ବର୍ଷାରେ ବେହାଲ ମାଲକାନଗିରି : ବାହ୍ୟ ଜଗତରୁ ବିଛିନ୍ନ ଅନେକ ଅଞ୍ଚଳ

ମାଲକାନଗିରି/ଭୁବନେଶ୍ୱର,୦୯-୦୯-୨୦୨୪(ପିପିଏସ) : ଲଗାଣ ବର୍ଷା ଯୋଗୁ ବେହାଲ ହୋଇପଡ଼ିଛି ମାଲକାନଗିରି । ଜିଲ୍ଲାର ଅନେକ ଅଞ୍ଚଳରେ ବର୍ଷା ପାଣି ଜମି ରହିଛି । ପୋଟେରୁ ପୋଲ ଉପରେ ୫ରୁ୬ଫୁଟ୍ ବନ୍ୟା ପାଣି ଯାଉଛି । ସୁଅ ପ୍ରଖର ଥିବାରୁ ଲୋକେମାନେ ଯିବାଆସିବା କରିବା ସମ୍ଭବପର ହୋଇପାରୁ ନାହିଁ । ଯାହାଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛିା ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଯାନବାହନ ଅଟକି ରହିଛି ।

ସେହିପରି କାଲିମେଳାରୁ ମୋଟୁକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । MV-90 ଏବଂ MV-96 ପୋଲ ଉପରେ ବନ୍ୟାପାଣି ପ୍ରବାହିତ ହେଉଛି । ମାଲକାନଗିରିରୁ କୋରାପୁଟ ଜିଲ୍ଲାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ଯାଇଛି । ସମ୍ପୂର୍ଣ୍ଣ ଜାତୀୟ ରାଜପଥ ବୁଡ଼ି ଯାଇଥିବା
ଯୋଗୁ ଦୁଇ ଜିଲ୍ଲାକୁ ଯାତାୟତ ସମ୍ଭବ ହୋଇପାରୁନି। ଜିଲ୍ଲାର ପ୍ରବେଶ ପଥ ପାଙ୍ଗମ,ଏମଭି- ୭, ପୋଟେରୁ, ଏମଭି-୯୦, କନ୍ୟା ଆଶ୍ରମ, କାଙ୍କୋର କୋଣ୍ଡା ପରି ଅନେକ ଅଞ୍ଚଳରେ ବୁଡ଼ି ରହିଛି ପୋଲ। ପୋଟେରୁ ସହର ଭିତରେ ପାଣି ପଶିବା ସହ ଲୋକଙ୍କ ଘରେ ମଧ୍ୟ ପଶିଯାଇଛି ।

ପ୍ରତିବର୍ଷ ମାଲକାନଗିରି ଜିଲ୍ଲାରେ ବର୍ଷା ଦିନରେ ଏପରି ସ୍ଥିତି ଉପୁଜିଥାଏ । ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳ ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥାଏ । ଲୋକେମାନେ ଖାଇବା ଓ ରହିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ହେଲେ ପ୍ରଶାସନ ସବୁ ଜାଣି ମଧ୍ୟ ଚୁପ୍‌ ରହିଥାଏ । ସେହି ସମୟରେ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରି ସେମାନଙ୍କୁ ରନ୍ଧା ଖାଦ୍ୟ ଦେଇ କାମ ସାରିଦେଇଥାଏ। ହେଲେ ତଳିଆ ଅଞ୍ଚଳର ଲୋକେ କିପରି ବର୍ଷା ଦିନେ ହଇରାଣ ହରକତ ନ ହେବେ ସନେଇ ପ୍ରଶାସନ କୌଣସି ସ୍ଥାୟୀ ବ୍ୟବସ୍ଥା କରିନଥାଏ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.