ବନ୍ଦ କୋଠରୀରୁ ଗର୍ଭବତୀ ପତ୍ନୀ ଓ ତାଙ୍କ ସ୍ବାମୀଙ୍କ ଗଳିତ ମୃତଦେହ ଉଦ୍ଧାର

ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅନ୍ତର୍ଗତ ଆମାପାରା ଗ୍ରାମଠାରେ ଏକ ବନ୍ଦ ଘରରୁ ଦମ୍ପତିଙ୍କ ଗଳିତ ଶବ ଉଦ୍ଧାର ହୋଇଛି। ମୃତକ ଦୁହେଁ ହେଲେ ଦୁର୍ଜନ ଗଣ୍ଡ (୪୦) ଓ ପତ୍ନୀ ବିଜବାଇ ଗଣ୍ଡ (୩୫) l ଦୁଇଟି ଶବ ବେକରେ ଗାମୁଛା ରହିଥିବା ଵେଳେ ଏହା ହତ୍ୟା ନା ଆତ୍ମହତ୍ୟା ଜଣା ପଡ଼ି ନାହିଁ।

ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ଘଟଣା

 ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଜେରା ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ଘଟଣାରେ ପୁଣି ଜଣଙ୍କୁ ଆଜି ପୁଲିସ ଜେରା କରୁଛି। ଜେରା ହେଉଥିବା ବ୍ୟକ୍ତି ହେଲେ ବିକାଶ ମହାବଳ। ତାଙ୍କ ଘର ସମ୍ବଲପୁର ଧନୁପାଲିରେ ଏବଂ ସେ  ନବ ଦାସଙ୍କ ନିକଟରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାମ କରୁଥିଲେ।

ଶାରିରୀକ ପରୀକ୍ଷା ବେଳେ ଚାଲିଗଲା ଦୁଇ ଜୀବନ

୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ମୃତକ କେନ୍ଦୁଝରର ବ୍ୟୋମକେଶ ନାୟକ ଓ ସୁନ୍ଦରଗଡ଼ର ପ୍ରବୀଣ କୁମାର ପଣ୍ଡାଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା

ଦୁଇ ଦିନରେ ୪ ଭିନ୍ନ ଭିନ୍ନ ନିଯୁକ୍ତି ପରୀକ୍ଷା

ହତାଶ ଓଡ଼ିଶା ପ୍ରାର୍ଥୀଙ୍କ ପକ୍ଷରୁ ପ୍ରତିବାଦ ଦୁଇ ଦିନରେ ୪ ଭିନ୍ନ ଭିନ୍ନ ନିଯୁକ୍ତି ପରୀକ୍ଷାକୁ ନେଇ ଓଡ଼ିଶାରେ ଆଶାୟୀମାନଙ୍କ ମଧ୍ୟରେ ହତାଶ ବୃଦ୍ଧି ପାଇଛି। କାରଣ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ପରୀକ୍ଷା ମାର୍ଚ୍ଚ ୮ ଏବଂ ମାର୍ଚ୍ଚ ୯ ଦୁଇଦିନରେ ପଡୁଛି ଭୁବନେଶ୍ୱର

ଖାରବେଳ ଭବନ ପାଇଁ ଗୃହ ଏବଂ ନଗର ଉନ୍ନୟନ ବିଭାଗ ନୋଡାଲ ବିଭାଗ ଭାବରେ ମନୋନୀତ

ଓଡ଼ିଶା ସରକାର ଖାରବେଳ ଭବନରେ ଉପଲବ୍ଧ ସୁବିଧାଗୁଡ଼ିକର ସାମଗ୍ରିକ ତଦାରଖ ଏବଂ ପରିଚାଳନା ପାଇଁ ଗୃହ ଏବଂ ନଗର ଉନ୍ନୟନ ବିଭାଗକୁ ନୋଡାଲ ବିଭାଗ ଭାବରେ ମନୋନୀତ କରିଛନ୍ତି ଭୁବନେଶ୍ୱର ୦୩-୦୩-୨୦୨୫( ପିପିଏସ) : ଓଡ଼ିଶା ସରକାର ଖାରବେଳ ଭବନରେ ଉପଲବ୍ଧ ସୁବିଧାଗୁଡ଼ିକର ସାମଗ୍ରିକ ତଦାରଖ

କୃଷକର ଉନ୍ନତିରେ ରାଜ୍ୟର ବିକାଶ ସମ୍ଭବ: ମୁଖ୍ୟମନ୍ତ୍ରୀ

କୃଷକମାନେ ହେଉଛନ୍ତି ଆମ ସମାଜର ମହତ୍ତ୍ୱପୂର୍ଣ୍ଣ ଅଙ୍ଗ। ସେମାନେ ଖରା, ବର୍ଷା, ଶୀତକୁ ଭ୍ରୂକ୍ଷେପ ନକରି ହାଡ଼ଭଙ୍ଗା ପରିଶ୍ରମ କରି ଆହାର ଯୋଗାଉଛନ୍ତି। କୃଷକଙ୍କୁ ବାଦ ଦେଇ ସମାଜର ପରିକଳ୍ପନା ଅସମ୍ଭବ। କେନ୍ଦୁଝର/ଭୁବନେଶ୍ୱର ୦୩-୦୩-୨୦୨୫( ପିପିଏସ) : କୃଷକମାନେ ହେଉଛନ୍ତି ଆମ ସମାଜର

ଚନ୍ଦାହାଣ୍ଡି ପରେ ରାଇଘରରେ ୬ ବର୍ଷୀୟ ଶିଶୁକନ୍ୟାକୁ ୫୦ରୁ ଊର୍ଦ୍ଧ୍ବ ଚେଙ୍କ

ଗତକାଲି ଚନ୍ଦାହାଣ୍ଡି ବ୍ଲକର ଗମ୍ଭାରୀଗୁଡା ପଞ୍ଚାୟତ ଫୁଣ୍ଡେଲପାର ଗାଁର ଏକ ବର୍ଷର ଶିଶୁପୁତ୍ରକୁ ୩୦ ଥର ଚେଙ୍କ ଦିଆଯିବା ଘଟଣା ନେଇ ରାଜ୍ୟବ୍ୟାପି ଚର୍ଚ୍ଚା ଥମି ନଥିବା‌ ବ‌େଳେ ଆଜି ପୁଣି ସମାନ ପ୍ରକାର ଘଟଣା ସାମ୍ନାକୁ ଆସିଛି। ନବରଙ୍ଗପୁର/ଭୁବନେଶ୍ୱର ୦୩-୦୩-୨୦୨୫( ପିପିଏସ) : ବହୁ

ସ୍ୱାମୀକୁ ହାଣି ମଥାରୁ ସିନ୍ଦୁର ପୋଛିଦେଲା ସ୍ତ୍ରୀ

ଘରୋଇ ଗଣ୍ଡଗୋଳ କାରଣରୁ ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ବାମୀ ମୃତ କୁଚିଣ୍ଡା/ଭୁବନେଶ୍ୱର ୦୩-୦୩-୨୦୨୫( ପିପିଏସ) : ପାରିବାରିକ କଳହର କରୁଣ ପରିଣତି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ଏହି ଅଞ୍ଚଳରେ ଜଣେ ମହିଳା ସ୍ବାମୀଙ୍କୁ ହତ୍ୟା କରି ନିଜ ମଥାରୁ ସିନ୍ଦୁର

ମାସକର ଛୁଆକୁ ଚେଙ୍କ 

ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ଅସୁସ୍ଥ ମାସକର ଶିଶୁକୁ ଚେଙ୍କ ଚିକିତ୍ସା। ଅବସ୍ଥା ଆହୁରି ଗୁରୁତର ହେବାରୁ ଆଜି ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବ୍ୟାପକ ସଚେତନତା ସତ୍ତ୍ବେ ନବରଙ୍ଗପୁର ଜିଲ୍ଲାରେ ଚେଙ୍କ ଚିକିତ୍ସା ବନ୍ଦ ହୋଇନଥିବା ଏହି ଘଟଣାରୁ ସ୍ପଷ୍ଟ

ଆବଶ୍ୟକ ପଡ଼ିଲେ ପଶ୍ଚିମବଙ୍ଗକୁ ପାଠ ପଢ଼ାଇ ରାସ୍ତା ଦେଖାଇବ ଓଡ଼ିଶା: ସୁରେଶ ପୂଜାରୀ

ଓଡ଼ିଶା ସୀମାରେ ଅନୁପ୍ରବେଶ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ କଡ଼ା ଚେତାବନୀ ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ ସୁରେଶ ପୂଜାରୀ  କହିଛନ୍ତି, ପଶ୍ଚିମବଙ୍ଗ ଅସଭ୍ୟ ସରକାର। ଆବଶ୍ୟକ ପଡ଼ିଲେ ପଶ୍ଚିମବଙ୍ଗକୁ ପାଠ ପଢ଼ାଇ ରାସ୍ତା ଦେଖାଇବ ଓଡ଼ିଶା। ଭୁବନେଶ୍ୱର ୦୩-୦୩-୨୦୨୫(