ଗାୟିକା ଜସ୍ମିନ୍ ୱାଲିଆଙ୍କୁ ଡେଟ୍ କରୁଛନ୍ତି ପାଣ୍ଡ୍ୟା!
ନୂଆଦିଲ୍ଳୀ/ଭୁବନେଶ୍ୱର ୧୪-୦୮-୨୪(ପିପିଏସ ): ନିକଟରେ ପତ୍ନୀ ନତାସା ଷ୍ଟାନକୋଭିକଙ୍କଠାରୁ ଅଲଗା ହେବା ଖବର ଘୋଷଣା କରିଥିବା ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଗ୍ରିସରେ ଏବେ ଛୁଟି କାଟୁଛନ୍ତି। ତେବେ ସେ ଛୁଟି କାଟିବାକୁ ଯାଇଥିବା ବେଳେ କିଛି ଫଟୋକୁ ନେଇ ସେ ବ୍ରିଟିଶ ଗାୟକ ତଥା ଟିଭି ବ୍ୟକ୍ତିତ୍ୱ ଜସ୍ମିନ୍ ୱାଲିଆଙ୍କୁ ଡେଟ କରୁଥିବା ଗୁଜବ ସୃଷ୍ଟି ହୋଇଛି।କ୍ରିକେଟରଙ୍କ ପ୍ରଶଂସକମାନେ ତାଙ୍କୁ ଏବଂ ଜସ୍ମିନଙ୍କୁ ସମାନ ବ୍ୟାକ୍ଗ୍ରାଉଣ୍ଡ୍ରେ ଫଟୋ ଉଠାଇଥିବାର ଦେଖି ସେମାନେ ସାଥୀ ହୋଇ ଛୁଟି […]
ଭାରତ ସହିତ ଯୁଦ୍ଧ ଚାହୁଁଛି କି ବାଂଲାଦେଶ ?
ଢାକା:/ଭୁବନେଶ୍ୱର ୧୪-୦୮-୨୪(ପିପିଏସ ): ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରରେ ଗୃହ ମନ୍ତ୍ରଣାଳୟର ଉପଦେଷ୍ଟା ଅବସରପ୍ରାପ୍ତ ବ୍ରିଗେଡିୟର୍ ଜେନେରାଲ୍ ଏମ୍ ସାଖାୱତ ହୁସେନ୍ କାହାର ନାମ ନ ନେଇ ଭାରତକୁ ଟାର୍ଗେଟ କରିଛନ୍ତି। ସେ ଏକ ମନ୍ତବ୍ୟରେ କହିଛନ୍ତି ବାଂଲାଦେଶର ସୀମା ସୁରକ୍ଷା କର୍ମୀ(ବିଜିବି)ଙ୍କର ସୀମାରୁ ପଛକୁ ହଟିବାର ଏକ ଅଭ୍ୟାସ ହୋଇ ଯାଇଛି। ସେମାନେ ସେଭଳି କରିବାରେ ସନ୍ତୁଷ୍ଟ ଅଛନ୍ତି।ସେ କହିଛନ୍ତି, ସୀମାନ୍ତରେ ଆମ ଲୋକଙ୍କୁ ଆକ୍ରମଣ କରାଯାଇଛି ଏବଂ ବିଜିବିକୁ ଫ୍ଲାଗ୍ ବୈଠକ କରିବାକୁ ବାଧ୍ୟ କରାଯାଉଛି। […]
ଛାତ୍ରୀଙ୍କୁ ୧୯୦ ଥର ଉଠାବସା ଘଟଣା: ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି
ରାଇରଙ୍ଗପୁର/ଭୁବନେଶ୍ୱର:୧୪-୦୮-୨୪(ପିପିଏସ ): ରାଇରଙ୍ଗପୁର ବ୍ଲକ୍ ଗୋରୁମହିଷାଣୀ ନିକଟସ୍ଥ ସାନମଉଦା ଓଡିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ର ଜନୈକ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷୟିତ୍ରୀ ନିର୍ମଳା ଜେନାଙ୍କ ଅମାନବୀୟ ଭାବେ ୧୯୦ ଥର ଉଠା ବସା ଘଟଣା ସମଗ୍ର ଜିଲ୍ଲାରେ ଆଲୋଚ୍ୟ ବିଷୟବସ୍ତୁ ପାଲଟିଛି। ଏହା ଅଭିଭାବକମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ସମ୍ପୃକ୍ତ ଛାତ୍ରୀଙ୍କ ପିତା ରାଇରଙ୍ଗପୁର ବିଇଓଙ୍କ ମାଧ୍ୟମରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଘଟଣାର ନିରପେକ୍ଷ ତଦନ୍ତ ସହିତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହାର ଫଳସ୍ୱରୂପ ରାଇରଙ୍ଗପୁର ଅତିରିକ୍ତ […]
ପାକିସ୍ତାନ ଭାରତରେ ମିଶିବ, ନହେଲେ ଇତିହାସରୁ ସବୁଦିନ ପାଇଁ ଲିଭିଯିବ : ଯୋଗୀ
ଲକ୍ଷ୍ନୌ/ଭୁବନେଶ୍ୱର :୧୪-୦୮-୨୪(ପିପିଏସ ): ପାକିସ୍ତାନ ଭାରତରେ ମିଶିବ, ନହେଲେ ଇତିହାସରୁ ସବୁଦିନ ପାଇଁ ଲିଭିଯିବ । ଲକ୍ଷ୍ନୌର ବିଭାଜନ ବିଭୀଷକା ସ୍ମୃତି ଦିବସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଭଳି କହିଛନ୍ତି। ସେ ଆହୁରି କହିଛନ୍ତି ମହର୍ଷି ଅରୋବିନ୍ଦ ୧୯୪୭ ମସିହାରେ ଘୋଷଣା କରିଥିଲେ ଯେ ଆଧ୍ୟାତ୍ମିକ ଜଗତରେ ପାକିସ୍ତାନର କୌଣସି ବାସ୍ତବତା ନାହିଁ। ତାଙ୍କ କହିବା ମୁତାବକ, “ଆଧ୍ୟାତ୍ମିକ ଜଗତରେ ପାକିସ୍ତାନର ପ୍ରକୃତ ରୂପ ନାହିଁ, ତେଣୁ ତା’ର ବିନାଶ ହିଁ […]
ପ୍ରକାଶ ପାଇଲା ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି : ପ୍ରାର୍ଥୀଙ୍କୁ ନେଇ କଳ୍ପନାଜଳ୍ପନା
ଭୁବନେଶ୍ୱର,୧୪/୮(ପିପିଏସ) : ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି । ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ସମେତ ୯ ରାଜ୍ୟର ୧୨ ଆସନରେ ହେବ ଉପନିର୍ବାଚନ। ଆସନ୍ତା ୨୧ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି । ୨୨ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯାଇ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ। ୨୭ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ସେପ୍ଟେମ୍ବର […]
ଛାତ୍ରୀଙ୍କୁ ୧୯୦ ଥର ବସଉଠ ଘଟଣା : ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି
ରାଇରଙ୍ଗପୁର/ଭୁବନେଶ୍ବର,୧୪/୮(ପିପିଏସ) : ରାଇରଙ୍ଗପୁର ବ୍ଲକ୍ ଗୋରୁମହିଷାଣୀ ନିକଟସ୍ଥ ସାନମଉଦା ଓଡିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ର ଜନୈକ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷୟିତ୍ରୀ ନିର୍ମଳା ଜେନାଙ୍କ ଅମାନବୀୟ ଭାବେ ୧୯୦ ଥର ଉଠା ବସା ଘଟଣା ସମଗ୍ର ଜିଲ୍ଲାରେ ଆଲୋଚ୍ୟ ବିଷୟବସ୍ତୁ ପାଲଟିଛି। ଏହା ଅଭିଭାବକମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ସମ୍ପୃକ୍ତ ଛାତ୍ରୀଙ୍କ ପିତା ରାଇରଙ୍ଗପୁର ବିଇଓଙ୍କ ମାଧ୍ୟମରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଘଟଣାର ନିରପେକ୍ଷ ତଦନ୍ତ ସହିତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହାର ଫଳସ୍ୱରୂପ ରାଇରଙ୍ଗପୁର ଅତିରିକ୍ତ […]
ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତି ବିରୋଧର ଅଗଷ୍ଟ୨୧ରେ ଭାରତ ବନ୍ଦ : ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବ ଅଖ ଚକ
ନୂଆଦିଲ୍ଲୀ/ଭୁବନେଶ୍ବର,୧୪/୮(ପିପିଏସ) : ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଆସନ୍ତା ଅଗଷ୍ଟ ୨୧ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ସଫଳ କରିବା ଲାଗି ଅନୁସୂଚିତ ଓ ଜନଜାତି ବର୍ଗ ପକ୍ଷରୁ ଆହ୍ବାନ କରାଯାଇଛି। ଉତ୍ତରପ୍ରଦେଶର ଦାଉଦନଗର ଜଳସେଚନ ବିଭାଗ ଡାକବଙ୍ଗଳାର ଅନୁସୂଚିତ ଜାତି ସମାଜର ବରିଷ୍ଠ ନାଗରିକଙ୍କୁ ନେଇ ଏକ ବୈଠକ ଆୟୋଜିତ ହୋଇଛି। ବନ୍ଦ ପାଳନ ସମୟରେ ସମ୍ପୂର୍ଣ୍ଣ ରୂପେ ଚକ ବନ୍ଦ ରହିବ। ଏହାକୁ କିପରି ସଫଳ କରାଯିବ ସେ ନେଇ […]
ରାଜଧାନୀରେ ‘ହର ଘର ତ୍ରିରଙ୍ଗା’ : ଯୋଗଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର,୧୪/୮(ପିପିଏସ) : ୭୮ ତମ ସ୍ୱାଧୀନତା ଦିବସ ପାଇଁ ଉତ୍ସବ ମୁଖର ସାରା ଭାରତ l ପାଳିତ ହେଉଛି “ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା” l ରାଜଧାନୀ ଭୁବନେଶ୍ୱର ରେ ଆୟୋଜିତ ‘ହର ଘର ତ୍ରିରଙ୍ଗା’ ରାଲିରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଏକାମ୍ର ବିଧାୟକ ବାବୁ ସିଂ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ବିଜେପିର ବରିଷ୍ଠ ନେତା ଜଗନ୍ନାଥ […]
ଦନ୍ତହାତୀ ଆତଙ୍କ : ଗର୍ଭବତୀ ମହିଳା ସହିତ ଶିଶୁପୁତ୍ରର ଜୀବନ ନେଲା, ଅନ୍ୟ ତିନି ଶିଶୁ ଗୁରୁତର
ସୁନ୍ଦରଗଡ଼,୧୪/୮(ପିପିଏସ): ସୁନ୍ଦରଗଡ଼ ଜିଲା ବରସୁଆଁ ଫରେଷ୍ଟ ରେଞ୍ଜ ଅଂଚଳରେ ଦେଖାଦେଇଛି ଦନ୍ତାହାତୀ ଆତଙ୍କ l କୋଇଡା ବ୍ଲକ କୋଇଡା ଗ୍ରାମ ପଞ୍ଚାୟତର ବାଲିଝୁଡ଼ି ଗ୍ରାମରେ ଘଟିଛି ମର୍ମନ୍ତୁଦ ଘଟଣା l କାନ୍ଥ ପଡି ଜଣେ ଗର୍ଭବତୀ ମହିଳାଙ୍କ ସମେତ କୁନିଶିଶୁ ପୁତ୍ରଙ୍କ ଜୀବନ ଯାଇଥିବାବେଳେ, ଅନ୍ୟ ତିନିଜଣ ଶିଶୁ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ବାଲିଝୁଡ଼ି ଗ୍ରାମର ଭରତ ଭୋଗତା ୪ ଦିନ ତଳେ ଦାଦନ ଖଟିବା ପାଇଁ ବେଙ୍ଗାଲୁରୁ ଯାଇଥିଲେ। ଘରେ ସ୍ତ୍ରୀ […]
ବାରଣାସୀ ସର୍ବସେବା ସଂଘ ଜମି ଫେରି ପାଇବା ପାଇଁ ସତ୍ୟାଗ୍ରହ
ଜଗତସିଂହପୁର,୧୩/୮/୨୪(ପିପିଏସ) : ଜଗତସିଂପୁର ସହର ମଧ୍ୟରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ, ଉତ୍କଳ ସର୍ବୋଦୟ ମଣ୍ଡଳ ଜଗତ ସିଂହପୁର ଶାଖା ପକ୍ଷରୁ ପ୍ରତୀକ ସତ୍ୟାଗ୍ରହ କରା ଯାଇଛି l ଏହି ସତ୍ୟାଗ୍ରହରେ କାର୍ଯ୍ୟକାରୀ ସଭାପତି ନିରଞ୍ଜନ ବାରିକ, ସମ୍ପାଦକ ରବି ମହାନ୍ତି, ବରିଷ୍ଟ ସର୍ବୋଦୟ ଚିନ୍ତକ ଗୌରାଙ୍ଗ ଚରଣ ହୋତା ତଥା ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ସୂଚନା ଅନୁଯାୟୀ ବାରଣାସୀ ସ୍ଥିତ ସନ୍ଥ ବିନୋବା ଭାବେ ଏବଂ ତତ୍କାଳୀନ ଭାରତର ମହାମନିଷୀ […]
