ଘଟଗାଁ ୧୧-୦୬-୨୦୨୬(ବି .ଏନ .ଓ ) : ( ବିଷ୍ଣୁ ନନ୍ଦ ବେହେରା )କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ପଣ୍ଡାପଡା ପୋଷ୍ଟ ଅଫିସ ଆଜିକୁ ୧୭ ଦିନ ହେବ ସରବର ନଥିବାରୁ ସମ୍ପୂର୍ଣ ଅଚଳ ହୋଇ ପଡ଼ି ରହିଛି |

ପୋଷ୍ଟ ଅଫିସ କୁ ପାସ ବୁକ ଧାରି ଟଙ୍କା ଉଠାଇବା ହେଉ କିମ୍ବା ଟଙ୍କା ଜମା କରିବାରେ ବାଧା ହେଉଛି |ସରବର ନଥିବାରୁ ଖାତା ଧାରି ମାନେ ପ୍ରତିଦିନ ପୋଷ୍ଟ ଅଫିସକୁ ଆସି ନିରାଶ ହୋଇ ଫେରୁଥିବା ଚିତ୍ର ଦେଖିବାକୁ ମିଳୁଛି |ବିଶେଷ କରି ବୃଦ୍ଧ ଲୋକମାନେ ସରକାର ଯୋଗାଉ ବାର୍ଦ୍ଧକ୍ୟ ଟଙ୍କା ଉଠାଇ ଔଷଧ କିଣିବା ପାଇଁ ତ ? କିଛି ଚାଷୀ ଟଙ୍କା ଉଠାଇ ଧାନ ବିହନ ଓ ସାର କିଣିବା ଆଶା ରଖି ନିରାଶ ହୋଇ ଘରକୁ ଫେରୁଥିବା ଚିତ୍ର ଦେଖିବାକୁ ମିଳିଛି |ଏହାକୁ ଦୃଷ୍ଟି ରଖି ତୁରନ୍ତ ସମସ୍ୟା ସମାଧାନ କରି ଆସୁଥିବା ଗ୍ରାହକ ମାନଙ୍କୁ ସେବା ଯୋଗାଇ ଦେବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି |