କୋଣାର୍କ ସୂର୍ଯ୍ୟ ମନ୍ଦିର ଟିକେଟରେ କଳାବଜାରୀ .

କୋଣାର୍କ ସୂର୍ଯ୍ୟ ମନ୍ଦିର ଟିକେଟରେ କଳାବଜାରୀ .

ମାତିଛନ୍ତି ଟିକେଟ ଦଲାଲ୍ , ଜେରକ୍ସ କରି କରୁଛନ୍ତି ଟିକେଟ ବିକ୍ରି ।

ତଳରୁ ଉପର ମିଶି କରୁଛନ୍ତି ରାଜସ୍ଵ ଲୁଟ।

କୋଣାର୍କ(ପି ପିଏସ)- ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଟିକେଟରେ ହେଉଛି କଳାବଜାରୀ। କିଛି ଯୁବକ ଏହାକୁ ବ୍ୟବସାୟ ରୂପେ ନେଇ ମନ୍ଦିର ସାମ୍ନାରେ ନିଜର କାୟା ବିସ୍ତାର କରି ଚାଲିଥିବା ବେଳେ ମନ୍ଦିର କର୍ତ୍ତୃପକ୍ଷ ଏବଂ ସୁରକ୍ଷା ଦାୟିତ୍ଵରେ ଥିବା ସୁରକ୍ଷା କର୍ମୀ ନିଜ ନିଜର ଭାଗ ପାଇ ସବୁ ଜାଣି ଚୁପ୍ ରହୁଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି।ଦୈନିକ ହାଜର ହଜାର ପର୍ଯ୍ୟଟକ କୋଣାର୍କ ବୁଲିବାକୁ ଆସୁଥିବା ବେଳେ ଗୋଟିଏ ଟିକେଟ କାଉଣ୍ଟରରେ ଲମ୍ବା ଧାଡ଼ିରୁ ବର୍ତିବା ପାଇଁ କିଛି ଲୋକ ସହଜ ଉପାୟର ଆଶ୍ରୟ ନେଉଥିବାର ଭରପୁର ଫାଇଦା ନେଉଛନ୍ତି  କିଛି ଟିକେଟ କଳାବଜାରୀ କରୁଥିବା ଯୁବକ।

ପ୍ରବେଶପଥରେ ଲାଗିଥିବା ସିସିଟିଭି କାର୍ଯ୍ୟକ୍ଷମ ନଥିବାର ସୁଯୋଗ ନେଇ କିଛି ଟିକେଟ କଳାବଜାରୀ, ସୁରକ୍ଷା କର୍ମୀ ଏବଂ ମନ୍ଦିର କର୍ତ୍ତୃପକ୍ଷ ରାଜସ୍ଵ ଲୁଟ କରୁଥିବା ନେଇ ଅଭିଯୋଗ ହେଉଛି।ବାରମ୍ବାର ଅଭିଯୋଗ ପରେବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରେ ଟିକେଟ କଳାବଜାରୀଙ୍କ ସାହସ ଦିନକୁ ଦିନ ବଢି ଚାଲିଥିବା ବେଳେ ଏବେ ଟିକେଟ ଜେରକ୍ସ କରି ଭଲ ମୁନାଫା କମାଉଅଛନ୍ତି। ଏପରିକି କିଛି ଦଲାଲ ଟିକେଟ ମେସିନ୍ ଘରେ ରଖି ନକଲି ଟିକେଟ ପ୍ରସ୍ତୁତ କରୁଥିବା ନେଇ ଗୁରୁତର ଅଭିଯୋଗ ହେଉଛି। ଗତ ମଙ୍ଗଳବାର ଦିନ 

କିଛି ଜେରକ୍ସ ଟିକେଟରେ ମନ୍ଦିର ପ୍ରବେଶ କରାଯାଇଥିବା ବେଳେ ସୁରକ୍ଷାକର୍ମୀଙ୍କ ହାବୁଡରେ ପଡ଼ିଥିଲେ ମଧ୍ୟ ଘଟଣାକୁ ଚପାଇ ଉକ୍ତ ନକଲି ଟିକେଟକୁ ଗାଏବ କରି ଚତୁରତା ସହ ପ୍ରମାଣ ନଷ୍ଟ କରିଦେଇଥିବା ଚର୍ଚ୍ଚାର ବିଷୟ ହୋଇଛି। ନିର୍ଦ୍ଧିଷ୍ଟ କିଛି ଯୁବକ ଏହି ଟିକେଟ କଳାବଜାରୀକୁ 

ବ୍ୟବସାୟ ଭାବେ ନେଇ ସୂର୍ଯ୍ୟ ମନ୍ଦିର ଟିକେଟ କାଉଣ୍ଟର ଠାରୁ ଗାଡ଼ି ପାର୍କିଂ ସହ ବିଭିନ୍ନ ହୋଟେଲ ସମ୍ମୁଖରେ ଘୁରି ବୁଲୁଥିବା ସାଧାରଣରେ ଅଭିଯୋଗ ହେଇଛି।କୋଣାର୍କ ସୁର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କର ମୂଲ୍ୟ ୪୦ଟଙ୍କା ରହିଥିବା ବେଳେ ଅନଲାଇନ ଦେୟରେ ଏହା ୩୫ ଟଙ୍କା ହୋଇଥିବା ବେଳେ କିଛି ଯୁବକ ଗୁଡ଼ିଏ ଟିକେଟ ଅନଲାଇନ ଦେୟରେ କିଣି କାଉଣ୍ଟରର ଲମ୍ବା ଲାଇନରୁ ବର୍ତିବା ପର୍ଯ୍ୟଟକମାନଙ୍କୁ ୫ଟଙ୍କା ଲାଭରେ ବିକ୍ରୀକରିଥାନ୍ତି।ହେଲେ ରାତାରାତି ବଡ଼ଲୋକ ହେବାର ସ୍ଵପ୍ନରେ ଉକ୍ତ ଟିକେଟକୁ ଜେରକ୍ସ କରି ଶହେ ପ୍ରତିଶତ ଲାଭ କରୁଥିବା ଜଣାପଡିଛି। ସୂର୍ଯ୍ୟ ମନ୍ଦିରରେ କର୍ମଚାରୀଙ୍କ ଅଭାବ ସହିତ କିଛି ସୁରକ୍ଷା କର୍ମୀଙ୍କ ଉପୁରି ରୋଜଗାର ମନୋଭାବ ଯୋଗୁଁ ଏହି କାର୍ଯ୍ୟ ସୁରୁଖୁରୁରେ ହେଉଥିବା ଜଣାପଡିଛି। ଫଳରେ ଦୈନିକ ହଜାର ହଜାର ଟଙ୍କା ରାଜସ୍ବ ହାନୀ ହେଉଚି। ଟିକେଟ କଳାବଜାରୀ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବିଭାଗୀୟ କର୍ତୁପକ୍ଷ ଏଦିଗରେ କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରୁନଥିବା ଜଣାପଡିଛି। ତୁରନ୍ତ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବା ସହ ସିସିଟିଭି ସଚଳ କରିବାକୁ ଦାବୀ ପ୍ରକାଶ ପାଇଛି।

Leave A Reply

Your email address will not be published.