା ପଡ଼ିଯାଇଛି।ଏହି ଘଟଣାକୁ ନେଇ ଡିସିପି ରାହୁଲ ମାଡାନେ କହିଛନ୍ତି,‘ଥାନା ଭିତରେ ଫିଲ୍ମ ଗୀତରେ ନାଚିବା ଦ୍ୱାରା ପୁଲିସର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି। ଏହି କାରଣରୁ ଏହି ଘଟଣାରେ ସମ୍ପୃକ୍ତ ଥିବା ୪ଜଣ ପୁଲିସକର୍ମଚରୀଙ୍କୁ ୩ମାସ ପାଇଁ […]
ଯୁବକଙ୍କ ହାତକୁ ଦା’ରେ ହାଣିଲେ ଦୁର୍ବୃତ୍ତ
କଟକ/ପୋତାପୋଖରୀ /୨୨ -୮-୨୪ (ପିପିଏସ ): କଟକ ଜିଲ୍ଲା ପୋତାପୋଖରୀ ଅଞ୍ଚଳରେ ଜଣେ ଯୁବକଙ୍କ ହାତକୁ ଦୁର୍ବୃତ୍ତମାନେ ଦା’ରେ ହାଣି ଦେଇଥିବା ଅଭିଯୋଗ ହୋଇଛି। ଆହତ ଯୁବକ ଜଣଙ୍କ ହେଲେ ସୋମନାଥ ପୃଷ୍ଟି। ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ଲାଗି କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଦୁର୍ବୃତ୍ତମାନେ ସୋମନାଥଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ତେବେ ଯୁବକଙ୍କୁ ଦୁର୍ବୃତ୍ତମାନେ କାହିଁକି ମରାଣନ୍ତକ ଆକ୍ରମଣ କଲେ ତାହା ଜଣାପଡ଼ିନାହିଁ। ଆକ୍ରମଣ ପଛରେ ପୂର୍ବ ଶତ୍ରୁତା […]
ଲେହରେ ବଡ଼ ଦୁର୍ଘଟଣା, ଗଭୀର ଖାଇରେ ଖସିପଡ଼ିଲା ସ୍କୁଲବସ୍
ଲେହରୁ/ଭୁବନେଶ୍ବର,୨୨ -୮-୨୪ (ପିପିଏସ: ଲଦାଖର ଲେହରୁ ଏକ ବଡ଼ ଦୁର୍ଘଟଣାର ଖବର ଆସୁଛି। ଏକ ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୬ ଜଣ ପ୍ରାଣ ହରାଇଛନ୍ତି ।ପୁଲିସର ସୂଚନା ଅନୁସାରେ ବସଟି ୨୦୦ ମିଟର ଗଭୀର ଘାଟିକୁ ଖସି ପଡ଼ିବାରୁ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି। ଖବର ପାଇ ସୁରକ୍ଷାବାହିନୀର ଟିମ୍ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।୨୮ ଜଣ ଯାତ୍ରୀଙ୍କୁ […]
ବଢୁଛି ଜଳସ୍ତର : ଖୋଲିଲା ହୀରାକୁଦର ୬ଟି ଗେଟ୍
ଭୁବନେଶ୍ବର,୨୨ -୮-୨୪ (ପିପିଏସ ) : ଉପରମୁଣ୍ଡରେ ବର୍ଷା କାରଣରୁ ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ଗୁରୁବାର ହୀରାକୁଦ ଡ୍ୟାମ୍ର ୬ଟି ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ମୋଟ୍ ୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ବାମ ପାର୍ଶ୍ବର ୪ଟି ଓ ଡାହାଣ ପାର୍ଶ୍ବର ୨ଟି ଗେଟ୍ ଖୋଲାଯାଇଥିବା ଜଣାପଡ଼ିଛି ।
ଆକ୍ସନ ମୋଡ଼ରେ ଅବକାରୀ ମନ୍ତ୍ରୀ : ମଦ ଭାଟିରେ ଚାଲିବ ବୁଲ୍ଡୋଜର
ଭୁବନେଶ୍ବର,୨୨ -୮-୨୪ (ପିପିଏସ ) : ଗଞ୍ଜାମ ଜିଲ୍ଲା ଚିକିଟି ମଦ ମୃତ୍ୟୁ ଘଟଣା ପରେ ଚୋରା ମଦ କାରବାରକୁ ନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଆକ୍ସନ ମୋଡ଼କୁ ଆସିଛନ୍ତି । ମନ୍ତ୍ରୀ କହିଛନ୍ତି, ଯେଉଁଠି ଚୋରା ମଦଭାଟି ଥିବା ଜଣାପଡ଼ିବ ସେଠାରେ ବୁଲ୍ଡୋଜର ଚଲାଇ ତାକୁ ଧୂଳିସାତ୍ କରାଯିବ । ବର୍ତ୍ତମାନ ସାରା ରାଜ୍ୟରେ ଚଢ଼ାଉ କରାଯାଉଛି, ଏବଂ ୧୧୭ଟି ଚୋରା ମଦଭାଟି କୁ ଠାବ କରିବା ସହିତ ୧୧୭ ଜଣଙ୍କୁ ଗିରଫ କରାଗଲାଣି […]
ବିଳାସମୟ ଓ ବ୍ୟୟବହୁଳ ଫାର୍ମହାଉସ : ଟଏଲେଟ୍ ଫ୍ଲସ୍ରେ ବିଡ଼ା ବିଡ଼ା ଟଙ୍କା
ଢେଙ୍କାନାଳ/ଭୁବନେଶ୍ବର,୨୨ -୮-୨୪ (ପିପିଏସ ) : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ସଦର । ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଘର ସମେତ ୮ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । । ବିଭୁଦାନନ୍ଦଙ୍କ ଢେଙ୍କାନାଳ ସହର ଷ୍ଟେସନ ବଜାର ସ୍ଥିତ ଘର, ସଦର ରେଞ୍ଜ ଅଫିସ ଓ ଅଫିସ କଡରେ ଥିବା ସରକାରୀ କ୍ବାର୍ଟର ସମେତ କଟକ ଓ ଭୁନେଶ୍ୱରରେ ମଧ୍ୟ ଏକକାଳୀନ ଭିଜିଲାନ୍ସ ରେଡ କରାଯାଉଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ […]
ଭାରତୀୟ ପ୍ରଶାସନିକ ସେବା ସ୍ତରରେ ବଡଧରଣର ଅଦଳ ବଦଳ କଲେ ରାଜ୍ୟ ସରକାର
ଭୁବନେଶ୍ବର,୨୨ -୮-୨୪ (ପିପିଏସ ) : ରାଜ୍ୟରେ ଆଇଏଏସ ସ୍ତରରେ ବୁଧବାର ଏକ ବଡ଼ ଧରଣର ଅଦଳବଦଳ ନେଇ ସାଧାରଣ ପ୍ରସାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଉକ୍ତ ବିଜ୍ଞପ୍ତି ଅନୁଯାୟୀ, ୧୮ ଜଣଙ୍କୁ ଅଧିକାରୀଙ୍କୁ ଅଦଳ ବଦଳ କରାଯାଇଛି । ସତ୍ୟବ୍ରତ ସାହୁଙ୍କୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ (ACS) ଦାୟିତ୍ୱ ପ୍ରଦାନ କରାଯାଇଛି। ଦେଓ ରଞ୍ଜନ କୁମାର ସିଂହ ହେଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ACS । ଏଥିସହ SRC […]
ବିଧାନସଭାରେ କହିଲେ ଖଣିମନ୍ତ୍ରୀ : ଓଡ଼ିଶାରେ ମିଳିଛି ସୁନା ଖଣିର ସନ୍ଧାନ
ଭୁବନେଶ୍ବର,୨୨ -୮-୨୪ (ପିପିଏସ ) : ବିଧାନ ସଭାରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଦେଇଥିବା ବୟାନ ସାରା ଓଡିଶାକୁ ଚମକାଇ ଦେଇଛି l ଗୁରୁବାର ଅଧିବେଶନରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା । ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ସୁନା ଖଣିର ସନ୍ଧାନ ମିଳିଛି । ଦେବଗଡ଼ ଜିଳା ଆଡାସ-ରାମପାଲ୍ଲୀ ଅଞ୍ଚଳରେ ସୁନାପଥରର ସନ୍ଧାନ ମିଳିଛି। ଜିଏସ୍ଆଇ ଦ୍ବାରା ତମ୍ବାପଥର ଉତ୍ତୋଳନ ବେଳେ […]
