ସ୍ୱାମୀକୁ ହାଣି ମଥାରୁ ସିନ୍ଦୁର ପୋଛିଦେଲା ସ୍ତ୍ରୀ

ଘରୋଇ ଗଣ୍ଡଗୋଳ କାରଣରୁ ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ବାମୀ ମୃତ

କୁଚିଣ୍ଡା/ଭୁବନେଶ୍ୱର ୦୩-୦୩-୨୦୨୫( ପିପିଏସ) : ପାରିବାରିକ କଳହର କରୁଣ ପରିଣତି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ଏହି ଅଞ୍ଚଳରେ ଜଣେ ମହିଳା ସ୍ବାମୀଙ୍କୁ ହତ୍ୟା କରି ନିଜ ମଥାରୁ ସିନ୍ଦୁର ପୋଛି ଦେଇଛି। ସିରିଡ ଗ୍ରାମପଞ୍ଚାୟତ କୁଇଲେରଯୋର ଗ୍ରାମରେ ପତ୍ନୀ ଦ୍ବାରା ସ୍ବାମୀ ହତ୍ୟା ହୋଇଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ହେଲେ ଗଜେନ୍ଦ୍ର କିସାନ (୪୦)। ପୁଲିସ ଅଭିଯୁକ୍ତ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁସାରେ କୁଇଲେଯୋର ଗ୍ରାମର ଗଜେନ୍ଦ୍ର କିସାନ ନିକଟସ୍ଥ ଗୁଦରାପଡ଼ା ଗ୍ରାମର ଯୋଶୋଦା କିସାନଙ୍କୁ ବିବାହ କରିଥିଲେ। ଗଜେନ୍ଦ୍ର ବାହା ହେଲା ପରେ ତାମିଲନାଡୁ ଅଞ୍ଚଳରେ ଯାଇ ଦାଦନ ଖଟୁଥିଲେ। ଗଜେନ୍ଦ୍ର ଓ ଯଶୋଦାଙ୍କ ଏକମାତ୍ର ଝିଅ ସମ୍ବଲପୁର ଠାରେ ହଷ୍ଟେଲରେ ରହି ପାଠପଢ଼ୁଛି। ଗତ ୧ ତାରିଖ ଦିନ ଗଜେନ୍ଦ୍ର କିସାନ ତାମିଲନାଡୁରୁ ଘରକୁ ଆସିଥିଲେ। ସେ ବିଭିନ୍ନ ସମୟରେ ଘରକୁ ଆସିଲେ ମଦପିଇ ପତ୍ନୀଙ୍କୁ ମାଡପିଟ ଗାଳିଗୁଲଜ କରୁଥିଲେ ବୋଲି ସ୍ଥାନୀୟ ଲୋକେ ଚର୍ଚ୍ଚା କରନ୍ତି। 

ଗଜେନ୍ଦ୍ର ଗତ ୨ ତାରିଖ ଦିନ ପତ୍ନୀ ସହିତ ଗଣ୍ଡଗୋଳ ହୋଇ ମାଡପିଟ କରିଥିଲେ। ମାଡ଼ପିଟ ପରେ ପତ୍ନୀ ଘରୁ ଚାଲିଯାଇଥିଲେ। ଅନ୍ୟପଟରେ ଗଜେନ୍ଦ୍ର ଗତକାଲି ଘରପାଖ ଗାଁରେ ଏକ ବାହାଘରେ ଭୋଜି ଖାଇ ନିଶାସକ୍ତ ଅବସ୍ଥାରେ ଘରେ ପହଞ୍ଚି ଥିଲେ ଏବଂ ରାତିରେ‌ ଶୋଇପଡ଼ିଥିଲେ। ମଧ୍ୟ ରାତ୍ରୀରେ ପତ୍ନୀ ଘରକୁ ଆସି ଏକ ଟାଙ୍ଗିଆରେ ସ୍ବାମୀ ଗଜେନ୍ଦ୍ରଙ୍କୁ ହାଣି ଦେଇଥିଲେ।

ଗଜେନ୍ଦ୍ର ଘରପାଖ ଗାଁରେ ଏକ ବାହାଘରେ ଭୋଜି ଖାଇ ନିଶାସକ୍ତ ଅବସ୍ଥାରେ ଘରେ ପହଞ୍ଚି ଥିଲେ ଏବଂ ରାତିରେ‌ ଶୋଇପଡ଼ିଥିଲେ। ମଧ୍ୟ ରାତ୍ରୀରେ ପତ୍ନୀ ଘରକୁ ଆସି ଏକ ଟାଙ୍ଗିଆରେ ସ୍ବାମୀ ଗଜେନ୍ଦ୍ରଙ୍କୁ ହାଣି ଦେଇଥିଲେ।

Kuchinda murder case
Kuchinda murder case Photograph: (PRAJATANTRA THE VOICE )

ପୁଲିସ୍ ଖବର ପାଇ ଆଜି ଘଟଣାସ୍ଥଳରେ ପହଞ୍ଚି ଥିଲା। ହତ୍ୟା ସନ୍ଦେହରେ ଯଶୋଦାଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରିଥିଲା। ତେବେ ଯଶୋଦା ପୁଲିସ ଆଗରେ ସ୍ବାମୀଙ୍କୁ ହାଣି ପକାଇଥିବା କହିଥିଲା। ଅଭିଯୁକ୍ତ ଯଶୋଦାକୁ ପୁଲିସ ଗିରଫ କରିଛି। ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। ପିତାଙ୍କ ମୃତ୍ୟୁ ଓ ମା’ଙ୍କୁ ଜେଲ୍‌ ପରେ ଏକମାତ୍ର ଝିଅ ବେସାହାରା ହୋଇପଡିଛନ୍ତି।

Leave A Reply

Your email address will not be published.