୧୨ ଟି ରାଶିର ଆଜିର ରାଶିଫଳ ଏଠାରେ ପ୍ରଦତ୍ତ କରାଗଲା:

- ୧. ମେଷ ରାଶି: କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ମଜବୁତ ହେବ, କିନ୍ତୁ ସ୍ୱାସ୍ଥ୍ୟ ପ୍ରତି ସାମାନ୍ୟ ସଚେତନ ରହିବା ଆବଶ୍ୟକ।
- ୨. ବୃଷ ରାଶି: ପରିବାରରେ ହସଖୁସିର ପରିବେଶ ରହିବ। ବ୍ୟବସାୟରେ ନୂଆ ନିବେଶ ପାଇଁ ଦିନଟି ଅନୁକୂଳ। ଦୂରଯାତ୍ରାର ସୁଯୋଗ ମିଳିପାରେ।
- ୩. ମିଥୁନ ରାଶି: ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। କ୍ରୋଧ ଯୋଗୁଁ ହେବାକୁ ଥିବା କାମ ବିଗିଡ଼ି ଯାଇପାରେ। ଆୟ ବ୍ୟୟ ସମାନ ରହିବ।
- ୪. କର୍କଟ ରାଶି: ପୁରାତନ ବନ୍ଧୁଙ୍କ ସହ ସାକ୍ଷାତ ହେବ। ମାନସିକ ଶାନ୍ତି ମିଳିବା ସହ ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ।
- ୫. ସିଂହ ରାଶି: ସମାଜରେ ମାନ-ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ। ନୂଆ ଯୋଜନା ପ୍ରସ୍ତୁତ କରିବାରେ ସଫଳ ହେବେ। ଆୟର ନୂଆ ସ୍ରୋତ ଫିଟିବ।
- ୬. କନ୍ୟା ରାଶି: କଠିନ ପରିଶ୍ରମର ଶୁଭ ଫଳ ମିଳିବ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ଭଲ ପ୍ରଦର୍ଶନ କରିବେ। ସାହିତ୍ୟ ଓ କଳା କ୍ଷେତ୍ରରେ ରୁଚି ବଢ଼ିବ।
- ୭. ତୁଳା ରାଶି: ଅଯଥା ଖର୍ଚ୍ଚ ବଢ଼ିପାରେ, ତେଣୁ ବଜେଟ୍ ପ୍ରତି ଧ୍ୟାନ ଦିଅନ୍ତୁ। ପାରିବାରିକ କୌଣସି ସମସ୍ୟାର ସମାଧାନ ପାଇଁ ବଡ଼ ଗୁରୁଜନଙ୍କ ସହାୟତା ନିଅନ୍ତୁ।
- ୮. ବିଛା ରାଶି: କ୍ୟାରିୟର ପାଇଁ ଦିନଟି ବହୁତ ଭଲ। ନୂଆ ଚାକିରିର ସୁଯୋଗ ମିଳିପାରେ। ବନ୍ଧୁମିଳନ ଜନିତ ସୁଖ ଓ ସୁସ୍ୱାଦୁ ଭୋଜନ ପ୍ରାପ୍ତି ହେବ।
- ୯. ଧନୁ ରାଶି: ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ମନ ବଳିବ। କୋର୍ଟ କଚେରୀ ମାମଲାରେ ନିଜ ପକ୍ଷ ସଦୃଢ଼ ରହିବ। ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ।
- ୧୦. ମକର ରାଶି: ଶାରୀରିକ ସୁସ୍ଥତା ଅନୁଭବ କରିବେ। ନୂଆ ସମ୍ପତ୍ତି କିମ୍ବା ଯାନବାହନ କିଣିବାର ଯୋଗ ରହିଛି। ସନ୍ତାନଙ୍କ ସଫଳତାରେ ଆନନ୍ଦିତ ହେବେ।
- ୧୧. କୁମ୍ଭ ରାଶି: କର୍ମକ୍ଷେତ୍ରରେ କାର୍ଯ୍ୟଭାର ଯୋଗୁଁ କିଛି ଚାପ ରହିପାରେ। ସହକର୍ମୀଙ୍କ ସହ ବାଦବିବାଦରୁ ଦୂରେଇ ରୁହନ୍ତୁ। ଗୁପ୍ତଶତ୍ରୁମାନେ ସକ୍ରିୟ ରହିବେ।
- ୧୨. ମୀନ ରାଶି: ଦିନସାରା ମନ ପ୍ରସନ୍ନ ରହିବ। ପ୍ରେମ ଜୀବନରେ ମଧୁରତା ଆସିବ। ଆଶା କରୁଥିବା ଦିଗରୁ ହଠାତ୍ ଅର୍ଥ ପ୍ରାପ୍ତିର ସୁଯୋଗ ରହିଛି।
ବିଶେଷ ସୂଚନା: ସମସ୍ତ ରାଶିଫଳ ଜ୍ୟୋତିର୍ବିଦଙ୍କ ଅନୁସାରେ ଏଥିରେ ପ୍ରଜାତନ୍ତ୍ର ପ୍ରଚାର ସମିତି ର କୌଣସି ଭୂମିକା ନାହିଁ।



Leave a Reply